Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାବୀର ବଣିକ ମହାସଂଘର ୯ମ ବାର୍ଷିକ ସମାରୋହ ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
February 4, 2020
in Business
ମହାବୀର ବଣିକ ମହାସଂଘର ୯ମ ବାର୍ଷିକ ସମାରୋହ ଅନୁଷ୍ଠିତ
64
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): : ଦଶପଲ୍ଲା ଅଞ୍ଚଳର ୧୩ଗୋଟି ବଣିକ ସଂଘକୁ ନେଇ ଗଠିତ ମହାବୀର ବଣିକ ମହାସଂଘ ୯ମ ବାର୍ଷିକ ଉତ୍ସବ ତାର ନିଜସ୍ୱ ଗୃହ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ଅଲେଖ ସାହୁ ମହାସଂଘର ପତାକା ଉତ୍ତୋଳନ କରିଥିଲେ । ୮୫୦ଜଣରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଭାଇମାନଙ୍କ ଉଦ୍ଦେଶ୍ୟରେ ଉଦ୍‌ଘାଟନୀ ସଭାପତି ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଆନୁଷ୍ଠାନିକ ଭାବେ ଶ୍ରୀ ମହାବୀରଙ୍କ ଫଟୋଚିତ୍ରରେ ଧୂପ,ଦୀପ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ସାମାନ୍ୟ ଜଳଯୋଗର ବିରତି ପରେ ପ୍ରତ୍ୟେକ ବସାର ସଂଘର କର୍ମକର୍ତ୍ତା ସେମାନଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ଆଲୋଚନା କରିବା ସହିତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଜିଏସ୍‌ଟିର ସାମୟିକ ପରିବର୍ତ୍ତନ, ରିଟର୍ଣ୍ଣ ଦାଖଲ ଆଦି ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ଦିବଂଗତ ବ୍ୟବସାୟୀ ବନ୍ଧୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସଙ୍ଗେ ସଙ୍ଗେ ବିଜୟ କୁମାର ସୁବୁଦ୍ଧି, ଦୟାନିଧି ସାହୁ ୨ଜଣଙ୍କୁ ସେମାନଙ୍କର ଅତୁଳନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ମୁଖ୍ୟ ଅତିଥି ରମେଶ ଚନ୍ଦ୍ର ବେହେରା ମହାସଂଘର କାର୍ଯ୍ୟାଳୟ ଗୃହ ପାଇଁ ଏମ୍‌ଏଲ୍‌ଏ ପାଣ୍ଠିରୁ ଆବଶ୍ୟକ ଅନୁଦାନ ଦେବାକୁ ଘୋଷଣା କରିଥିଲେ । ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ଓଡ଼ଗାଁ ବ୍ଲକ୍ ବାହାଡ଼ାଝୋଲା ମହାଲକ୍ଷ୍ମୀ ବଜାର ସଂଘ ସଭାପତି ସତ୍ୟବ୍ରତ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ସହ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ଉପଦେଷ୍ଟା ସଜ୍ଜନ କୁମାର ରାୟ, ଉପସଭାପତି ଉମାକାନ୍ତ ସାହୁ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!