Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୪ ବର୍ଷରେ ପାଦ ଥାପିଲା ବାଘୁଆବାର୍ତ୍ତା

by ସଞ୍ଜୟ ସ୍ୱାଇଁ
March 29, 2020
in Feature
୧୪ ବର୍ଷରେ ପାଦ ଥାପିଲା ବାଘୁଆବାର୍ତ୍ତା
18
VIEWS
Share on FacebookShare on Twitter

ଆଜି ଏକ ପବିତ୍ର ଦିବସ । ଆଜିର ଦିବସ ହେଉଛି ବାଘୁଆବାର୍ତ୍ତାର ୧୪ ତମ ଜନ୍ମ ଦିବସ । ୨୦୦୭ ମସିହା ମାର୍ଚ୍ଚ ୨୯ ତାରିଖରେ ବାଘୁଆବାର୍ତ୍ତା ଜନ୍ମ ନେଇଥିଲା । ରାଜ୍ୟ ସରକାରଙ୍କର ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ୨୦୦୯ ମସିହାରେ ବିଭାଗୀୟ ସ୍ୱୀକୃତ୍ତି ପ୍ରଦାନ କରିଥିଲେ । ଏହା ଆମ ପାଇଁ ସବୁଠାରୁ ଗର୍ବ ଓ ଗୈାରବର କଥା । ନୟାଗଡ଼ ଭଳି ଏକ ଛୋଟ ଜିଲ୍ଲାରେ ଜନସାଧାରଣଙ୍କର ଅକୁଣ୍ଠ ସହଯୋଗ ଲାଗି ବାଘୁଆବାର୍ତ୍ତା ଆଜି ବଂଚି ରହିଛି । ୧୪ ବର୍ଷର ଅହରହ ସଂଗ୍ରାମ, ତଥ୍ୟ ଭିତ୍ତିକ ଖବର ପ୍ରକାଶ, ଜନସଚେତନତା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରି ବାଘୁଆବାର୍ତ୍ତା ଆଜି ଲୋକଙ୍କ ମନକୁ ଛୁଇଁଛି । ନିରପେକ୍ଷ, ନିରବଚ୍ଛିନ ଓ ବିକାଶ ମୂଳକ ଚିନ୍ତାଧାରା ଉପରେ ଅଧିକ ଗୁରୁତ୍ୱ ଦେଇକ୍ତି ବାଘୁଆବାର୍ତ୍ତା । ଯାହା ଫଳରେ ଦୀର୍ଘ ବର୍ଷର ଛାପା ଗଣମାଧ୍ୟମର ସଂଗ୍ରାମ ପରେ ବାଘୁଆବାର୍ତ୍ତା ଆଜି ମୁଦ୍ରଣ ଏବଂ ବୈଦ୍ୟୁତିକ ଛାପା ଭାବେ ପରିପ୍ରକାଶ ହେଉଛି । ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଅସହାୟ ମଣିଷ, ପ୍ରଶାସନ, ପୁଲିସ, ରାଜନେତାଙ୍କର ଆସ୍ଥା ଭାଜନ ହୋଇ ଲୋକଙ୍କ ପାଇଁ ବିକାଶର ରାସ୍ତା ଦେଖାଇବାରେ ଆମେ ଯେଉଁ ଶ୍ରମ ଦାନ କରିଛୁ, ତାହା ପାଠକୀୟ ଆଦୃତି ପରେ ଆମର ଲାଘବ ହୋଇଛି । ଆଜି ୧୪ ତମ ଜନ୍ମ ବାର୍ଷିକ ଅବସରରେ ଆମର ପାଠକ, ବିଜ୍ଞାପନ ଦାତା, ଶୁଭେଚ୍ଛୁ ଓ ସହଯୋଗ କରୁଥିବା ଜନସାଧାରଣଙ୍କୁ ବାଘୁଆବାର୍ତ୍ତା ପରିବାର ପକ୍ଷରୁ ସାଧୁବାଦ ଜଣାଉଛୁ ।

ବିଧିର ବିଧାନ ଆଜିର ଦିବସରେ ସାରା ବିଶ୍ୱରେ ଯେଉଁ କରୋନାର ମହାମାରୀ ଗ୍ରାସ କରିଛି, ଏହା ଆମ ପାଇଁ ମଧ୍ୟ ଅତ୍ୟନ୍ତ ଦୁଃଖ ଓ କଷ୍ଟ ଦାୟକ । ଏହି ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ ଘରେ ରହିବା ସହିତ ସାମାଜିକ ଦୂରତା ରକ୍ଷା କରିବା ବାଘୁଆବାର୍ତ୍ତା ତରଫରୁ ଆପଣଙ୍କୁ ଆହ୍ୱାନ । ଆମେ ନିଜେ ବଂଚିବା ସହିତ ଅନ୍ୟକୁ ବଂଚାଇବା ତଥା ସମାଜକୁ ଦିଗ୍‌ଦର୍ଶନ ଏହାର ଆଜିର ଦିନର ବାର୍ତ୍ତା । ଏହି କାରଣରୁ ବାଘୁଆବାର୍ତ୍ତା କୈାଣସି ସାମାଜିକ ଉତ୍ସବରୁ ନିଜକୁ ଦୂରେଇ ରଖୁଛି ।

 ଶୁଭେଚ୍ଛା ସହ
ସଂପାଦକ – ସଂଜୟ କୁମାର ସ୍ୱାଇଁ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!