Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରୀକ୍ଷା ଦେଇ ଫେରୁଥିବା ବେଳେ ଅଘଟଣ

by ସଞ୍ଜୟ ସ୍ୱାଇଁ
February 28, 2020
in Accident
ପରୀକ୍ଷା ଦେଇ ଫେରୁଥିବା ବେଳେ ଅଘଟଣ
22
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୂଆଗାଁ ବ୍ଲକ ଅନ୍ତର୍ଗତ ଢେଙ୍କେଣା ନିକଟରେ ବାଇକ ଦୁର୍ଘଟଣା ଘଟି ଆଜି ୩ ଛାତ୍ରୀଙ୍କ ସମେତ ୪ ଜଣ ଆହାତ ହୋଇଛନ୍ତି । ସୂଚନାନୁସାରେ, ମାଳିସାହିଠାରେ ଅବସ୍ଥିତ ଗତିକେଶ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସେଣ୍ଟର ଚାହାଳୀ ଉଚ୍ଚ ବିଦ୍ୟାଳୟରୁ ଫେରୁଥିବା ବେଳେ ଅଘଟଣ ଘଟିଛି । ଏହି ସମୟରେ ଏକ ବାଇକରେ ମାଳିସାହିର କାଂଚନ ବାରିକଙ୍କ ଝିଅ ରଶ୍ମିତା ବାରିକ ଜଣେ ସଂମ୍ପର୍କୀୟ ଭାଇ ଅଭିମନ୍ୟୁ ବାରିକ ସହ ଫେରୁଥିବା ବେଳେ ଅନ୍ୟ ଏକ ବାଇକରେ ଜଣେ ଯୁବକ ରଙ୍କନିଧି ମହାରଣାଙ୍କ ଝିଅ ଲକ୍ଷ୍ମୀ ମହାରଣା ଏବଂ ପୂର୍ଣ୍ଣ ମହାରଣାଙ୍କ ଝିଅ ରଚନା ମହାରଣାଙ୍କୁ ଧରି ଫେରୁଥିଲେ । ଦୁଇଟି ବାଇକ ଆଗପଛ ହୋଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ପରସ୍ପରକୁ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଗାଡ଼ିରୁ ଛିଟିକି ପଡ଼ି ରଶ୍ମିତା, ଅଭିମନ୍ୟୁ, ଲକ୍ଷ୍ମୀ, ରଚନା ଆହାତ ହୋଇଥିଲେ । ଖବରପାଇ ନୟାଗଡ଼ ଦମକଳ ବାହିନୀ ଘଟଣା ସ୍ଥଳରେ ପଂହଚି ଦୁର୍ଘଟଣା ଗ୍ରସ୍ତଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!