ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କାର୍ଯ୍ୟାଳୟରେ ଦୁଇ ଜଣିଆ ଜାତୀୟ ପରିଦର୍ଶନ କମିଟି ପରିଦର୍ଶନ କରି ଫେରି ଯାଇଥିବା ଜଣାପଡିଛି । ସେମାନେ ପ୍ରଥମେ ଗଣିଆ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବ୍ଲକ ବିଡିଓ ସିରିୟାଲ ପଟେଲ ସେମାନଙ୍କୁ ସ୍ୱାଗତ କରିଥିଲେ । ସେମାନେ ବ୍ଲକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ପରେ ପ୍ରଥମେ ଗଣିଆ ପଞ୍ଚାୟତକୁ ଯାଇଥିଲେ । ଗଣିଆ ପଞ୍ଚାୟତର ରାଜସ୍ୱ ଗ୍ରାମ ଏରୁଣ୍ଡିପଥରକୁ ଯାଇ ସେଠାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହୋଇଥିôବା କାର୍ଯ୍ୟ ଗୁଡିକୁ ତଦାରଖ କରିବା ସହିତ ଜବକାର୍ଡ ଧାରୀ ମାନେ ସେମାନଙ୍କର ପ୍ରାପ୍ୟ ପାଇଛନ୍ତି କି ନାହିଁ ଅନୁଧ୍ୟ୍ୟାନ କରିଥିଲେ । ପରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ରାସନ ସାମଗ୍ରୀ ଠିକ୍ରେ ମିଳୁଛି କି ନାହିଁ ସେ ସମ୍ପର୍କରେ କାଗଜପତ୍ର ଯାଞ୍ଚ କରିଥିଲେ । ଏପରିକି କିଛି ହିତାଧିକାରୀଙ୍କୁ ଡାକି ସେମାନଙ୍କୁ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଠିକ୍ ଭାବେ ଅର୍ଥ ମିଳୁଛି କି ନାହିଁ ତାହାର ତଦାରଖ କରିବା ସହିତ ପାସ୍ ବୁକ୍ ଯାଞ୍ଚ କରିଥିଲେ । ସ୍ୱଛ ଭାରତ,ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା,ଜୀବିକା ମିଶନ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟ୍ୟାନ କରିଥିଲେ । ବିଡିଓ ସିରିୟାଲ ପଟେଲ,ଅତିରିକ୍ତ ବିଡିଓ ସରୋଜ କୁମାର ନାୟକ,ସରପଞ୍ଚ ସଶ୍ମିତା ଲେଙ୍କା,କନିଷ୍ଠଯନ୍ତ୍ରୀ ଦୀପକ ରଞ୍ଜନ ରାଉତ,କାର୍ଯ୍ୟ ନିର୍ବାହୀ ଅଧିକାରୀ,ଓଡିଶା ଜୀବିକା ମିଶନ ବ୍ଲକ କୋଅଡିନେଟର,ଜିଆରଏସ୍ ପ୍ରମୁଖ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ଏହି କମିଟି ଆସନ୍ତା ୧୬ ତାରିଖରେ ଗଣିଆ ବ୍ଲକ ରାସଙ୍ଗ ଓ ଛାମୁଣ୍ଡିଆ ପଞ୍ଚାୟତ ତଦାରଖ କରିବେ ବୋଲି ଅତିରିକ୍ତ ବିଡିଓ ସରୋଜ କୁମାର ନାୟକ ଜଣାଇଛନ୍ତି ।





