Tuesday, October 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜାମର ମାଟି ମହାନ : ଅରୁଣ

by ସଞ୍ଜୟ ସ୍ୱାଇଁ
January 26, 2020
in Feature News
ଗଞ୍ଜାମର ମାଟି ମହାନ : ଅରୁଣ
44
VIEWS
Share on FacebookShare on Twitter

୭୧ ତମ ସାଧାରଣତନ୍ତ୍ର ଦିବସ

ଗଞ୍ଜାମ, (ବାଘୁଆବାର୍ତ୍ତା) : ଜିଲ୍ଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଆୟୋଜିତ ପ୍ୟାରେଡରେ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଆମ ସମ୍ବିଧାନ ପୃଥିବୀର ସର୍ବ ବୃହତ୍ତ ଲିଖିତ ସମ୍ବିଧାନ । କୋଟି କୋଟି ଭାରତୀୟଙ୍କ ଆଶା ଓ ସ୍ୱପ୍ନ ପ୍ରତିଫଳିତ ହୋଇଛି ଆମ ସମ୍ବିଧାନରେ । ଏହି ତିଥିରେ ଡ. ଭୀମ ରାଓ ଆମ୍ବେଦ କରଙ୍କ ପରି ସମସ୍ତ ସଦସ୍ୟଙ୍କ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସେହିପରି ଭାବରେ ଗଞ୍ଜାମ ଜିଲ୍ଲାର ସଂଗ୍ରାମୀ ମାନଙ୍କ ଅସୀମ ତ୍ୟାଗ, ସାହାସ ଓ ସାଲିସ ବିହୀନ ସଂଗ୍ରାମ ଓଡ଼ିଶା ବାସୀଙ୍କ ଭିତରେ ଶିହରଣ ସୃଷ୍ଟି କରେ । ଘୁମୁସୁର ବିଦ୍ରୋହ, ପାରଳଖେମୁଣ୍ଡିରେ ସ୍ୱାଧିନତା ସଂଗ୍ରାମର ପଦଧ୍ୱନୀ ଆଜିକା ଦିନରେ ମନେ ପକାଇବାର ଅଛି । ଓଡ଼ିଶାର ପ୍ରଥମ ଖଦି କେନ୍ଦ୍ର ଗଞ୍ଜାମରେ ଥିଲା ବୋଲି ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ କହିବା ସହ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କୁ ଜନ୍ମ ଦେଇ ଏ ମାଟି ଆଜି ଗର୍ବିତ । ଅନ୍ୟ ଏକ ପକ୍ଷରେ ପୂର୍ବତନ ରାଷ୍ଟ୍ରପତି ଭି.ପି ଗିରି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରି କୃତ୍ତି ସନ୍ତାନ ଏ ମାଟିର ଗୈାରବ ବୃଦ୍ଧି କରିଛନ୍ତି ବୋଲି କହିଛନ୍ତି । ସେହିପରି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାଟି ପାଇଁ ମହାନ । ପର୍ଯ୍ୟଟନ କ୍ଷେତ୍ରରେ ସାରା ଓଡ଼ିଶାରେ ଗଞ୍ଜାମ ଜିଲ୍ଲା ପରିଚିତ । ଦଣ୍ଡଯାତ୍ରା, ଦୋଳ ଯାତ୍ରା, ଠାକୁରାଣୀ ଯାତ୍ରା ଏମାଟିର ପୁରପଲ୍ଲୀରେ ପରିଚିତ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ୫ଟି, ମୋ ସରକାର, ମୋ ସ୍କୁଲ, ମୋ କଲେଜ, କୃଷି ଓ କୃଷକ ସଶକ୍ତି କରଣ, କୃଷି କରଣ ନୀତି ପାଇଁ ଓଡ଼ିଶା ଆଜି ସାରା ଭାରତ ବର୍ଷରେ ପରିଚୟ ସୃଷ୍ଟି କରିଛି ବୋଲି ମନ୍ତ୍ରୀ କହିଛନ୍ତି । ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ସ୍ୱାଧିନତା ସଂଗ୍ରାମୀ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ମନ୍ତ୍ରୀ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!