Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ଲିନ୍ ସୁଇପ ଲକ୍ଷରେ ବିଜେଡି, ସମ୍ମାନ ବଞ୍ଚାଇବା ଲକ୍ଷରେ ବିରୋଧି

by ସଞ୍ଜୟ ସ୍ୱାଇଁ
March 18, 2022
in Feature News
କ୍ଲିନ୍ ସୁଇପ ଲକ୍ଷରେ ବିଜେଡି, ସମ୍ମାନ ବଞ୍ଚାଇବା ଲକ୍ଷରେ ବିରୋଧି
403
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୌର ନିର୍ବାଚନ ଯେତିକି ନିକଟତ୍ତର ହେଉଛି, ରାଜନୈତିକ ଉଷ୍ମତା ସେତିକି ବଢ଼ୁଛି । ନୟାଗଡ଼ରେ ବିରୋଧି ଶିବିର ଫାଙ୍କା ପଡ଼ିଥିବା ବେଳେ ବିଜେଡି ଶିବିରରେ ନାହିଁ ନଥିବା ଗହଳୀ ଦେଖିବାକୁ ମିଳିଛି । ବିଜେଡି ପଞ୍ଚାୟତ ନିର୍ବାଚନ ଭଳି ପୈାର ନିର୍ବାଚନକୁ ଏକପାଖିଆ ଭାବେ ବିଜୟ କରିବା ତଥା କ୍ଲିନ ସୁଇପ୍ କରିବା ପାଇଁ ଉଦ୍ୟମ ଚଳାଇଛି । ସହରାଞ୍ଚଳ ପ୍ରଚାରରେ ମଧ୍ୟ ସମାନ ଅବସ୍ଥା ଦେଖାଯାଇଛି । ସୋସିଆଲ ମିଡିଆଠାରୁ ଆରମ୍ଭ କରି ରାସ୍ତାଘାଟରେ ପୋଷ୍ଟର ବ୍ୟାନର ପର୍ଯ୍ୟନ୍ତ ସବୁଥିରେ ବିଜେଡି ଆଗୁଆ ଥିବା ଲକ୍ଷ କରାଯାଉଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ପ୍ରାର୍ଥୀ, କର୍ମୀଙ୍କ ସହ ଶତାଧିକ ସମର୍ଥକଙ୍କ ଗହଣରେ ପ୍ରଚାର କରୁଥିବା ବେଳେ ବିରୋଧି ଦଳ ନେତାମାନେ ଲୁଚାଛପାରେ ବୁଲୁଥିବା ଦେଖାଯାଇଛି । ମନ୍ତ୍ରୀ ଆଜି ସହରର ବିଭିନ୍ନ ସାହି ଏବଂ କଲୋନୀରେ କ୍ୟାମ୍ପେନିଂ କରିବା ସହ ବିଜେଡି ନପକ୍ଷରୁ ମାଇକ ପ୍ରଚାର ମଧ୍ୟ ଆରମ୍ଭ ହୋଇଛି । ସହରାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ବିକାଶକୁ ମୁଦ୍ଦା କରିଛି । ପୈାର ପରିଷଦ ଅଞ୍ଚଳରେ ବିଗତ ଦିନରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟକୁ ନେଇ ପ୍ରାର୍ଥୀ ଭୋଟରଙ୍କ ଦୂଆରେ ପହଞ୍ଚୁଥିବା ଦେଖାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!