Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୯ରୁ ୨୨ ନୟାଗଡ଼ରେ ସର୍ବଭାରତୀୟ ହକି

by ସଞ୍ଜୟ ସ୍ୱାଇଁ
January 10, 2020
in Sports
୧୯ରୁ ୨୨ ନୟାଗଡ଼ରେ ସର୍ବଭାରତୀୟ ହକି
10
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାର ବିଶ୍ୱ ହକି ଆୟୋଜନ କରି ଓଡ଼ିଶାର ମର୍ଜ୍ଜାଦା ବୃଦ୍ଧି କରିଥିବା ପ୍ରରିପ୍ରେକ୍ଷିରେ ନୟାଗଡ଼ରେ ଆୟୋଜିତ ହେଉଛି ସର୍ବଭାରତୀୟ ହକି । ନୟାଗଡ଼ ଖେଳ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ହକି ଖେଳ ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ୨୨ରେ ଶେଷ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । ନୟାଗଡ଼ ଜିଲ୍ଲା ରଗ୍ବି ଆସୋସିଏସନ୍ ଦ୍ୱାରା ଆୟୋଜିତ ଏହି ହକି ଟୁନାମେଣ୍ଟରେ ୮ ଗୋଟି ଦଳ ଭାଗ ନେବେ । ୧୯ ତାରିଖ ଉଦ୍ଘାଟନି ମ୍ୟାଚରେ କଲିକତା ହକି ଏକାଡେମୀ ବନାମ୍ ସେଲ୍ ହକି ରାଉରକେଲା ସହିତ ଖେଳ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଢେଙ୍କାନାଳ ହକି ଆସୋସିଏସନ ବନାମ ବିଜୁ ପଟ୍ଟନାୟକ ହକି ଏକାଡେମୀ ନୟାଗଡ଼ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ସେହିଭଳି ୨୦ ତାରିଖରେ ହାଇଦ୍ରାବାଦ ହକି ଏକାଡେମୀ ବନାମ କିଟ ଭୂବନେଶ୍ୱର ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ । ଦ୍ୱିତୀୟ ମ୍ୟାଚରେ ଟିକମ୍ଗଡ଼ ହକି ଏକାଡେମୀ ମଧ୍ୟ ପ୍ରଦେଶ ବନାମ ପୂର୍ବତଟ ରେଳବାଇ ଭୂବନେଶ୍ୱର ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଏହି ଆଠଟି ଦଳ ମଧ୍ୟରୁ ବିଜୟୀ ଦଳଙ୍କୁ ନେଇ ୨୧ ତାରିଖରେ ସେମିଫାଇନାଲ ଏବଂ ୨୨ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ପ୍ରତ୍ୟେକ ଦିନ ଖେଳ ଅପରାହ୍ନ ୨ଟା ୩୦ରୁ ଆରମ୍ଭ ହେବ ବୋଲି ନୟାଗଡ଼ ଜିଲ୍ଲା ହକି ଆସୋସିଏସନ ସଭାପତି ମିତାଲୀ ପ୍ରିୟଦର୍ଶନୀ ପ୍ରଧାନ ସୂଚନା ଦେଇଛନ୍ତି । ଉକ୍ତ ହକି ଖେଳର ଉପଦେଷ୍ଟା ଭାବେ ସାଂସଦ ପିନାକୀ ମିଶ୍ର ଏବଂ ମୁଖ୍ୟ ପୃଷ୍ଠପୋଷକ ଭାବେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!