Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଂଚମ ସଂନ୍ଧ୍ୟାରେ ‘ଏଇ ବୋଧେ ପ୍ରେମ’

by ସଞ୍ଜୟ ସ୍ୱାଇଁ
March 5, 2020
in Feature News

Notice: Trying to access array offset on value of type bool in /home/thecvdsw/baghuabarta.com/wp-content/themes/jnews/class/Single/SinglePost.php on line 1000
72
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା ସଂସ୍କୃତି ପରିଷଦ ଏବଂ ନାଟ୍ୟଧାରା ଆୟୋଜିତ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ୨୦୨୦ ପଂଚମ ଦିବସ ଆଜି ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ସଂନ୍ଧ୍ୟାରେ ଉଦଘାଟକ ଭାବେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ନବୀନ କୁମାର ପରିଡ଼ା ଯୋଗ ଦେଇଥିଲେ । କଳା, ସାହିତ୍ୟ ଓ ସଂସ୍କୃତିର ମାଟି ନୟାଗଡ଼ରେ ସାତଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହିୁ ନାଟକ ମହୋତ୍ସବ ଏବଂ ମହୋତ୍ସବକୁ ଉପଭୋଗ କରୁଥିବା ଶତାଧିକ ଦର୍ଶଙ୍କୁ ଅତିଥିମାନେ ସାଧୁବାଦ ଦେଇଥିବା ବେଳେ ନାଟ୍ୟଧାରାର ଉତ୍ତରତ୍ତୋର ଉନ୍ନତୀ କାମନା କରିଥିଲେ । ନାଟକ କ୍ଷେତ୍ରରେ ବିଗତ ଦିନରେ ନୟାଗଡ଼ର ବହୁ ସ୍ରଷ୍ଟାଙ୍କ ସୃଷ୍ଟି ତାରା ଭଳି ଜାଜ୍ୱଲ୍ୟମାନ ହେଉଥିବା ବେଳେ ଆଗାମୀ ଦିନରେ ଆହୁରୀ ଅନେକ ସୃଷ୍ଟି ହେବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ । ପଂଚମ ଦିବସରେ ଭୂବନେଶ୍ୱରର ନାଟ୍ୟ ଅନୁଷ୍ଠାନ ବିଦ୍ୟା କନକ ସୃହଜାନୁଷ୍ଠାନ ଦ୍ୱାରା ପରିବେଷିତ ହୋଇଥିଲା ନାଟକ ‘ଏଇ ବୋଧେ ପ୍ରେମ’ । ନାଟ୍ୟକାର ଦିଲ୍ଲୀପ କୁମାର ବଳବନ୍ତରାୟଙ୍କ ରଚିତ ଓ ଜଗଦୀଶ ମହାରଣାଙ୍କ ନିର୍ଦ୍ଦେଶିତ ଏହି ନାଟକକୁ ଦର୍ଶକ ବେଶ ଉପଭୋଗ କରିଥିବା ବେଳେ ଏହି ନାଟକଟିରେ ଜୀବନର କଥା ବେଶ ବାରି ହୋଇ ପଡ଼ିଥିଲା । ଜୀବନ ସାୟାହ୍ନରେ ସନ୍ତାନଙ୍କ ଅନୁପସ୍ଥିତି ସହ ଅନେକ ବଳକା ସମୟକୁ କାଟିବା ପାଇଁ ସାଥିର ଆବଶ୍ୟକତା ନାଟକରେ ଦେଖିବାକୁ ମିଳିଛି । ଏଥିସହିତ ସାଥି ହୋଇ ବଞ୍ଚିବା ଓ ସାଥୀ ହୋଇ ମରିବା ଭଳି କଠୋର ନିଷ୍ପତ୍ତି ଭରା ପ୍ରେମ କାହାଣୀ ଉପରେ ଆଧାରିତ ହୋଇଛି ନାଟକ ‘ଏଇ ବୋଧେ ପ୍ରେମ’ । ନାଟ୍ୟଧାରାର ସଭାପତି ପ୍ରମୋଦ ପଟ୍ଟନାୟକ, ନିର୍ଦ୍ଦେଶକ ଡ. ବିଜୟ କୁମାର ଚୈାଧୁରୀ ଏବଂ ସଂପାଦକ ଲକ୍ଷ୍ମୀଧର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ ତାରିଖରେ ଉଦଯାପିତ ହେବ ବୋଲି ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!