ଯାଜପୁର, (ବାଘୁଆବାର୍ତ୍ତା): ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଉତଙ୍ଗରା ପଞ୍ଚାୟତ ବରିକୁଳ ଗାଁର ଅମ୍ରିତା ଦାସ ସବୁଦିନ ପରି ଗତକାଲି ନିକଟସ୍ଥ ଗାଁ ବାବଲପୁର ଟ୍ୟୁସନ ପାଇଁ ଯାଇଥିଲେ । ସନ୍ଧ୍ୟା ୬ ଟା ବେଳେ ଟ୍ୟୁସନ୍ ଛୁଟି ପରେ ବି ଅମ୍ରିତା ଘରକୁ ନଫେରିବାରୁ ପରିବାର ଲୋକ ସନ୍ଦେହ କରିଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଝିଅର ମୃତ ଦେହ ଘରଠାରୁ ଦୁଇ କିଲୋମିଟର ଦୂରରେ ଏକ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ । ଅନ୍ୟପଟେ କିଛି ଅସାମାଜିକ ଯୁବକ ଅମ୍ରିତାଙ୍କୁ କମେଣ୍ଟ ମାରିବା ପରେ ସେମାନଙ୍କ ସହ ଅମ୍ରିତାଙ୍କ ପାଟିତୁଣ୍ଡ ହୋଇଥିଲା । ଅସାମାଜିତ ଯୁବକମୋନ ଅମ୍ରିତାଙ୍କୁ ଧମକ ଦେବାସହ ତୋତେ ଦେଖିଦେବୁ କହିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏନେଇ ପରିବାର ଲୋକ ଦଶରଥପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏଯାଏଁ ତଦନ୍ତ ଆରମ୍ଭ କରିନଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ଟ୍ୟୁସନ୍କୁ ଆସିଥିବା ନବମ ଶ୍ରେଣୀ ଛାତ୍ରୀ ଅମ୍ରିତାଙ୍କ ମୃତଦେହ ଏକ ପୋଖରୀ ନିକଟରୁ ଉଦ୍ଧାର କରାଯାଇଥିଲା । ଛାତ୍ରୀଙ୍କ ମୃତ୍ୟୁର ରହସ୍ୟ ଜଣାପଡ଼ିନଥିବା ବେଳେ କେହି ତାକୁ ହତ୍ୟାକରି ଫିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଅନ୍ୟପଟେ ଅମ୍ରିତାଙ୍କ ବାପା କେନ୍ଦୁଝରର ଏକ ଖଣିରେ କାର୍ୟ୍ୟ କରନ୍ତି । ଏଥି ପାଇଁ ଅମୂଲ୍ୟ କେନ୍ଦୁଝରରେ ରହୁଥିବା ବେଳେ ଗାଁରେ ପତ୍ନୀ ଓ ଦୁଇଝିଅ ରହୁଥଲେ । ଅମ୍ରୁତା ପ୍ରତିଦିନ ମଙ୍ଗଳପୁର ଥାନା ନନ୍ଦିପୁର ଗ୍ରାମର ଶିକ୍ଷକଙ୍କ ନିକଟକୁ ଟ୍ୟୁସନ ହେବାକୁ ସାଇକେଲ ଯୋଗେ ଯା’ନ୍ତି । ପ୍ରତିଦିନ ଭଳି ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସେ ସାଇକେଲରେ ଟ୍ୟୁସନ ଆସିଥିଲେ । ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ଟ୍ୟୁସନ ଛୁଟି ହେବାରୁ ସେ ଘରକୁ ଫେରିଥିଲେ । ବାଟରେ ସେ ନନ୍ଦିପୁର ବଜାରରେ ଅଟକି ବହି କିଣିଥିଲେ । ତେବେ ବର୍ଷା ହେବାରୁ ସେ ନିକଟସ୍ଥ ଦୋକାନରୁ ଏକ ଜରି ମାଗି ଆଣି ମୁଣ୍ଡରେ ଦେଇ ଘରକୁ ଫେରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ଏପଟେ କିନ୍ତୁ ଦୀର୍ଘ ସମୟ ପରେ ବି ଅମ୍ରୁତା ଘରେ ପହଞ୍ଚିନଥିଲେ । ଝିଅ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ରାତି ପ୍ରାୟ ୯ଟା ସମୟରେ ନନ୍ଦିପୁର ବଜାର ଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଏକ ପୋଖରୀରେ ଅମ୍ରୁତାର ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ନିକଟରେ ସାଇକେଲ୍ ନଥିବା ବେଳେ ବ୍ୟାଗ୍ ପଡିଥିଲା । ପରିବାର ଲୋକେ ସଙ୍ଗେସଙ୍ଗେ ଅମ୍ରୁତାଙ୍କ ମୃତଦେହକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।





