Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାଣି ଫୋଟକା

by ସଞ୍ଜୟ ସ୍ୱାଇଁ
January 1, 2020
in Literature
ପାଣି ଫୋଟକା
53
VIEWS
Share on FacebookShare on Twitter

ପଢ଼ନ୍ତୁ ଅନୀଲ କୁମାର ପଣ୍ଡାଙ୍କ ଗପ

ପୂନେଁଇ ଘଡ଼ିର ପାହାନ୍ତିଆ ଜହ୍ନ ଆଲୁଅ । ମାଟି କୂଅରୁ ତେଣ୍ଡା ବାହାଲ ଭିଡ଼ି ଜମିକୁ ପାଣି ମଡ଼ାଇ ଚାଲିଥାଏ ଶ୍ରୀଧର । ବାହାଳିରେ ବନ୍ଧା ବାଉଁଶକୁ ଭିଡ଼ି କୂଅ ଭିତରକୁ ବାଲଟି ଛାଡ଼ି ଦେଉଥାଏ । ବାଲିଟିରେ ପାଣି ଭରି ଆଣି ଲୋଧାରେ ଢାଳି ଦେଉଥାଏ ଆଖି ପିଛୁଳାକେ । ବାହାଳିର ଶେଷ ମୁଣ୍ଡରେ ବନ୍ଧା ମାଟି ଆଉ କୁଟାରେ ତିଆରି ବାଲୁଅଟି ପାଣି ବାଲଟିକୁ ଭିଡ଼ି ଆଣେ କୂଅ ଭିତରୁ । ଚଇତା ଲୋଧାରେ ପାଣି ଢାଳି ଗୁଣୁଗୁଣୁ ହୋଇ ଗାଇ ଚାଲିଥାଏ ମଜାଳିଆ ଢଗ କେତେ ଧାଡ଼ି । ଶୁଣିବାକୁ କେହି ନାହିଁ, ସେଇ ଜଙ୍ଗଲ ପାଖ ଜମିିରେ । ସେ ନିଜେ ଗାଉ ଥାଏ ଆଉ ଶୁଣୁଥାଏ । ପାହାନ୍ତିଆ ପହରରୁ  ଗହୀର ମଝିକୁ କିଏ ବା କାହିଁକି ଆସିବ ? ରାତି ପାହି ଆସିଲାଣି । ପୂର୍ବାହ୍ନ ଆକାଶରେ ନାଲି ସୁର୍ଯ୍ୟ ନୀଳ ଆକାଶକୁ ନାଲି ରଂଗରେ ଭିଜେଇବା ପ୍ରୟାସରେ । ତେଣ୍ଡାଳ ଚଇତାର ଦେହରୁ ଗମ ଗମ ହୋଇ ବାହାରୁଥାଏ ଝାଳ ବିନ୍ଦୁ । ଝାଳ ଟୋପା ଗୁଡ଼ିକ ଝରି ପଡ଼ି ଲିନ ହେଇ ଯାଉଥାଏ କୂଅ ପାଣିରେ । କୂଅ ଉପରେ ପଡ଼ିଥିବା କାଠ ଗଣ୍ଡିରେ ଠିଆ ହୋଇ ପୂର୍ବାହ୍ନ ଆକାଶକୁ ଚଇତା ଚାହିଁଲା ବେଳକୁ ସୂର୍ଯ୍ୟଙ୍କ କିରଣ ତା ମଇଳା ମୁହଁକୁ ଚକ୍ ଚକ୍ କରିଦେଉଥାଏ ।  ସକାଳର ସୂର୍ଯ୍ୟଙ୍କୁ ମୁଣ୍ଡିଆଟେ ମାରି ଓହ୍ଲାଇ ଆସିଲା ତେଣ୍ଡା ଛାଡ଼ି । ପାଖ ନଟିରୁ କରଞ୍ଜ କାଠି ଖଣ୍ଡେ ଭାଙ୍ଗି ଆଣି ଦାନ୍ତ ଘସା ଶେଷ କଲା  । ଗାମୁଛା କାନିରେ ବାନ୍ଧି ଘରୁ ଆଣିଥିବା ମୁଢିରୁ କଳେ ପାଟିରେ ପକାଇ ଦେଲା । ନୋଧା ମୁହଁରୁ ପାଣି କେତେ ଢୋକ ପିଇ ସକାଳର ଜଳଖିଆ ସରିଗଲା ତା’ର ।