Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗରିବଙ୍କ କାମ ନିସ୍ୱାର୍ଥପର ଓ ନିଷ୍ଠାପର ଭାବେ କର : ଅରୁଣ

by ସଞ୍ଜୟ ସ୍ୱାଇଁ
March 8, 2020
in Feature News
ଗରିବଙ୍କ କାମ ନିସ୍ୱାର୍ଥପର ଓ ନିଷ୍ଠାପର ଭାବେ କର : ଅରୁଣ
47
VIEWS
Share on FacebookShare on Twitter

ଗମ୍ଭାରିଡିହି ଗ୍ରାମ ପଂଚାୟତରେ ଶିଳାନ୍ୟାସ ଓ ଶୁଭ ଉଦ୍‌ଘାଟନ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗମ୍ଭାରିଡିହି ଗ୍ରାମ ପଂଚାୟତରେ ମାରାଥନ ଭାବେ ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜୀବ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ଅରୁଣା ନାୟକ, ବିଡିଓ ମନୋଜ ପାତ୍ର, ସରପଂଚ ଦିବାକର ମିଶ୍ର, ସମିତି ସଭ୍ୟା ସଂଯୁ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ଅତିଥିମାନେ ନନ୍ଦପୁରଠାରେ ୫୭ ଲକ୍ଷ ୫୪ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପର ଶୁଭ ଦେବା ସହ ଗମ୍ଭାରିଡିହି ଗ୍ରାମରେ ୩୨ ଲକ୍ଷ ବ୍ୟୟରେ ପୁନରୁଦ୍ଧାର ହେବାକୁ ଥିବା ମହାପୁଷ୍କରିଣୀର ଶୁଭ ଦେଇଥିଲେ । ସେହିପରି ଭାବେ ଗମ୍ଭାରିଡିହି ଗ୍ରାମ ପଂଚାୟତରେ ୩୫ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପକୁ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗୀକୃତ୍ତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଗ୍ରାମାଞ୍ଚଳ ବିକାଶରେ ନବୀନ ପଟ୍ଟନାୟକଙ୍କ ସରକାରରେ ଅର୍ଥର ଅଭାବ ନଥିବା ନେଇ ପ୍ରକାଶ କରିବା ସହ ଗରୀବ ମାନଙ୍କର କାମ ନିସ୍ୱାର୍ଥପର ଓ ନିଷ୍ଠାପର ଭାବେ କରିବା ଉଚିତ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ମୁଖ୍ୟ ଅତିଥି ଖୁବଶ୍ରୀଘ୍ର ନୟାଗଡ଼ ନିର୍ବାଚନ ମଣ୍ଡଳୀ ଏକ ବିକାଶଶୀଳ ନିର୍ବାଚନ ମଣ୍ଡଳୀରେ ପରିଣତ ହେବାକୁ ଯାଉଛି ବୋଲି କହିଥିଲେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଆଜିର ମହିଳା ଦିବସରେ ଗମ୍ଭାରଡିହି ପଂଚାୟତର ମହିଳା ମାନଙ୍କ ପାଇଁ ପାନୀୟ ଜଳ, ପୁଷ୍କରିଣୀ ଓ କଲ୍ୟାଣ ମଣ୍ଡପର ଉତ୍ସର୍ଗ କରାଗଲା ବୋଲି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ସହକାରୀ ଯନ୍ତ୍ରୀ ଅଜୟ କୁମାର ସିଂ, କନିଷ୍ଠ ଯନ୍ତ୍ରୀ ସୁମିତ୍ରା ନାୟକ, ପାନୀୟ ଜଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବାସ ସ୍ୱାଇଁ ପ୍ରମୂଖ ଯୋଗ ଦେଇଥିବା ବେଳେ ବହୁ ଜନସାଧାରଣ ଯୋଗ ଦେଇଥିଲେ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!