ଆଠମଲ୍ଲିକ୍, (ବାଘୁଆବାର୍ତ୍ତା): ସେପ୍ଟେମ୍ୱର ୧୯ ତାରିଖରୁ ନିଖୋଜ ଥିବା ଜଣେ ଛାତ୍ରଙ୍କ ମୃତଦେହ ଗ୍ରାମର ଖୋଲା କୂଅରୁ ଉଦ୍ଧାର କରାଯାଇଛି । ଆଠମଲ୍ଲିକ ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକଣ୍ଡା ଗ୍ରାମର ଲୋକନାଥ ନାଏକଙ୍କ ଆଠ ବର୍ଷର ପୁଅ ସୁମନ ନାଏକ ଗତ ୧୯ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲା । ଲୋକନାଥ ନାଏକ ଏ ବିଷୟରେ ଠାକୁରଗଡ଼ ଥାନାରେ ୠଓଜ ଦେଇଥିଲେ । ଆଜି ଗାଁ ଲୋକେ ଲୋକନାଥ ନାଏକଙ୍କ ଘର ନିକଟରୁ ୨୦୦ ମିଟର ଦୂରରେ ଥିବା ଏକ ଖୋଲା କୂଅରେ ସୁମନର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପୋଲିସ କୁ ଖବର ଦେବା ପରେ ଠାକୁରଗଡ଼ ଥାନା ପୋଲିସ ସୁମନର ଶରୀରକୁ କୂଅ ଭିତରୁ ବାହାର କରିଥିଲେ । ଏ ନେଇ ସୁମନର ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି । ସୁମନ ଏକୁଟିଆ ଖୋଲା କୂଅ ନିକଟକୁ ଖେଳିବାକୁ ଯାଇଥିବା ସମୟରେ କୂଅରେ ପଡିଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।





