Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ’ଣ ସୁବିଧା ରହିଛି ଚାନ୍ଦପୁର କୋଭିଡ୍‌-୧୯ ହେଲ୍‌ଥ ସେଣ୍ଟରରେ ?

by Anil Panda
April 18, 2020
in Breaking
କ’ଣ ସୁବିଧା ରହିଛି ଚାନ୍ଦପୁର କୋଭିଡ୍‌-୧୯ ହେଲ୍‌ଥ ସେଣ୍ଟରରେ ?
16
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାର ପ୍ରଥମ କୋଭିଡ୍ ୧୯ ହେଲ୍‌ଥ ସେଣ୍ଟର ଏବଂ ଦୁଇଟି କୋଭିଡ୍ ୧୯ କେୟାର ହସପିଟାଲକୁ ଆଜି କାର୍ଯ୍ୟକ୍ଷମ କରାଯାଇଛି । ଏହି ଚିକିତ୍ସାଳୟରେ ୧୩ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏଠାରେ ଅନ୍ୟ ରୋଗୀଙ୍କୁ ଚିକିତ୍ସା ପାଇଁ ବାରଣ କରାଯାଇଛି । ଅଂଚଳବାସୀ ନିକଟସ୍ଥ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ୟାନ ରୋଗର ଚିକିତ୍ସା ପାଇଁ ପରାମର୍ଶ କରିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଚାନ୍ଦପୁର କୋଭିଡ୍‌-୧୯ ହସ୍‌ପିଟାଲ ପାଇଁ ମାଇକ୍ରୋବାୟୋଲୋଜିଷ୍ଟ ୧ଜଣ, ଷ୍ଟାଫ୍ ନର୍ସ୧୦ଜଣ, ଫାର୍ମାସିଷ୍ଟ ୯ଜଣ, ଲାବ୍ରୋଟରି ଟେକ୍‌ନିସିଆନ୍ ୭ଜଣ, ରେଡିଓଗ୍ରାଫର ୨ଜଣ, ଏବ୍‌ପିଏଚ୍‌ଡବ୍ଲୁ ମହିଳା ୫୫ଜଣ ଏବଂ ପୁରୁଷ ୧୬ଜଣ ସମୁଦାୟ ୧୦୦ଜଣ ବୈଷୟିକ ଜ୍ଞାନକୌଶଳକାରୀ କୋଭିଡ୍ ହେଲ୍‌ଥ ସେଣ୍ଟରରେ ନିଯୁକ୍ତି ପ୍ରଦାନ କରାଯାଇଛି । ଏଥିସହିତ ଆମ୍ବୁଲାନ୍ସର ବ୍ୟବସ୍ଥା ରହିଛି । ପ୍ରାଥମିକ ଅବସ୍ଥାରେ ଥିବା କୋଭିଡ୍ ୧୯ ରୋଗୀଙ୍କୁ ଏହି ହେଲଥ୍ ସେଣ୍ଟରରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଅତି ଆବଶ୍ୟକ ପଡ଼ିଲେ ରୋଗୀଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯିବ । ଏଠାରେ ବର୍ତ୍ତମାନ ସ୍ଥିତିରେ ଆଇସିୟୁ କିମ୍ବା ଭେଣ୍ଟିଲେଟର ସୁବିଧା ନଥିବା ବେଳେ ଭବିଷ୍ୟତରେ ଏହା ଉପରେ ବିଚାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହି ହେଲଥ୍ ସେଣ୍ଟରରେ ମୋଟ ଦୁଇ ଶହ ଶର୍ଯ୍ୟାର ସୁବିଧା ରହିଥିବା ବେଳେ ଆଜି ସୁଦ୍ଧା ୧୦୦ ଶର୍ଯ୍ୟା କାର୍ଯ୍ୟକ୍ଷମ କରାଯାଇଛି । ଏଠାରେ କୋଭିଡ୍ ୧୯ ରୋଗର ନିଦାନ କରଣ କରାଯାଇ ଚିକିତ୍ସା କରାଯିବ ବୋଲି ଜିଲ୍ଲାପାଳ କହିବା ସହ ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି । ସେହିଭଳି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ୍ ୧୯ କେୟାର ହସ୍ପିଟାଲରେ ୭୫ ଶର୍ଯ୍ୟା ଏବଂ ପିଟିଏସ୍‌ଠାରେ ଅବସ୍ଥିତ କୋଭିଡ୍ ୧୯ କେୟାର ହସ୍‌ପିଟାଲ୍‌ରେ ୪୦ ଶର୍ଯ୍ୟାର ସୁବିଧା ଉପଲବ୍ଧ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ମାସ୍କ ସହିତ ସ୍ୱତନ୍ତ୍ର ୟୁନିଫର୍ମ ବ୍ୟବହାର କରିବାକୁ ଜିଲ୍ଲାପାଳ କହିଥିବା ବେଳେ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜିଲ୍ଲାପାଳ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଚାନ୍ଦପୁର କୋଭିଡ୍ ୧୯ ହେଲ୍‌ଥ ସେଣ୍ଟର ପରିସରରେ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ରହିବାର ବ୍ୟବସ୍ଥା କରାଯାଇଛି । ଏହି ଚିକିତ୍ସାଳୟ ଭିତରକୁ ଅନ୍ୟ କୈାଣସି ବ୍ୟକ୍ତିଙ୍କୁ ପ୍ରବେଶ ନିଶେଷ କରାଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!