ନୟାଗଡ଼ ନାଟକ ମହୋତ୍ସବ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ମାଟି କଳା, ସାହିତ୍ୟ ଓ ସଂସ୍କୃତିର ମାଟି । ଏମାଟିର ଲୋକମାନଙ୍କ ମଧ୍ୟରେ ନାଟକ ପ୍ରତି ରହିଛି ଅକୁଣ୍ଠ ଉତ୍କଣ୍ଠା ଓ ଆଗ୍ରହ । ଯେଉଁଥିପାଇଁ ବର୍ଷର ବିଭିନ୍ନ ସମୟରେ ନୟାଗଡ଼ରେ ମଂଚ ନାଟକ ଅନୁଷ୍ଠିତ ହେଉଛି । ଏହି ପ୍ରରିପେକ୍ଷିରେ ନୟାଗଡ଼ ନାଟ୍ୟଧାରା ଅନୁଷ୍ଠାନର ଆସନ୍ତା ମର୍ଚ୍ଚ ୧ରୁ ୭ ତାରିଖ ପର୍ଯ୍ୟନ୍ତ ନୟାଗଡ଼ ସହରରେ ନାଟକ ମହୋତ୍ସବ ଆୟୋଜନ କରିବା ପାଇଁ ସଭାପତି ପ୍ରମୋଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ସାତଦିନ ବ୍ୟାପି ଅନୁଷ୍ଠିତ ହେବାକୁଥିବା ଏହି ମହୋତ୍ସବରେ ନୟାଗଡ଼ର ନାଟ୍ୟ ଅନୁଷ୍ଠାନ ଚତ୍ମକାର ଦ୍ୱାରା ଅପହଂଚ ସଂମ୍ପର୍କ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୨ ତାରିଖରେ ଖୋର୍ଦ୍ଧାର ଆନ୍ଦୋଳନ ଦ୍ୱାରା ପରିବେଶିତ ହେବ ଏ ନୁହେଁ ଗପ । ସେହିଭଳି ୩ ତାରିଖରେ ତାଳଚେରର ନାଟକ ଏଠି ଗୋଟେ ଗାଁ ଥିଲା, ୪ ତାରିଖରେ ବେଲପାହାଡ଼ର ଲାଲ୍ ପାଏନ୍, ୫ ତାରିଖରେ ଭୂବନେଶ୍ୱର ବିଦ୍ୟା କନକ ସୃଜନାନୁଷ୍ଠାନ ଦ୍ୱାରା ଏଇ ବୋଧେ ପ୍ରେମ, ୬ ତାରିଖରେ ଭୂବନେଶ୍ୱରର ନବୀନ ବର୍ଣ୍ଣାଳୀ ଦ୍ୱାରା ବାଇ ଚଡ଼େଇର ଡେଣା, ୭ ତାରିଖରେ କଟକ ଶ୍ରଦ୍ଧାଞ୍ଜଳି ଦ୍ୱାରା ଅର୍ଜ୍ଜୁନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ପଠାଣିସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଟକ ମହୋତ୍ସବରେ ପ୍ରତ୍ୟେକ ଦିନ ସଂଦ୍ଧ୍ୟା ୭ଟା ୩୦ରୁ ନାଟକ ମଂଚସ୍ଥ ହେବ ବୋଲି ସୂଚନା ମିଳିଛି ।