ପୁଣି ତେଣ୍ଡରେ ଚଢିଲା ବଳକା ପାଣି ମଡ଼େଇବାକୁ । ତେଣ୍ଡେରେ କେତେଭାର ପାଣି ଉଠାଇବା ପରେ ଦୂରରୁ କାହାର ଡାକ ଶୁଭାଗଲା । ଶ୍ରୀଧର ବୋଲି କେହି ଡାକଟେ ଛାଡ଼ିଲା । ଖଣ୍ଡେ ଦୂରରେ ପଡ଼ିଥିବା ମାଟି ରାସ୍ତାରେ ଠିଆ ହୋଇ କେହି ତାକୁ ଡାକୁଥିବା ସେ ଜାଣି ପାରିଲା । ମନରେ ଚିନ୍ତା କଲା, ବୋଧେ ଚଇତିର କିଛି ହେଲା । ପୋଖତା ହେବାର ଥିଲା, ବୋଧେ ଦଃୁଖଶୁଳ ଆରମ୍ଭ ହେଲାଣି । ତେଣ୍ଡା ଛାଡ଼ି ଦୈାଡ଼ିଲା ଶ୍ରୀଧର ବନ୍ଧ ରାସ୍ତାକୁ । ରାସ୍ତା ପାଖରେ ଠିଆ ହୋଇଥିଲେ ପଡ଼ୋଶୀ ବିତିଆ । ଧଇଁ ଶଇଁ ହୋଇ ଶ୍ରୀଧର ପଚାରିଲା କଣ ହେଲା? ବିତିଆ କହିଲା , ନୂଆବୋଉ ଡାକୁଛି । ବେଗ ଆ । ଶ୍ରୀଧର ଧାଇଁଲା ବିତିଆ ସାଥିରେ । ତେଣ୍ଡାରେ ସେମିତି ବାଲଟି ଝୁଲୁଛି । ବାଲଟିରେ ଥିବା କଣାରୁ ଥୋପା ଥୋପା ହୋଇ ପାଣି ଗଳୁଛି । ଧାର ହୋଇ ବୋହିଥାନ୍ତା ଯଦି ଶ୍ରୀଧର ସେ କଣାରେ ନଡ଼ା ଖଣ୍ଡେ ଗୁଞ୍ଜି ନଥାନ୍ତା ।ଶ୍ରୀଧର ଘରେ ପହଞ୍ଚିଲା ବେଳକୁ ଚଇତି ବସିଛି ମାଟି ବୋଳା ରୁଆଇ କାନ୍ଥକୁ ଆଉଜି । ଗେରସ୍ତକୁ ଦେଖି କାନ୍ଦି ପକେଇଲା । କହିଲା ମୋତେ ଡାକ୍ତରଖାନା ନେଇ ଚାଲ । ଭାରି ଡର ଲାଗୁଛି । ଚଇତିର ମୁଣ୍ଡ ଆଉଁସାଇ ଶ୍ରୀଧର କହିଲା ତୁ କ’ଣ ନୂଆ ହେଇଛୁ । ଏଇଟାକୁ ତୋର ପାଞ୍ଚୁଟା ହବ । ଆଉ ଡରୁଛୁ କିଆଁ । ଠାକୁରଙ୍କୁ ଡାକେ ଭଲରେ ଭଲରେ ପିଲାଟା ହେଇଯାଉ । ମୁଁ ମାଆ ପାଖରେ ମାନସିକ କରିଛି ।  ସବୁଥର ପରି ଠାକୁର ପିଲାଟେ ଦେଇ ଏଥର ବି ନେଇ ନ ଯାଆନ୍ତୁ । ଆଉ ଡାକ୍ତରଖାନା ଗଲେ ଆମେ ମାନସିକ ପୁରୁଣ କରିବା କେମିତି । ପ୍ରଶ୍ନ କଲା ଶ୍ରୀଧର ଚଇତିକୁ, ତୁ କଣ ଜାଣିନୁ ମୋ ସମ୍ବଳ କ’ଣ? ମୁଁ ଯାଉଛି ଆର ସାହି ନଖି ନାନିକୁ ଡାକି ଆଣିବି । ସଂପୁର୍ଣ୍ଣ ହୋଇ ସାରିଥିବା ପରୀକ୍ଷାର ଫଳାଫଳ ସର୍ବଦା ଭଲ କିମ୍ବା ଖରାପ ହୋଇଥାଏ । ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାକୁ ପଡ଼େ ନତୁବା ବିଫଳ ହୋଇ ପୁଣିଥରେ ପରୀକ୍ଷାକୁ ଅପେକ୍ଷା କରାଯାଏ । ଉତ୍ତିର୍ଣ୍ଣ ହେଲେ ଖୁସିରେ ଆତ୍ମହରା ହୋଇଯାଏ ମଣିଷଟିଏ, ମାତ୍ର ବିଫଳ ପାର୍ଥୀ ଧର୍ଯ୍ୟର ସୀମା ବଢିଯାଏ ଦୂରରୁ ଦୁରାନ୍ତର । ବିଫଳତାର ସ୍ୱାଦ ଚାଖି ସାରିବା ପରେ ସମୟର କଷାଣ ଘାତରେ ଧୋଇମାଜି ହୋଇ ପରୀକ୍ଷାର୍ଥୀ ଅଭିଜ୍ଞତା ହାସଲ କରେ । ସେଇ ଅଭିଜ୍ଞତାକୁ ନେଇ ନିଜର ଜୀବନ ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବାକୁ ଚେଷ୍ଟା କରେ । ତା’ ଜୀବନ ସହ ଯୋଡ଼ି ହୋଇଥିବା ସଂସାରଟି ପାଇଁ ହସଖୁସି ସାଉଣ୍ଟେ । ଚେଷ୍ଟା କରେ ହସଖୁସି ଭିତରେ ବାନ୍ଧି ରଖିବା ପାଇଁ ପରିବାରକୁ । ଯୋଉ ପରିବାରର କାନ୍ଧରେ କାନ୍ଧ ମିଶାଇ ତା’ କାନ୍ଧର ବୋଝକୁ ହାଲୁକା କରିଦେବ । ଚଇତା ଖୁସି ହାର ମାନିଛି ନିଜର ଗରିବ ପଣିଆ ଆଗରେ । ବାଡ଼ ହୋଇ ଠିଆ ହୋଇଯାଇଛି ତା’ ଜୀବନ ରାସ୍ତାରେ ଏଇ ଗରିବି । ସେଇ ଗରିବି ପରିକ୍ଷାରୁ ଉତ୍ତିର୍ଣ୍ଣ ହେବାକୁ ସେ ଦେଇ ଚାଲିଛି ପରୀକ୍ଷା ପରେ ପରୀକ୍ଷା । ଜୀବନ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାକୁ ତା’ ସହ ବାନ୍ଧି ହୋଇଯାଇଥିଲା ଚଇତି ଯେବେ ଚଇତାକୁ ଏକୋଇଶ ହୋଇଥିଲା । ଚଇତାର ବାପା ମରିବା ଆଗରୁ ଘରକୁ ବୋହୂଟିଏ ଆଣିବାକୁ ଜିଦ ଧରିବାରୁ ପାଖ ଗାଁର ଚଇତିକୁ ବାହା ହୋଇଥିଲା । ସେବେଠାରୁ ଚଇତି ସଂଘର୍ଷ କରିଚାଲିଛି ଚଇତାକୁ ପରୀକ୍ଷାରେ ବିଜୟୀ କରିବାକୁ ।ହେଲେ ନାରୀ ଜୀବନର ବଡ଼ ପରୀକ୍ଷାରେ ଚଇତି ବାରମ୍ବାର ବିଫଳ ହୋଇଚାଲିଛି । ଛୁଆ ଜନମ ହୁଅନ୍ତି ସତ କିନ୍ତୁ ତା କୋଳର ଉଷୁମୁ ପାଇବା ଆଗରୁ ଆଖି ବୁଝି ଦିଅନ୍ତି ସବୁ ଥର । ଚାରଟି ଛୁଆ ଚାଲି ଯାଇଛନ୍ତି । ନଖି ନାନୀକୁ ସାଙ୍ଗରେ ଧରି ଚଇତା ଫେରିଲା ଘରକୁ । ଚଇତି