ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଅନେକ ବ୍ୟକ୍ତିତ୍ୱ ସ୍ୱଘୋଷିତ ସମାଜସେବକ ସାଜି ବ୍ୟବାସୟୀ ମନବୃତ୍ତି ରଖି ସରକାରୀ ଜମି ହଡ଼ପ କରୁଥିବା ଆଲୋଚନା ହେଉଛି । ଅନେକ ବ୍ୟକ୍ତି ଏଥିରେ ସଫଳ ହୋଇଥିବା ବେଳେ ଧିରେ ଧିରେ ସବୁ ଘଟଣା ଉପରୁ ପରଦା ହଟିବାକୁ ଯାଉଛି । ନୟାଗଡ଼ ସହରର ଉନ୍ନୟନ ତଥା ବିକାଶ ପାଇଁ ଅନେକ ବିଭାଗ କିଛି ଜମି ମିଳିଲେ ଉନ୍ନୟନ କାମ ଆଗେଇବା ପାଇଁ ଚିନ୍ତିତ ଥିବା ବେଳେ ଏହି ଜମି ହଡ଼ପକାରୀମାନେ କିନ୍ତୁ ସଂଘ, ଅନୁଷ୍ଠାନ ନାମରେ ଆଳ ଦେଖାଇ ଜମି ଜବରଦଖଲ କରୁଥିବା ନେ ସ୍ପଷ୍ଟ ହୋଇଛି । ଏପରିକି ବିଗତ ଦିନରେ ଏହି ସ୍ୱଘୋଷିତ ସମାଜସେବୀମାନେ ଏକର ଏଳର ମୁଲ୍ୟବାନ ଜମିକୁ ହାତେଇ ବ୍ୟବସାୟ ପ୍ରତିଷ୍ଠାନ ଠିଆ କରାଇବା ସହ କୋଟିପତି ହୋଇଥିବା ନଜିର ରହିଛି । ଅନେକାଂଶରେ ମଧ୍ୟ ଜମି ହଡ଼ପକାରୀମାନେ ଉକ୍ତ ଜମିରେ ଗୃହ ନିର୍ମାଣ କରି ବ୍ୟବସାୟ ପ୍ରତିଷ୍ଠାନକୁ ଭଡ଼ା ଲଗାଇଥିବା ବେଳେ ଏବେବି ନିର୍ମାଣ କାରୀ ଜାରି ରଖିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୂଚନା ଓ ଲୋକ ସଂମ୍ପର୍କ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ଜମିରେ । ଏହି ଜମିରେ ଭେଣ୍ଡି ଜୋନ ନିର୍ମାଣ ପାଇଁ ପ୍ରଶାସନ ପ୍ରସ୍ତୁତି ଚଳଇଥିବା ବେଳେ ଏଲଆଇସି ଏଜେଣ୍ଟ ଆସୋସିଏନ ନାମରେ ଏହି ଜମିକୁ ହଡ଼ପ କରାଯାଇ ଏଠାରେ ଗୃହ ନିର୍ମାଣ କାର୍ଯ୍ୟ ଜାରୀ ରହିଥିବା ଦେଖିବାକୁ ମିଳିଛି ।






