Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ରିକେଟ ଖେଳୁଥିବା ବେଳେ ହେଲା ହାର୍ଟ ଆଟାକ୍‌, ଖେଳାଳୀର ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
December 8, 2022
in NATIONAL NEWS, Sports
କ୍ରିକେଟ ଖେଳୁଥିବା ବେଳେ ହେଲା ହାର୍ଟ ଆଟାକ୍‌, ଖେଳାଳୀର ମୃତ୍ୟୁ
160
VIEWS
Share on FacebookShare on Twitter

କାନପୁର, (ବାଘୁଆବାର୍ତ୍ତା): କାନପୁରର ବିଲହୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଧବାର ଦିନ ଏହି ଅଭାବନୀୟ ଘଟଣାଟି ଘଟିଛି। ପଡ଼ିଆରେ କ୍ରିକେଟ୍ ଖେଳୁଥିବା ବେଳେ ଜଣେ ୧୬ ବର୍ଷିୟ ପିଲାର ଜୀବନ ଚାଲିଯାଇଛି। ପିଲାଟିର ହାର୍ଟ ଆଟାକ୍‌ରେ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ରିପୋର୍ଟରେ କୁହାଯାଇଛି। ସୂଚନା ଆଧାରରେ , ବଳରାମ ନଗର ନିବାସୀ ଅନୁଜଙ୍କ ପୁଅ ଅମିତ ସାଥିମାନଙ୍କ ସହ ବିଆଇସି ଗ୍ରାଉଣ୍ଡରେ କ୍ରିକେଟ୍ ଖେଳୁଥିଲେ। ସେ ୨୧ ରନ୍‌ର ସ୍କୋର କରି ଖେଳୁଥିଲେ। ଏତିକି ବେଳେ ସେ ଏକ ସଟ୍ ମାରିଲେ, ଆଉ ୨୨ତମ ରନ୍ ପାଇଁ ରନିଂ କରିଥିଲେ। ଏହି ସମୟରେ ପିଚ୍‌ରେ ଖସି ପଡ଼ିଥିଲେ। ଏହି ଘଟଣାରେ ମୈଦାନରେ ଆତଙ୍କ ଖେଳି ଯାଇଛି। ଲୋକେ ତାଙ୍କ ପାଖରେ ଦୌଡ଼ି ପହଞ୍ଚିବା ପୂର୍ବରୁ ସେ ବେହୋସ ହୋଇ ସାରିଥିଲେ। ତାଙ୍କ ସାଥିମାନେ ତାଙ୍କର ଛାତିକୁ ଦବାଇ ଥିଲେ। ଶରୀରରେ କୌଣସି ପ୍ରତିକ୍ରିୟା ନଦେଖି ସମସ୍ତେ ଏହାକୁ ନେଇ ବିଲହୌର ସିଏଚସିରେ ପହଞ୍ଚି ଥିଲେ । ଏହି ସମୟରେ ଅମିତଙ୍କ ଘରଲୋକଙ୍କୁ ସୂଚନା ମିଳିଲା । ସମସ୍ତେ ସେଠାରେ ପହଞ୍ଚିଲେ ଏବଂ ତାଙ୍କୁ ହସ୍ପିଟାଲ ନେଇ ଗଲେ । ଡାକ୍ତର ଗଣେଷ ଓ ଡାକ୍ତର ଅଭିଷେକ ସିଂହ ତାଙ୍କୁ ପରୀକ୍ଷା କରି ମୃତ ଘୋଷିତ କରିଥିଲେ । ପିଲାଟିର ଓଠ ନୀଳ ପଡ଼ି ଯାଇଥିଲା ଏବଂ ପଲ୍ସ ବି ଯାଇ ସାରିଥିଲା। ଦେଖିବାରେ ଲାଗୁଥିଲା କି ତାଙ୍କର କାର୍ଡିଆକ ଆରେଷ୍ଟ ହୋଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!