ଯନ୍ତଣାରେ ଛଟପଟ ହେଉଥାଏ । ନଖି ନାନୀ ଘର ଭିତରକୁ ଗଲା କି ଅଇଲା । ଚଇତାକୁ କହିଲା ଶୀଘ୍ର ଡାକ୍ତରଖାନା ଯିବାର ବ୍ୟବସ୍ଥା କର । ହାଲୁକା ଶୁଖିଗଲା ଚଇତାର । ଡାକ୍ତରଖାନା ନେବାକୁ ସମ୍ବଳ କାଇଁ । ଯେଉଁ ଦିପଇସା ସଞ୍ଚୟ କରିଛି ମାଆଙ୍କ କାମରେ ଲଗେଇବ ବୋଲି ମାନସିକ କରିଥିଲା । ହେଲେ ଏବେ?ନଖି ନାନୀ ପାଟି କରି କହିଲା, ଆରେ ଭାବୁଛୁ କ’ଣ ? ଶୀଘ୍ର କିଛି କର, ନହେଲେ ତାକୁ……ଚଇତା ପାଟି ଖନି ବାଜି ଗଲା । ଧାଇଁଲା ଚଇତା ବିତିଆ ପାଖକୁ । ତା’କୁ ପଠେଇ ପାଖ ଗାଁ ରୁ ଅଟୋ ଡାକି ଆଣି ଚଇତାକୁ ନେଇଗଲା ଡାକ୍ତରଖାନା । ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଚଇତିର ହୋସ ନଥିଲା । ନର୍ସ ମାନେ ଚଇତିକୁ ଟେକି ନେଲେ ଭିତରକୁ । ଘଣ୍ଟେ, ଦି ଘଣ୍ଟା, ଚାରି ଘଣ୍ଟା ଗଲା ଚଇତା ସେମିତି ବାରଣ୍ଡାରେ ଅପେକ୍ଷା କରିଥାଏ । ସାଙ୍ଗରେ ଆସି ଥିବା ନଖି ନାନି ଆସି କହି ଦେଉଥାଏ, ବ୍ୟସ୍ତ ହଅନା ଧୈଯ୍ୟ  । ଚଇତା ଠାକୁରଙ୍କୁ ମୁଣ୍ଡିଆ ମାରିବା ଛଡ଼ା ତା’ର ଉପାୟ କିଛି ନଥିଲା । ଡାକ୍ତର ନର୍ସ ଭିତର ବାହାର ହେଉଥାନ୍ତି । କେହି କିଛି କହୁ ନଥାନ୍ତି । ପଚାରିଲେ ଉତ୍ତର ବ୍ୟସ୍ତ କାହିଁ ହଉଛ, ଅପେକ୍ଷା କର । ସଞ୍ଚ ଗଡ଼ିବା ବେଳକୁ ନଖି ନାନୀ ଭିତରୁ ଆସି କହି ଦେଇ ଗଲା, ପୁଅରେ ଚଇତିର ଝିଅଟେ ହେଇଛି । ଖୁସିରେ ଆତ୍ମହରା ହୋଇଗଲା ଚଇତା । ମୁଣ୍ଡିଆ ମାରି ଠାକୁରାଣିଙ୍କୁ ମନେ ମନେ କେତେ କ’ଣ କହିଗଲା । ମାଆଲୋ ତୁ ମୋ ଡାକ ଶୁଣିଛୁ । ତୋତେ କୋଟି କୋଟି ଜୁହାର । ହେଲେ ଚଇତାର ସେ ଖୁସି ପାଣି ଫୋଟକା ଭଳି ମିଳେଇ ଗଲା, ଯେତେବେଳେ ସେ ଶୁଣିଲା ଚଇତି ତା କାମ ଶେଷ କରି ଚାଲିଗଲା । ଚାଲିଗଲା ଦୂରକୁ, ବହୁତ ଦୂରକୁ ।
କ୍ରିଦାଶପୁର,ନୟାଗଡ଼
୭୩୭୭୭୧୦୦୯୭
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!