Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୂଆ ମୋଡ଼ରେ ଚିନିକଳ, ୧୨ରେ ତାଲା ଖୋଲିବ

by ସଞ୍ଜୟ ସ୍ୱାଇଁ
March 1, 2020
in Feature News
ନୂଆ ମୋଡ଼ରେ ଚିନିକଳ, ୧୨ରେ ତାଲା ଖୋଲିବ
28
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଚିନିଶିଳ୍ପ ଏବେ ନୂଆମୋଡ଼ରେ ପହଂଚିଛି । ପ୍ରଶାସନ ପକ୍ଷରୁ ଆସନ୍ତା ୧୨ ତାରିଖରେ ଚିନିଶିଳ୍ପ ତାଲା ଖୋଲା ଯାଇ ସ୍ଥାବର ଓ ଅସ୍ଥାବର ସଂମ୍ପତ୍ତିର ଆକଳନ କରାଯିବା ନେଇ ଆଜି ଖବର କାଗଜରେ ନୋଟିସ ଦିଆଯାଇଛି । ନୟାଗଡ଼ ଚିନିଶିଳ୍ପ ପୁନଃ କାର୍ଯ୍ୟକ୍ଷମ ନେଇ ପୂର୍ବରୁ କ୍ରିୟାନୁଷ୍ଠାନ କମିଟି ସହ ବସିଥିବା ଦ୍ୱିତୀୟ ବୈଠକ ଅନୁସାରେ ଚିନିଶିଳ୍ପର ସ୍ଥାବର ଓ ଅସ୍ଥାବର ସଂମ୍ପତ୍ତି ଆକଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ନୟାଗଡ଼ ସମବାୟ ଚିନି କମ୍ପେସ୍କ ଲିଃ ଅଧ୍ୟକ୍ଷ ତ୍ରୈଲୋକ୍ୟ ମିଶ୍ର ଏବଂ ବ୍ୟାଙ୍କ ଜିଲ୍ଲା ପ୍ରଶାସନର ନୋଟିସ୍ ଗ୍ରହଣ କରୁନଥିବାରୁ ବିଜ୍ଞାପନ ମାଧ୍ୟମରେ ପ୍ରଶାସନ ସେମାନଙ୍କୁ ନୋଟିସ କରିଥିବା ସୂଚନା ମିଳିଛି । ବ୍ୟାଙ୍କ ଏବଂ ପରିଚାଳନା କମ୍ପାନୀ ଅଧ୍ୟକ୍ଷ ଉକ୍ତ ଦିନ ଉପସ୍ଥିତ ରହିବାକୁ ନୋଟିସ ମାଧ୍ୟମରେ ଜଣାଇ ଦିଆଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଅଧିକାରୀ ନୟାଗଡ଼ ସମବାୟ ଚିନିିଶିଳ୍ପଙ୍କ ଆଦେଶ ମୂତାବକ ବିଜ୍ଞାପନ ମାଧ୍ୟମରେ ଆସନ୍ତା ୧୨ ତାରିଖ ଦଶ ଘଟିକା ସମୟରେ ଏଜ୍‌କ୍ୟୁଟିଭ ମାଜିଷ୍ଟେଡଙ୍କ ଉପସ୍ଥିତିରେ ନୟାଗଡ଼ ସମବାୟ ଚିନିଶିଳ୍ପକୁ ଖୋଲଯିବ । ନୟାଗଡ଼ ପୁନଃ କାର୍ଯ୍ୟକ୍ଷମ ନେଇ କୋର୍ଟ କଚେରୀରେ ଅନେକ ମାମଲା ଚାଲିଥିବା ବେଳେ ଏହାକୁ ଗତିଶୀଳ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!