Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଗିରଫ

by ସଞ୍ଜୟ ସ୍ୱାଇଁ
July 24, 2022
in Crime, State
ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଗିରଫ
178
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜିଙ୍କ ସହଯୋଗୀ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଇଡି ଚଢ଼ାଉ କରିଛି । ତାଙ୍କ ଘରୁ ନଗଦ ୨୦କୋଟି ଟଙ୍କା ମିଳିଛି । ତେଣୁ ତାଙ୍କୁ ପୁଲିସ ଗିରଫ କରିଛି । ଏହି ଘଟଣା ଚର୍ଚ୍ଚାରେ ଥିବାବେଳେ ସାମ୍ନାକୁ ଆସିଛି ଅର୍ପିତାଙ୍କ ଓଡ଼ିଶା ଲିଙ୍କ୍‌ । ଏ ଭିତରେ ଅର୍ପିତାଙ୍କୁ ନେଇ ଓଡ଼ିଶାରେ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି । ଓଡ଼ିଶାରେ ତାଙ୍କ ସହିତ ଯେଉଁମାନେ ସବୁ ସିନେମା କରିଥିଲେ ସେହି କଳାକାରଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି । କାଳେ ଅର୍ପିତାଙ୍କଠାରୁ କୌଣସି ତଥ୍ୟ ପାଇ ଇଡି ଓଡ଼ିଶାରେ ପହଞ୍ଚିବ । ସେଥିରେ ସମ୍ପୃକ୍ତ ଥିବା ସିନେମା ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରଙ୍କୁ ଜେରା କରିବ । ଖାଲି ସେତିକି ନୁହେଁ କିଛି ପ୍ରଯୋଜକ ଏବଂ ନିର୍ଦ୍ଦେଶକ ତାଙ୍କ ସହିତ ଯୋଗାଯୋଗରେ ଥିବା ସହ ମଝିରେ ମଝିରେ ବିଭିନ୍ନ କାର୍ୟ୍ୟକ୍ରମକୁ ଆସିବା ଲାଗି ତାଙ୍କୁ ନିମନ୍ତ୍ରଣ କରୁଥିଲେ । ନୂଆ ସିନେମା ନେଇ ବି କିଛି ଆଲୋଚନା କରିଥିବା ଶୁଣିବାକୁ ମିଳୁଛି । କିନ୍ତୁ ପ୍ରକୃତରେ ଏହା ପଛରେ କେତେ ବାସ୍ତବତା ରହିଛି ତାହା ତଦନ୍ତ ପରିସରଭୁକ୍ତ ହେଲେ ସବୁ ସତ ପଦାକୁ ଆସିବ ବୋଲି କିଛି କଳା ସମୀକ୍ଷକ କହିଛନ୍ତି । ସିନେ ଦୁନିଆରେ ଅର୍ପିତା ମୁଖାର୍ଜୀ ଜଣେ ଭଲ ଅଭିନେତ୍ରୀ । ବିଶେଷକରି ବଙ୍ଗଳା ଏବଂ ଓଡ଼ିଆ ସିନେମାରେ ତାଙ୍କ ନାଁ ରହିଛି । ମଡେଲିଂରୁ ଆସି ସେ ବଙ୍ଗଳା ସିନେମାରେ ପାଦ ରଖିଥିଲେ । ୨୦୦୫-୦୬ ମସିହାରେ ବଙ୍ଗଳା ସିନେମାରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ଓଡ଼ିଆ ସିନେ ଜଗତରେ ନାୟିକାଙ୍କ ଅଭାବ ପୂରଣ ପାଇଁ ବଙ୍ଗଳାରୁ ଓଡ଼ିଶା ଆସିଥିଲେ ଅର୍ପିତା । ବିଭିନ୍ନ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ନିମନ୍ତ୍ରଣ ପାଇ ସେ ଏଠି ବି ଗୋଟିଏ ପରେ ଗୋଟିଏ ସିନେମା କରି ସଫଳତା ହାସଲ କରିଛନ୍ତି । ସେ ଏଠାରେ ଆଗଧାଡ଼ିର ନାୟିକା ଭାବେ ପରିଚିତ ହୋଇପାରିଥିଲେ । ଯେଉଁଥିପାଇଁ ୨୦୦୮ରୁ ୨୦୧୨ ପର୍ୟ୍ୟନ୍ତ ବିଭିନ୍ନ ସିନେମା ଭେଟି ଦେଇଥିଲେ । ତାଙ୍କ ଅଭିନୀତ ସିନେମାଗୁଡ଼ିକ ମଧ୍ୟରେ ୨୦୦୮ରେ ‘ବନ୍ଦେ ଉତ୍କଳ ଜନନୀ’, ୨୦୦୯ରେ ‘ପ୍ରେମ ରୋଗୀ’, ୨୦୧୦ରେ ‘ତୋର ମୋର ଯୋଡ଼ି ସୁନ୍ଦର’, ୨୦୧୦ରେ ‘ମୁଁ କ’ଣ ଏତେ ଖରାପ’, ୨୦୧୨ରେ ‘ରାଜୁ ଆୱାରା’ ଆଦି ଅନ୍ୟତମ । ଏ ସବୁ ଓଡ଼ିଆ ସିନେମାର ଆଗଧାଡ଼ିର ସବୁ ନାୟକ ଓ କଳାକାରମାନେ ଅଭିନୟ କରିଛନ୍ତି । ସେଥିରୁ ଅନେକ ନାୟକ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ଯଦି ଓଡ଼ିଶାରେ ଅର୍ପିତାଙ୍କ ସମ୍ପର୍କରେ ତଦନ୍ତ ହୁଏ ଏବଂ କୌଣସି ଲିଙ୍କ୍‌ ବାହାରେ ତେବେ କିଛି କଳାକାର ଅଡୁଆରେ ପଡ଼ିବାର ସମ୍ଭାବନା ଦେଖାଦେଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!