Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବବଧୂ ସହ ଫେରାର୍‌ ହେଲେ ୬ ସନ୍ତାନର ପିତା

by ସଞ୍ଜୟ ସ୍ୱାଇଁ
May 13, 2022
in Crime, State
ନବବଧୂ ସହ ଫେରାର୍‌ ହେଲେ ୬ ସନ୍ତାନର ପିତା
226
VIEWS
Share on FacebookShare on Twitter

ଭବାନୀପାଟଣା, (ବାଘୁଆବାର୍ତ୍ତା): ଛଅଟି ପିଲାଙ୍କ ବାପା ଜଣେ ନବବଧୂଙ୍କୁ ଧରି ଫେରାର ମାରିଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ର ଏଭଳି ଏକ ଘଟଣା ସମଗ୍ର ଅଞ୍ଚଳରେ କୌତୁହଳ ସୃଷ୍ଟି କରିଛି । ସୂଚନାମତେ, ବ୍ଲକ୍‌ର ବନ୍ଧପଡ଼ାରେ ଫୁଲକୁମର ରାଉତ(୪୭) ସ୍ତ୍ରୀ ଏବଂ ୬ ପିଲାଙ୍କ ସହ ରହୁଥିଲେ । ସେ ରାଜ ମିସ୍ତ୍ରୀ କାମକରି ପରିବାର ଚଳାଉଥିଲେ । କିଛି ଦିନ ତଳେ ଫୁଲକୁମର ପରକୀୟା ପ୍ରୀତିରେ ଅନ୍ଧହୋଇ ପରିବାରକୁ ପର କରିଦେଇ ଜଣେ ନବ ବିବାହିତାଙ୍କୁ ଧରି ଫେରାର ହୋଇଯାଇଛନ୍ତି । ପରିବାରର ରୋଜଗାରକ୍ଷମ ବ୍ୟକ୍ତି ଫେରାର ହେବା ପରେ ଏବେ ୮ ପ୍ରାଣୀର କୁଟୁମ୍ବ ବେସାହାରା ହୋଇପଡ଼ିଛି । ଅସହାୟ ସ୍ତ୍ରୀ ଏବେ ନିଜ ୬ ସନ୍ତାନ ଏବଂ ଶ୍ୱଶୁରଙ୍କ ଭରଣ ପୋଷଣ କିପରି କରିବେ ସେ ଚିନ୍ତାରେ ପଡ଼ିଛନ୍ତି । ସେମାନଙ୍କ ଜମି ବାଡ଼ି କିଛି ନାହିଁ । କେବଳ ୨୫କେଜି ଚାଉଳ ହିଁ ସେମାନଙ୍କ ଭରସା । ମହିଳା ଜଣକ ଛୋଟ ଛୁଆକୁ ଧରି ମଜୁରୀ କରିବାକୁ ମଧ୍ୟ ଅସମର୍ଥ । ତାଙ୍କ ପାଇଁ ପରିବାରର ବୋଝ ସମ୍ଭାଳିବା କଷ୍ଟକର ହୋଇପଡିଛି । ଏଭଳି ସ୍ଥିତିରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!