ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବନାଞ୍ଚଳ କାର୍ୟ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିବା ବ୍ରହ୍ମାନନ୍ଦ ପତିଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଛି। ଗତକାଲି ରାତି ପ୍ରାୟ ୧୦ଟାରେ ସାମ୍ବାଦିକ ରିତେନ୍ଦ୍ର ଛାଟୋଇଙ୍କୁ ସେ ଫୋନ୍ କରି ଦୁର୍ବ୍ୟବହାର କରିଥିବା ଜଣାପଡିଛି। ଏନେଇ ଛାଟୋଇଙ୍କ ଅଭିଯୋଗ ଆଧାରରେ ଟାଉନ୍ ଥାନା ପୁଲିସ ମାମଲା ରୁଜୁ କରିଛି। ମଦ୍ୟପାନ କରି ଛାଟୋଇଙ୍କ ମୋବାଇଲ କୁ ବ୍ରହ୍ମାନନ୍ଦ କଲ୍ କରି ନିଶାରେ ଏଣୁ ତେଣୁ ପଚାରିଥିଲେ, ଏବଂ ଅଶ୍ଳୀଳ ଭାଷା ମଧ୍ୟ କହିଥିଲେ। କୈଣସି ପୂର୍ବ ପରିଚୟ ନଥିବା ପତିଙ୍କ ଏଭଳି ବ୍ୟବହାର ନେଇ ଛାଟୋଇ ଆଶ୍ଚର୍ୟ୍ୟ ପ୍ରକାଶ କରିଥିଲେ। ଏହି ମାମଲାର ତଦନ୍ତ ଏସ୍ ଆଇ ଧର୍ମେନ୍ଦ୍ର ଶିଆଲ କରୁଛନ୍ତି। ବନାଞ୍ଚଳ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ବ୍ରହ୍ମାନନ୍ଦ ଜଣେ ଅଭ୍ୟାସ ଗତ ନିଶାଡି, ଅଫିସ ରେ ମଧ୍ୟ ସେ ବିଶୃଙ୍ଖଳା ସୃଷ୍ଟି କରନ୍ତି। ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବାକୁ ପୁଲିସ କୁ କୁହାଯାଇଛି।





