Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେଡିରେ ମିଶିଲେ ୧୨୦ ଭାଜପା କର୍ମୀ

by ସଞ୍ଜୟ ସ୍ୱାଇଁ
March 12, 2020
in Feature News
ବିଜେଡିରେ ମିଶିଲେ ୧୨୦ ଭାଜପା କର୍ମୀ
17
VIEWS
Share on FacebookShare on Twitter

ଓଡ଼ଗାଁ ବିଜୁବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ସମାରୋହ

ନୟାଗଡ଼, (ବାଘୁଆବାର୍ତ୍ତା) : ଗୁରବାର ଅପରାହ୍ନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର୧୦୪ ତମ ଜନ୍ମ ଜୟନ୍ତୀ ସମାରୋହ ଓଡ଼ଗାଁ ମିନିଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସମାରୋହରେ ଯୋଗଦେଇ ଓଡ଼ଗାଁ ବ୍ଲକର ୧୮ ଟି ପଂଚୟତ ଓ ଏନଏସିକୁ ମହାନଦୀରୁ ପାନୀୟ ଜଳ ଯୋଗାଣ ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ପ୍ରତି ପଂଚାୟତରେ ବିଶ୍ୱ ସ୍ତରୀୟ ହାଇସ୍କୁଲ ନିର୍ମାଣ ଯୋଜନା ପାଇଁ ପ୍ରସ୍ତୁତି ଚାଲିଥିବା କହିଥିଲେ । ଜନସଂଖ୍ୟା ବୃଦ୍ଧି କାରଣରୁ ମହାନଦୀରୁ ନୟାଗଡ଼ ପାନୀୟ ଜଳ ଯୋଗାଣ ଯୋଜନା ଓଡ଼ଗାଁକୁ ସଂପ୍ରସାରଣ କରାଗଲେ ସ୍ଥାନୀୟ ଅଂଚଳରୁ ଜଳାଭାବ ଜନିତ ସମସ୍ୟା ଦୂର ହୋଇପାରିବ । କଟକ ବଡ଼ ଡାକ୍ତରଖାନାକୁ ବିଶ୍ୱ ସ୍ତରୀୟ ଡାକ୍ତରଖାନା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପରବର୍ତି ସମୟରେ ଜିଲ୍ଲା ଏବଂ ବ୍ଲକରେ ଉନ୍ନତ ମାନର ଡାକ୍ତରଖାନା ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମାରୋହରେ ଯୋଗଦେଇ ପୂର୍ବତନ ସରପଂଚ ଦିବାକର ନାୟକ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଓଡ଼ଗାଁ ବିଜୁ ଜନତାଦଳ ସଭାପତି ରବୀନ୍ଦ୍ରନାଥ ପୃଷ୍ଟି, ନୟାଗଡ଼ ନିର୍ବାଚନ ମଣ୍ଡଳି ସଭାପତି ଗଙ୍ଗାଧର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନଳିନୀପ୍ରଭା ସେଠୀ, ଓଡ଼ଗାଁ ବ୍ଲକ ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଭୁବନେଶ୍ୱରରୁ ଆସିଥିବା ଦଳୀୟ ପର୍ଯ୍ୟବେକ୍ଷକ ରୁନୁ ଜେନା, ମୀରା ପରିଡା ଯୋଗଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିବା ସହିତ ସରକାରଙ୍କ ବିକାଶ ମୁଳକ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଶହସ୍ରାଧିକ ବିଜୁପ୍ରେମୀ, ସମର୍ଥକ ମାନଙ୍କୁ ସୂଚନା ଦେଇଥିଲେ । ରୋହିବାଙ୍କ ପଂଚୟତର ଶତାଧିକ ଭାଜପା କର୍ମୀ ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ଯୋଗଦେଇଥିଲେ । ନିତ୍ୟାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!