Wednesday, July 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଠଗଡ଼ାରେ ଚିନିକଳ : ୩୦ରୁ ପଦଯାତ୍ରା

by ସଞ୍ଜୟ ସ୍ୱାଇଁ
January 13, 2020
in Nayagarh
କାଠଗଡ଼ାରେ ଚିନିକଳ : ୩୦ରୁ ପଦଯାତ୍ରା
46
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଚିନିକଳ ପୁନଃ କାର୍ଯ୍ୟକ୍ଷମ ନେଇ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱନାଥ ମହାପାତ୍ର, ପ୍ରଶାସନ ମନୋଜ ସାହୁ, ସନ୍ତୋଷ ପ୍ରଧାନ, ଯୋଗେନ୍ଦ୍ର ଖୁଣ୍ଟିଆ, ଗୋଲଖ ମୁଦୁଲି ପ୍ରମୂଖ ଯୋଗ ଦେଇଥିଲେ । କମିଟର ଅଭିଯୋଗ କ୍ରମେ ୨୦୦୪ରୁ ତ୍ରୈଲୋକ୍ୟ ମିଶ୍ର ୨୦୧୫ ପର୍ଯ୍ୟନ୍ତ ଚିନିକଳ ଚାଲୁ ରଖିଥିଲେ । ଏହା ମଧ୍ୟରେ କୃଷକଙ୍କ ଟଙ୍କା ଏବଂ କର୍ମଚାରୀଙ୍କ ଟଙ୍କା ବାକି ରଖି ଚିନିକଳରେ ଅଘୋଷିତ ତାଲା ପକାଇ ଦେଲେ । ଏହା ପରଠାରୁ ଚିନିକଳ ଚାଲୁ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ କରି ଚନିକଳ ଚାଲୁ କରିବା ପାଇଁ ପ୍ରୟାସ ଚାଲିଛି । ଗତକିଛି ଦିନ ଧରି ଆମେ ଯେପରି ଅନୁଭବ କରୁଛୁ ପ୍ରକୃତରେ କାହାର ଆନ୍ତରିକତା ନାହିଁ । ନୟାଗଡ଼ ଜିଲ୍ଲାବାସୀଙ୍କର ତଥା ଚାଷୀମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଆଧାର କରି ଦଳଗତ ନିର୍ବିଶେଷରେ ଆନ୍ଦୋଳନ ଦ୍ୱାରା ଚାପ ସୃଷ୍ଟି କରି ଆସନ୍ତା ୩୦ ତାରିଖରୁ ପଦଯାତ୍ରା ଆରମ୍ଭ ହେବ । ପାଣିପୋଇଲାସ୍ଥିତ ଚିନିକଳଠାରୁ ନବୀନ ନିବାସ ପର୍ଯ୍ୟନ୍ତ ଏହି ପଦଯାତ୍ରା କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ଦୁଃଖ ଓ ସମସ୍ୟା ଅବଗତ କରାଯିବ । ଗତ ନିର୍ବାଚନରେ ବିଜେଡି ପକ୍ଷରୁ ନ୍ୟାୟିକ ପ୍ରକିୟା ଶେଷ ହେବାର ସାତଦିନ ମଧ୍ୟରେ ଚିନିକଳ ଚାଲୁ ପାଇଁ ପ୍ରତିଶୃତି ଦିଆଯାଇଥିବା ବେଳେ ବିଜେପି ପକ୍ଷରୁ ସରକାର ଆସିଲେ ପନ୍ଦରଦିନ ମଧ୍ୟରେ ଚିନିକଳ ଚାଲୁ କରିବା ପାଇଁ ପ୍ରତିଶୃତି ଦିଆଯାଇଥିଲା । ଆଜିର ଦିନରେ ଚିନିକଳକୁ ନେଇ ବ୍ୟାଙ୍କ, ପରିଚାଳନା କମ୍ପାନୀ, ସରକାରଙ୍କ ମଧ୍ୟରେ ଅନେକ କେସ କୋର୍ଟରେ ରହିଛି । ଏତଦ୍ ବ୍ୟତିତ ଶ୍ରମ ଆଇନକୁ ନେଇ ମଧ୍ୟ କୋର୍ଟରେ ମାମଲା ରହିଥିବା ଜଣାପଡ଼ିଛି । ଏପରିସ୍ଥଳେ ଚିନିକଳର ଭାଗ୍ୟ ଆଗକୁ କଣ ହେବ ତାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!