Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିଲ୍ଲୀରେ ଏସଆଇଟି ବୈଠକରେ ଅର୍ଚ୍ଚନା ନାଗ ମାମଲା, ୧୦ କୋଟିରୁ ଅଧିକ ସମ୍ପତ୍ତି ଠାବ

by ସଞ୍ଜୟ ସ୍ୱାଇଁ
November 14, 2022
in Crime, State
ଏସ୍ଆଇଟି ସ୍କାନରରେ ଅର୍ଚ୍ଚନା ନାଗ
134
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବହୁଚର୍ଚ୍ଚିତ ମାୟାବିନୀ ଅର୍ଚ୍ଚନା ନାଗ ମାମଲା ରବିବାର ସୁପ୍ରିମ୍‌ କୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ତଥା ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ କଳାଧନ ନେଇ ଗଠିତ ଏସ୍‌ଆଇଟି ବୈଠକରେ ଉଠିଥିଲା । ଏହି ମାମଲାର ତଦନ୍ତ ନେଇ କେତେ ଅଗ୍ରଗତି ଘଟିଛି ସେନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଠାରୁ ଜାଣିବାକୁ ଚାହିଁଥିଲେ ଶ୍ରୀ ପଶାୟତ ।ଏନେଇ ଇଡି ମଧ୍ୟ ଏକ ଷ୍ଟାଟସ୍‌ ରିପୋର୍ଟ ଉପସ୍ଥାପନ କରିଥିବା ଜଣାପଡ଼ିଛି । ଅର୍ଚ୍ଚନାଙ୍କ ନିକଟରେ ପ୍ରାୟ ୧୦ କୋଟି ଟଙ୍କାର କଳାଧନ ଠାବ ହୋଇଛି । ମାମଲାରେ ଆୟକର ବିଭାଗ ତଦନ୍ତ କରିବାକୁ ଏସ୍‌ଆଇଟି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ବୈଠକରେ ସିବିଡିଟି, ଇଡି, ଆୟକର ବିଭାଗ, ନାର୍‌କୋଟିକ୍ସ ବିଭାଗ , ଭାରତର ନିର୍ବାଚନ କମିଶନର ଓ ଭାରତ ସରକାରଙ୍କ ତଦନ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେପଟେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଅଧାରୁ ଅଧିକ ଅଂଶ ବାପା ଏସ୍‌. ନାଗ ନାଁରେ ଲୁଚାଇଥିବାର ଗନ୍ଧ ବାରିଛି ଇଡି । ଶ୍ରୀ ନାଗଙ୍କୁ ହେପାଜତକୁ ନେଇ ଇଡି ରବିବାର ଦିନତମାମ ମାରାଥନ୍‌ ଜେରା କରିଛି । ଅନ୍ୟତମ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଜେରା ଆଜି ତୃତୀୟ ଦିନରେ ଜାରି ରହିଛି । ରବିବାର ସକାଳ ୧୦ଟାରେ ଅଚ୍ଚର୍ନାଙ୍କ ବାପା ଶ୍ରୀ ନାଗଙ୍କୁ ଇଡି ଅଫିସକୁ ନିଆଯାଇ ଦିନତମାମ ଜେରା କରାଯାଇଥିଲା । ଗତ ୫ ବର୍ଷରେ ଝିଅ କେତେ ପରିମାଣର ଟଙ୍କା ବାପାଙ୍କୁ ଦେଇଛି? କାହା କାହା ନାଁରେ ବେନାମୀ ସମ୍ପତ୍ତି ଲୁଚାଇ ରଖାଯାଇଛି? ଏସବୁ ଦିଗକୁ ନେଇ ଘନଘନ ପ୍ରଶ୍ନ ପଚରା ଯାଇଥିଲା । ଅର୍ଚ୍ଚନାଙ୍କ ବାପା ମାପିଚୁପି ଉତ୍ତର ରଖୁଥିବା ଇଡି ପକ୍ଷରୁ ସୂଚନା ମିଳିଛି । ପୈତୃକ ଘରୁ ଜବତ ହୋଇଥିବା ମୋବାଇଲ୍‌ ଫୋନକୁ ଶ୍ରୀ ନାଗଙ୍କ ସାମ୍ନାରେ ଖୋଲାଯାଇଥିଲା । ସେଥିରୁ ମଧ୍ୟ କିଛି ଗୋପନୀୟ ତଥ୍ୟ ମିଳିଥିବା ଇଡି କହିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ମୁଖ୍ୟ ସହଯୋଗୀ ଖଗେଶ୍ୱରଙ୍କ ପାଇଁ କାଳ ସାଜିଥିଲା ଇଡିରେ ତୃତୀୟ ଦିନ । ଯେହେତୁ ଅର୍ଚ୍ଚନା ମାମଲା ପରଠୁ ଖଗେଶ୍ୱର ୨ ମୋବାଇଲ୍‌ରୁ ଅର୍ଚ୍ଚନାଙ୍କ ସହ ଅର୍ଥନୈତିକ କାରବାର (୫ଟି ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା) ସମ୍ପର୍କିତ ସମସ୍ତ ତଥ୍ୟ ଡିଲିଟ୍‌ କରିଦେଇଥିଲେ । ଏହି ଆଧାରରେ ୨ ଦିନ ଧରି ଇଡିକୁ ଜେରାରେ ଆଦୌ ସହଯୋଗ କରୁନଥିଲେ । କିନ୍ତୁ ରାଜ୍ୟ ବାହାରର ଏକ ସାଇବର ସଫ୍ଟୱେର ଏକ୍ସପର୍ଟ ଟିମ୍‌ ରବିବାର ଇଡି ଅଫିସରେ ଜବତ ୨ ମୋବାଇଲ୍‌ରୁ ଡିଲିଟ୍‌ ହୋଇଥିବା ତଥ୍ୟ ଖୋଜିଥିଲା । ମୋବାଇଲରୁ ଡିଲିଟ୍‌ ହୋଇଥିବା ଦେଢ଼ ଶହରୁ ଅଧିକ ଫଟୋ, ୨ ଡଜନେରୁ ଅଧିକ ଭିଡିଓ ଓ କିଛି ଅନ୍‌ଲାଇନ୍‌ ଟ୍ରାନ୍‌ଜାକସନର ତଥ୍ୟକୁ ରିକଭର କରାଯାଇଥିଲା । ଗୁମର ଖୋଲିଯିବା ପରେ ଜେରା କରୁଥିବା ଟିମ୍‌ ଖଗେଶ୍ୱରକୁ ପ୍ରଶ୍ନବାଣରେ ଘାଇଲା କରିଥିଲେ । ଖଗେଶ୍ୱର ସଙ୍ଗେ ସଙ୍ଗେ ଅସୁସ୍ଥତା ବାହାନା କରିଥିଲା । ଯେଉଁଥିପାଇଁ ଇଡି ଅଧିକାରୀମାନେ ଅପରାହ୍ଣରେ ଖଗେଶ୍ୱରକୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ସେଠାରେ ୧୦ ମିନିଟ୍‌ର ସ୍ୱାସ୍ଥ୍ୟ ଯାଞ୍ଚ ପରେ ପୁଣି ଇଡି ଅଫିସକୁ ଅଣାଯାଇଛି । ଖଗେଶ୍ୱରଙ୍କ ପରେ ଆଗକୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବାକୁ ଇଡି ଯୋଜନା କରୁଥିବା ସୂଚନା ମିଳିଛି । ସାଇବର ଏକ୍ସପର୍ଟ ଲିଙ୍ଗରାଜ ସେଠୀଙ୍କ କହିବା ମୁତାବକ, ଏବେକାର ଡିଜିଟାଲ ଦୁନିଆରେ ସମସ୍ତଙ୍କ ମୋବାଇଲ୍‌ରେ ଇ-ୱାଲେଟ୍‌, ଇ-କମର୍ସ ଆପ୍‌ ରହୁଛି । ଖଗେଶ୍ୱରଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଅନ୍‌ଲାଇନ୍‌ ଟଙ୍କା ନେଣଦେଣ କରିଛି । ଏସବୁର ତଥ୍ୟ ଇଡିକୁ ମିଳିଯାଇଥିବ । କିନ୍ତୁ ଡିଲିଟ୍‌ ହୋଇଥିବା ଫଟୋ ଓ ଭିଡିଓକୁ ସମ୍ପୂର୍ଣ୍ଣ ରିକଭର କରିବା କଷ୍ଟସାଧ୍ୟ । କିଛି ଡାଟା ଆଦୌ ରିକଭର ହୋଇପାରେନି । ତେବେ ଖଗେଶ୍ୱରଙ୍କ ମୋବାଇଲ୍‌ରୁ ଯଦି ଅନ୍ୟ କୌଣସି ମୋବାଇଲ୍‌ କିମ୍ବା ହାର୍ଡ ଡିସ୍କକୁ ତଥ୍ୟ ପଠାଯାଇଥିବ । ସେସବୁର ତଥ୍ୟ ଜାଣିବାକୁ ‘ଏଣ୍ଡ ପଏଣ୍ଟ’କୁ ପାଥେୟ କରି ‘ଡାଟା ଟ୍ରାନ୍ସଫର’ର ଭର୍ଚୁଆଲ ଷ୍ଟୋରେଜକୁ ଖୋଜାଯାଇପାରିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!