Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକାକୁ ଦେହ ବ୍ୟବସାୟରେ ଲଗାଇଥିଲେ କିନ୍ନର

by ସଞ୍ଜୟ ସ୍ୱାଇଁ
May 12, 2022
in Crime, State
ନାବାଳିକାକୁ ଦେହ ବ୍ୟବସାୟରେ ଲଗାଇଥିଲେ କିନ୍ନର
147
VIEWS
Share on FacebookShare on Twitter

ବୁର୍ଲା, (ବାଘୁଆବାର୍ତ୍ତା): ନିଜର ପେଟପାଟଣା ପାଇଁ କିନ୍ନର ମାନେ ଅନେକ ଉପାୟ ଅବଳମ୍ବନ କରୁଛନ୍ତି । ରାସ୍ତା କଡରେ ଛିଡା ହୋଇ କିଛି କିନ୍ନର ଲୋକଙ୍କୁ ଟଙ୍କା ମାଗି ପେଟ ପୋଷୁଛନ୍ତି ତ ଆଉ କିଛି କିନ୍ନର ବିଭିନ୍ନ ବ୍ୟବସାୟ କରି ନିଜର ପେଟ ପୋଷୁଛନ୍ତି । ହେଲେ ବୁର୍ଲାରେ ଜଣେ କିନ୍ନର ନିଜର ନାବାଳିକା ଝିଅକୁ ଦେହ ବ୍ୟବସାୟରେ ଲଗାଇବା ଘଟଣାକୁ ଖୋଦ୍‌ କିନ୍ନର ସଂଘ ବିରୋଧ କରିଛି । ଆଉ ପୁଲିସର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି । ମିଳିଥିବା ସୂଚନା ମତେ, ସମ୍ବଲପୁର – ବରଗଡ ଜାତୀୟ ରାଜପଥର ହୀରାକୁଦ ରେଳ ଷ୍ଟେସନ୍‌ ନିକଟରେ କିଛି କିନ୍ନର ରାତିରେ ନିଜର ପେଟ ପୋଷିବା ପାଇଁ ରାସ୍ତା କଡରେ ଛିଡା ହୋଇ ଲୋକଙ୍କୁ ସାହାଯ୍ୟ ମାଗିଥାନ୍ତି । ଏହି କିନ୍ନର ମାନଙ୍କ ମଧ୍ୟରେ ହୀରାକୁଦ ରେଳ ଷ୍ଟେସନ୍‌ ନିକଟରେ ରହୁଥିବା ଜଣେ କିନ୍ନର ନିଜ ନାବାଳିକା ଝିଅକୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ । ଏହି ଘଟଣାକୁ ଅନ୍ୟ କିନ୍ନର ମାନେ ନିନ୍ଦା କରିବା ସହିତ ଘଟଣା ସମ୍ପର୍କରେ ବୁର୍ଲା କିନ୍ନର ସଂଘ ସଭାପତି ମସ୍ତାନି ସିଂଙ୍କୁ ଜଣାଇଥିଲେ । ମସ୍ତାନି ଉକ୍ତ କିନ୍ନରଙ୍କୁ ଏଭଳି ନ କରିବା ପାଇଁ ପୂର୍ବରୁ ଚେତାବନୀ ଦେଇଥିଲେ । ତଥାପି ଉକ୍ତ କିନ୍ନର ନ ମାନିବାରୁ ଗତକାଲି ରାତିରେ ମସ୍ତାନି ବୁର୍ଲା ପୁଲିସ ସହିତ ଯୋଗାଯୋଗ କରି ଉକ୍ତ କିନ୍ନରଙ୍କୁ ପୁଲିସର ଜିମା ଦେଇଥିବା ଜଣାପଡିଛି । ତେବେ ପୁଲିସ ଉକ୍ତ କିନ୍ନରଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି । ଅନ୍ୟପଟେ ଉକ୍ତ କିନ୍ନରଙ୍କ ଏହି ନାବାଳିକା ବ୍ୟତୀତ ଆଉ ଜଣେ ନାବାଳକ ପୁଅ ମଧ୍ୟ ରହିଛନ୍ତି । ତେବେ ଉଭୟ ନାବାଳିକା ଓ ନାବାଳକଙ୍କୁ କୌଣସି ଆଶ୍ରମରେ ଛାଡିବା ପାଇଁ ମସ୍ତାନି ଯୋଜନା କରୁଥିବା କହିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!