Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଇଁ – ଭଣଜା ଚୋରା ପ୍ରେମ, ମାମୁଁ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ, ଡାକ୍ତରଖାନାରେ ଭର୍ତି

by ସଞ୍ଜୟ ସ୍ୱାଇଁ
August 5, 2022
in Crime, State
ମାଇଁ – ଭଣଜା ଚୋରା ପ୍ରେମ, ମାମୁଁ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ, ଡାକ୍ତରଖାନାରେ ଭର୍ତି
219
VIEWS
Share on FacebookShare on Twitter

କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ସମ୍ପର୍କର ମର୍ୟ୍ୟାଦାକୁ ଭୁଲିଯାଇ ମାଇଁ-ଭଣଜା ଚୋରା ପ୍ରେମରେ ମାତିଥିଲେ । ମାଇଁ-ଭଣଜା ହୋଇଥିବାରୁ କେହି ସନ୍ଦେହ ଚକ୍ଷୁରେ ଦେଖୁନଥିଲେ । ପରେ ପରିବାର ଲୋକଙ୍କ ନଜରରେ ଏକାଧିକ ବାର ପଡ଼ିବାରୁ ସେମାନଙ୍କୁ ଆକଟ କରିଥିଲେ । ପାପ ପ୍ରଣୟରୁ ଦୂରେଇ ରହିବାକୁ ଦୁହିଁଙ୍କୁ ପରାମର୍ଶ ଦେଇଥିଲେ । ହେଲେ ସେଥିରେ କିଛି ଫରକ ପଡ଼ିନଥିଲା । ମାମୁ ଏଥିରେ ବିରୋଧ କରିବାରୁ ପତ୍ନୀ ଓ ଭଣଜାଙ୍କ ଟାର୍ଗେଟ୍‌କୁ ଚାଲି ଆସିଥିଲେ । ବିରୋଧ ବଢ଼ୁଥିବା ଦେଖି ଉଭୟ ଯୋଜନାବନ୍ଧ ଭାବେ ମାମୁଙ୍କୁ ରାସ୍ତାକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଛକରେ ବସିଥିବା ବେଳେ ସେମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ନଜରକୁ ଆସିଛି । ମାରଣାସ୍ତ୍ରରେ ଆକ୍ରମଣ କରିବା ଫଳରେ ତାଙ୍କର ଡାହାଣ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ସ୍ୱାମୀ ଅବା ତାଙ୍କ ପରିବାରର କେହି ଏତଲା ଦେବା ଆଗରୁ ପତ୍ନୀ ଆଗୁଆ ସ୍ୱାମୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ସ୍ୱାମୀ ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି ନିଶାସକ୍ତ ହୋଇ ଅବାଟକୁ ଚାଲିଯାଇଛନ୍ତି । ତେଣୁ ତାଙ୍କୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଉ ବୋଲି ଦାଏର ଏତଲାରେ ଦର୍ଶାଇଛନ୍ତି । ଯାହା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଡେରାବିଶ ଥାନା ଅଧୀନ ଏକ ଗ୍ରାମରେ ଜନୈକ ବ୍ୟକ୍ତି ସପରିବାର ରହିଆସୁଛନ୍ତି । କିଛି ମାସ ହେବ ତାଙ୍କ ପତ୍ନୀଙ୍କ ସହ ଭଣଜାଙ୍କର ଅନୈତିକ ସମ୍ପର୍କ ଗଢ଼ି ଉଠିବାରୁ ଦମ୍ପତ୍ୟ ଜୀବନରେ କଳହ ଦେଖାଯାଇଥିଲା । ପ୍ରଥମେ ସେ ଓ ତାଙ୍କ ପରିବାର ସଦସ୍ୟ ଉଭୟଙ୍କ ସମ୍ପର୍କକୁ ନେଇ ସନ୍ଦେହ ଚକ୍ଷୁରେ ଦେଖୁନଥିଲେ । ହେଲେ ସେମାନଙ୍କ ମଧ୍ୟରେ ଅତ୍ୟଧିକ ମିଳାମିଶା ଓ ଚାଲିଚଳଣରେ ଫରକ ଦେଖାଯିବାରୁ ସନ୍ଦେହ ବଢ଼ିଥିଲା । ପରେ ଉଭୟଙ୍କୁ ଅସଂଯତ ଅବସ୍ଥାରେ ଦେଖିବା ପରେ ସ୍ୱାମୀ ଓ ପରିବାର ଲୋକଙ୍କ ସନ୍ଦେହ ଠିକ୍‌ ବୋଲି ପ୍ରମାଣିତ ହୋଇଥିଲା । ଭଣଜାଙ୍କ ପରିବାର ଲୋକଙ୍କୁ ଏନେଇ ଅବଗତ କରାଯିବାରୁ ତାଙ୍କୁ ମାଇଁଙ୍କ ସହ ମିଶିବାକୁ ବାରଣ କରାଯାଇଥିଲା । ହେଲେ କିଛି ଦିନ ପରେ ସଂପୃକ୍ତ ମହିଳା ପୁଣି ସ୍ୱାମୀଙ୍କ ଅନୁପସ୍ଥିତିରେ ଭଣଜାଙ୍କୁ ଡାକି ତାଙ୍କ ସହ ସମ୍ପର୍କ ରଖିଥିଲେ । ସ୍ୱାମୀଙ୍କ ପାଖରେ ଏହି ଖବର ପହଞ୍ଚିବାରୁ ସେ ସେମାନଙ୍କୁ ଗାଳିଗୁଲଜ କରିବା ସହ କଡ଼ା ଭାଷାରେ ତାଗିଦ୍‌ କରିଥିଲେ । ହେଲେ ଏଥିରେ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା । ସ୍ୱାମୀଙ୍କ ଆଡୁ ଘୋର ବିରୋଧ ହେଉଥିବା ଦେଖି ଭଣଜାଙ୍କ ସହ ମିଶି ତାଙ୍କୁ ରାସ୍ତାରୁ ହଟାଇବାକୁ ସ୍ତ୍ରୀ ଯୋଜନା କରିଥିଲେ । ସ୍ୱାମୀ ଆଜି ସ୍ଥାନୀୟ ଛକରେ ବସିଥିବା ବେଳେ ତାଙ୍କ ଉପରେ ସେମାନେ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କ ଡାହାଣ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!