Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣା: ନୂଆ ପ୍ରେମିକା ପଛରେ ବାୟା ଥିଲେ ସୌମ୍ୟ, ଡାଏରୀ କହୁଛି କାହାଣୀ

by ସଞ୍ଜୟ ସ୍ୱାଇଁ
August 26, 2022
in Crime, State
ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣା: ନୂଆ ପ୍ରେମିକା ପଛରେ ବାୟା ଥିଲେ ସୌମ୍ୟ, ଡାଏରୀ କହୁଛି କାହାଣୀ
138
VIEWS
Share on FacebookShare on Twitter

ଭୁବନେଶ୍ୱର/କଟକ, (ବାଘୁଆବାର୍ତ୍ତା): ସଫ୍ଟୱେର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ସପ୍ତାହେ ପୂରିଛି । ହେଲେ ଆତ୍ମହତ୍ୟାର କାରଣ ବିଷୟରେ କିଛି ଟେର ପାଇନି ପୁଲିସ୍‌ । ଗୁରୁବାର ୨ଟି ବିସ୍ଫୋରକ ତଥ୍ୟ ପଦାକୁ ଆସିଛି । ଗୋଟିଏ ହେଲା ସୌମ୍ୟଜିତ୍‌ ମହାପାତ୍ରଙ୍କ ନୂଆ ପ୍ରେମିକା ଓ ଅନ୍ୟଟି ଶ୍ୱେତାଙ୍କ ସାଙ୍ଗଙ୍କ ଚାଞ୍ଚଲ୍ୟକର ବୟାନ । ଏହି ୨ଟି ଖବର ପାଇ ପୁଲିସ୍‌ ଅଧିକ ସକ୍ରିୟ ହୋଇଛି । ଡିସିପିଙ୍କ ପ୍ରତୀକ ମୀନା ସିଂହ ଏକ ସ୍ପେଶାଲ୍‌ ଟିମ୍‌ ଗଠନ କରି ଘଟଣାର ତଦନ୍ତ କରୁଛନ୍ତି । ଶ୍ୱେତା ଆତ୍ମହତ୍ୟା କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା । ହେଲେ ସେ କ’ଣ ପାଇଁ ଆତ୍ମହତ୍ୟା କଲେ? ଆତ୍ମହତ୍ୟା ପାଇଁ ତାଙ୍କୁ କିଏ ପ୍ରର୍ବତ୍ତାଇଥିଲା କି? ମାନସିକ ଓ ଶାରୀରିକ ନିର୍ୟାତନ ଦିଆଯାଇଥିଲା କି? ଏମିତି ଅନେକ କିଛି ପ୍ରଶ୍ନର ଉତ୍ତର ଖୋଜୁଥିଲା ଚନ୍ଦ୍ରଶେଖପୁର ଥାନା ପୁଲିସ୍‌ । ପୁଲିସ୍‌ ଜାଣିବାକୁ ପାଇଛି ଅଫିସ୍‌ରେ ଶ୍ୱେତା ଓ ସୌମ୍ୟଜିତ ପରସ୍ପରକୁ ଭଲ ପାଉଥିଲେ । ଉଭୟେ ସ୍ୱାମୀ-ସ୍ତ୍ରୀଙ୍କ ଭଳି ଚଳୁଥିଲେ । ଘର ଭଡ଼ା ନେଇ ଏକାଠି ରହୁଥିଲେ । ଏ କଥା ଉଭୟଙ୍କ ପରିବାର ଲୋକ ବି ଜାଣିଥିଲେ । ଏକାଠି ରହିବା ସମୟରେ ସୌମ୍ୟଜିତ୍‌ କିଛି ଅନ୍ତରଙ୍ଗ ସମୟରେ ଫଟୋ ଓ ଭିଡିଓ ନିଜ ଫୋନ୍‌ରେ ରଖିଥିଲେ । ଚାକିରି ଛାଡିବା ପୂର୍ବରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା । ଯେଉଁଥିରେ ଉଭୟଙ୍କ ପରିବାର ଲୋକ ହସ୍ତକ୍ଷେପ କରିଥିଲେ । ସୌମ୍ୟଜିତ୍‌ ଯେତେବେଳେ ଏମ୍‌ବିଏ ପଢ଼ିବାକୁ ଆସିଲେ ତା’ର କିଛି ମାସ ପରେ ହଠାତ୍‌ ଶ୍ୱେତାଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ । ପୁଲିସ୍‌ କହିଛି, ସୌମ୍ୟଜିତ୍‌ ଏମ୍‌ବିଏ ପଢ଼ିବା ସମୟରେ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଇଥିଲେ । ନୂଆ ପ୍ରେମିକା ପାଇବା ପରେ ଶ୍ୱେତାଙ୍କୁ ଭୁଲି ଯାଇଥିଲା । ଶ୍ୱେତା ନିଜ ଅଧିକାର ଜାହିର କରିବାକୁ ସୌମ୍ୟଜିତ୍‌ଙ୍କୁ ଫୋନ୍‌ କରି ଥାନାର ଭୟ ଦେଖାଉଥିଲେ । ହେଲେ ସୌମ୍ୟଜିତ୍‌ ତାଙ୍କୁ ଭିଡିଓ ଭାଇରାଲ୍‌ର ଧମକ ଦେଇ ବ୍ଲାକ୍‌ମେଲିଂ କରୁଥିଲା । ବ୍ଲାକ୍‌ମେଲିଂ ଓ ସୌମ୍ୟଜିତ୍‌ଙ୍କ ଦୂରେଇ ଯିବା ସହି ନ ପାରି ଶ୍ୱେତା ଏମିତି କରିଥିବା ପୁଲିସ୍‌ ଅନୁମାନ କରୁଛି । ଶ୍ୱେତାଙ୍କ ସାଙ୍ଗ ପ୍ରୀତିଶ ନାୟକ ଗଣମାଧ୍ୟମକୁ କହିଛନ୍ତି, ୨୦୧୩ ମସିହାରୁ ଶ୍ୱେତା ମୋର ଜଣେ ଉତ୍ତମ ବନ୍ଧୁ ଥିଲେ । ତାଙ୍କ ସହ ସବୁ କଥା ସେୟାର କରୁଥିଲେ । ୬ ମାସ ହେବ ସୌମ୍ୟଜିତ ସହ ଶ୍ୱେତାଙ୍କର ସମ୍ପର୍କ ଖରାପ ହେଲାଣି । ଶ୍ୱେତା ଏନେଇ ତାଙ୍କ ବାପାମା’ଙ୍କୁ କହିଥିଲେ । ଶ୍ୱେତାଙ୍କ ପରିବାର ଲୋକ ସୌମ୍ୟଜିତ୍‌ଙ୍କ ସମ୍ବଲପୁର ଘରକୁ ଯାଇ ଆଲୋଚନା କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ କିଛି ମାତ୍ରାରେ ସମାଧାନ ହୋଇଥିଲା । କିନ୍ତୁ ଏମ୍‌ବିଏ କରିବା ପାଇଁ ଗଲା ପରେ ଶ୍ୱେତାଙ୍କୁ ଠାରୁ ସମ୍ପର୍କ ଛିନ୍ନ କରିବା ଆରମ୍ଭ କରିଥିଲେ ସୌମ୍ୟଜିତ । ଶ୍ୱେତା କହିଥିଲେ, ଯଦି ରିଲେସନ୍‌ ରହିବ, ତା’ହେଲେ ବିବାହ ଜରୁରୀ । କାରଣ ସୌମ୍ୟଜିତ ପୂର୍ବରୁ ୩ ଜଣ ଝିଅଙ୍କୁ ଧୋକ୍କା ଦେଇଥିବା ଶ୍ୱେତା ଜାଣିପାରିଥିଲେ ବୋଲି ପ୍ରୀତିଶ କହିଛନ୍ତି । ତା’ଛଡା ଶ୍ୱେତାଙ୍କ ଅନ୍ତରଙ୍ଗ ଭିଡିଓ ବାବଦରେ ପ୍ରୀତିଶ ଜାଣିଥିବା ମଧ୍ୟ କରିଛନ୍ତି । ଶ୍ୱେତା ଏ ବିଷୟରେ ପ୍ରୀତିଶକୁ କହିଥିଲେ । ସେଥିପାଇଁ ସେ ମଧ୍ୟ ଭୟ କରୁଥିଲା । ଶ୍ୱେତା ବହୁତ ଲୟାଲ ଓ ଅନେଷ୍ଟ ଥିଲା । ସୌମ୍ୟଜିତଙ୍କୁ ଯେତେବେଳେ କୋଭିଡ୍‌ ହୋଇଥିଲା ଶ୍ୱେତା ମା’ ଭଳି ତା’ର ଯତ୍ନ ନେଇଥିଲା । ପ୍ରୀତିଶ ଗଣମାଧ୍ୟମକୁ ଯାହା ତଥ୍ୟ ଦେଇଛନ୍ତି ସେ ସବୁ ପୁଲିସ୍‌କୁ ମଧ୍ୟ ଜଣାଇଛନ୍ତି । ସେପଟେ ଶ୍ୱେତାଙ୍କ ହାତ ଲେଖା ଡାଏରୀର ୨ଟି ପୃଷ୍ଠା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଲେଖାଟି ୨୦୨୧ ଶେଷର ବୋଲି ଜଣାପଡିଛି । ମୃତ୍ୟୁର ବହୁ ପୂର୍ବରୁ ସୌମ୍ୟଜିତଙ୍କ ସହ ସମ୍ପର୍କକୁ ନେଇ ସେ ସେଥିରେ ଅନେକ କଥା ଲେଖିଛନ୍ତି । ଦିନକୁ ଦିନ ସମ୍ପର୍କ ମଜଭୁତ ହେଉଥିବା ଡାଏରୀରେ ଉଲ୍ଲେଖ କରିଛନ୍ତି । ଗୋଟିଏ ପୃଷ୍ଠାରେ ସେ(ସୌମ୍ୟଜିତ) ମୋତେ ସ୍ତ୍ରୀ ଭାବେ ଗ୍ରହଣ କରିଥିବା ଲେଖାଯାଇଛି । ଭଗବାନ ଆମର ସବୁ ସମସ୍ୟା ଦୂର କରନ୍ତୁ ବୋଲି ଲେଖା ରହିଛି । ଶେଷରେ ଲଭ ୟୁ ସୌମ୍ୟଜିଟ୍ଟ ଶ୍ୱେତା ବୋଲି ଲେଖା ରହିଛିଟ୍ଟ । କିଏ ଏହାକୁ ଭାଇରାଲ୍‌ କରିଛି ସେ ବିଷୟରେ ପୁଲିସ୍‌ ପାଖରେ କିଛି ଖବର ନାହିଁ । ଅନ୍ୟପକ୍ଷରେ ଗୁରୁବାର ଶ୍ୱେତାଙ୍କ ବାପା, ମା’ ଓ ଭାଇ ଡିସିପିଙ୍କୁ ଭେଟିଛନ୍ତି । ଶ୍ୱେତାଙ୍କର ୪ ଜଣ ସାଙ୍ଗ ସବୁ ଜାଣିଥିବା ଭାଇ ଡିସିପିଙ୍କୁ ଜଣାଇଛନ୍ତି । ଶ୍ୱେତାଙ୍କ କିଛି ମେସେଜ୍‌ ମଧ୍ୟ ଡିସିପିଙ୍କୁ ଦେଇଛନ୍ତି । ପୁଲିସ ଉପରେ ଭରସା ଅଛି । ତଦନ୍ତ ହେଲେ ସତ ବାହାରିବ ବୋଲି ଶ୍ୱେତାଙ୍କ ବାପା ସୁଶାନ୍ତ ଦାସ କହିଛନ୍ତି । ସେପଟେ ପୁଲିସ୍‌ର ତଦନ୍ତ ଦେଖି ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି ସୌମ୍ୟଜିତ୍‌ । ଶ୍ୱେତାଙ୍କ ବାପା ସୁଶାନ୍ତ ଦାସ ଏହି ଘଟଣାରେ ସୌମ୍ୟଜିତ୍‌ଙ୍କ ବିରୋଧରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଗ୍ରହଣ କରି ପୁଲିସ୍‌ ଅଭିଯୁକ୍ତ ସୌମ୍ୟଜିତ୍‌ ବିରୋଧରେ ଦଫା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ମାମଲା ରୁଜୁ କରିଛି । ସୌମ୍ୟଜିତ୍‌ ଫେରାର ହୋଇଯାଇଥିବା କୁହାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!