Monday, November 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାରଣାସ୍ତ୍ର ଦେଖାଇ ବାଇକ୍ ଆରୋହୀଙ୍କ ଠାରୁ ଲୁଟିନେଲେ ୪ ହଜାର ଟଙ୍କା ସହ ବ୍ୟାଙ୍କ କାଗଜପତ୍ର

by ସଞ୍ଜୟ ସ୍ୱାଇଁ
September 20, 2022
in Crime, State
ମାରଣାସ୍ତ୍ର ଦେଖାଇ ବାଇକ୍ ଆରୋହୀଙ୍କ ଠାରୁ ଲୁଟିନେଲେ ୪ ହଜାର ଟଙ୍କା ସହ ବ୍ୟାଙ୍କ କାଗଜପତ୍ର
50
VIEWS
Share on FacebookShare on Twitter

ବାଙ୍ଗିରିପୋଷି, (ବାଘୁଆବାର୍ତ୍ତା): ମାରଣାସ୍ତ୍ର ଦେଖାଇ ବାଇକ୍‌ ଆରୋହୀଙ୍କ ଠାରୁ ଲୁଟ୍। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ଦ୍ୱାରଶୁଣୀ ଘାଟୀରେ ଏଭଳି ଘଟଣା ଘଟିଛି। ସୋମବାର ରାତିରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି ଅନ୍ୟ ଜଣେ ଆଇକ୍ ଆରୋହୀଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରକାଶ ଥାଉକି, ବୈଶିଙ୍ଗା ଥାନା ଅନ୍ତର୍ଗତ ମୋଗୁସିରିଆ ଗ୍ରାମର ଚକ୍ରଧର ମହାନ୍ତ ବାଇକ ଯୋଗେ ବୈଶିଙ୍ଗାରୁ ରାଇରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ ଘାଟୀ ମଧ୍ୟଭାଗରେ ୩ ଜଣ ବ୍ୟକ୍ତି ଘାଟୀରେ ଖରାପ ରାସ୍ତାରେ ତାଙ୍କୁ ଅଟକାଇଥିଲେ। ତାଙ୍କୁ ମାଡ଼ ମାରି ତାଙ୍କ ନିକଟରୁ ୪ ହଜାର ଟଙ୍କା ସହିତ ବ୍ୟାଙ୍କ କାଗଜପତ୍ର ଲୁଟିନେଇ ଦ୍ରୁତ ଗତିରେ ବାଙ୍ଗିରିପୋଷି ଆଡ଼କୁ ପଳାଇଥିଲେ । ବାଙ୍ଗିରିପୋଷି ପୋଲିସ ଘଟଣା ବିଷୟରେ ଖବର ପାଇ ବିଭିନ୍ନ ଥାନାକୁ ଅବଗତ କରାଇବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖବର ଲେଖାଯିବା ପର୍ୟ୍ୟନ୍ତ ଦୁର୍ବୃତ୍ତ ମାନଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!