Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନାକୁ ସାଥୀ କାଳବୈଶାଖି

by ସଞ୍ଜୟ ସ୍ୱାଇଁ
April 19, 2020
in Health
Kala Baisakhi
154
VIEWS
Share on FacebookShare on Twitter

ଚାଷୀମୁଣ୍ଡରେ ଚଡକ

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ସାରା ବିଶ୍ୱରେ କରୋନାର ଭୟାବହତା ଲାଗିରହିଥିବା ବେଳେ ଭାରତ ତଥା ବିଭିନ୍ନ ରାଜ୍ୟରେ କରୋନାର ପ୍ରକୋପ ଲାଗିରହିଛି । ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସେହିପରିଭାବେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାର ମୁକ୍ତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସାରା ଭାରତବର୍ଷରେ ଲକ୍‌ଡାଉନ୍ କରାଯାଇଥିବା ବେଳେ ଏହାର ପ୍ରଭାବରେ ଅନେକ ଲୋକଙ୍କ ବେଉଷାକୁ ବାଟବଣା କରିଦେଇଛି । ନୟାଗଡ଼ ଜିଲ୍ଲାପରି ଏକ କୃଷିଜାତ ଜିଲ୍ଲାରେ କୃଷକମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ଜୀବନ ଜୀବିକା କଟାନ୍ତି । ନୟାଗଡ଼ ଜିଲ୍ଲାର ପନିପରିବା ଉତ୍ପାଦନ ସମୟରେ ହଠାତ୍ ଲକ୍‌ଡାଉନ୍‌ର ପ୍ରଭାବ କୃଷକମାନଙ୍କ ଉପରେ ପଡିଛି ।

Kala Baisakhi

ରାଜ୍ୟ ସରକାର କୃଷକମାନଙ୍କ ପାଇଁ କୋହଳ ମନୋଭାବ ରଖିଥିଲେ ମଧ୍ୟ ବଜାରର ଚାହିଦା ଓ ପ୍ରାକୃତିକ ବିପର୍ଯ୍ୟୟ କୃଷକର ମେରୁଦଣ୍ଡକୁ ଭାଙ୍ଗିଦେଇଛି । ମୁଖ୍ୟତଃ ଭାବେ ବାଇଗଣ, ଟମାଟ, ପୋଟଳ, ଝୁଡୁଙ୍ଗ, କୋବି, କଖାରୁ, କଲରା, ଭେଣ୍ଡି ପରି କୃଷି ଉତ୍ପାଦିତ ସାମଗ୍ରୀ ଏହି ସମୟରେ ବେଶି ଉତ୍ପାଦନ ହୋଇ ଭୁବନେଶ୍ୱର ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାକୁ ରପ୍ତାନି କରାଯାଏ । ଗୋଟଏ ପକ୍ଷରେ ବିଭିନ୍ନ ହୋଟେଲ୍ ଓ ରେଣ୍ଟୁରାଣ୍ଟ ଗୁଡିକ ବନ୍ଦ ରହିବା, ବଜାରର ଚାହିଦା କମୁଥିବା ବେଳେ ଚାଷୀର ଉତ୍ପାଦନ ସଂଖ୍ୟା ବୃଦ୍ଧି ପାଇଛି । ଲକ୍‌ଡାଉନ୍ ପ୍ରଭାବରେ ବାହାର ଜିଲ୍ଲାକୁ ଚାଷୀମାନେ ପନିପରିବା ପଠାଇପାରୁନାହାନ୍ତି । ଏଭଳି ଚିନ୍ତା ଚାଷୀ ମୁଣ୍ଡରୁ ହଟୁନଥିବା ବେଳେ କାରବୈଶାଖୀ ଏବେ କରୋନାର ସାଥୀ ପାଲଟିଛି । ପ୍ରତ୍ୟେକଦିନ ହେଉଥିବା କାଳବୈଶାଖୀ ଲାଗି କୁଆପଥରମାଡ଼, ବର୍ଷା, ପବନ ଅନେକ ଫସଲ ନଷ୍ଟ କରୁଛି । ଯେଉଁଥିପାଇଁ କି ଚାଷୀ ମୁଣ୍ଡରେ ହାତ ଦେଇ ବସିବାକୁ ପଡୁଛି । ରାଜ୍ୟ ସରକାର କୃଷକମାନଙ୍କ ପାଇଁ ଲକ୍‌ଡାଉନ୍ କୋହଳ କରିଥିଲେ ମଧ୍ୟ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କର ଚିନ୍ତା ବଢାଇଛି । ଗୋଟିଏପଟେ ଆଇନ୍‌ଶୃଙ୍ଖଳାର ପରିସ୍ଥିତି ଓ ଅନ୍ୟପଟେ ପ୍ରାକୃତ୍ରିକ ବିପର୍ଯ୍ୟୟ ଚାଷୀ ମୁଣ୍ଡରେ ଚଡକ ପଡିଛି । କ୍ଷେତମାନଙ୍କରେ ଯେଉଁ ପରିମାଣର ଆର୍ଥିକ ବିନିଯୋଗ କରାଯାଇଛି ଏହାର ମୂଳ ପଇସା ପାଇବା ଚାଷୀପାଇଁ କାଠିକର ପାଠ ହୋଇପଡିଛି । କରୋନାର ପ୍ରଭାବରେ ଲକ୍‌ଡାଉନ୍ ଠାରୁ ବଳି ପଡିଛି କାଳବୈଶାଖୀ ।

Tags: Kala baisakhikarona

Leave a Reply Cancel reply

Your email address will not be published. Required fields are marked *

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!