Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ

by ସଞ୍ଜୟ ସ୍ୱାଇଁ
March 17, 2022
in Feature News
ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ
255
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ମାର୍ଚ୍ଚ ୭ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନଠାରେ ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ ତାଲିମ ଶିବିରରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ୪ ଗୋଟି ବ୍ୟାଚ୍ରେ ୧୩୫ ଜଣ ପଞ୍ଚାୟତସ୍ତରୀୟ ମାଷ୍ଟର ବୁକ୍ କିପର(ଏମବିକେ)ମାନଙ୍କୁ ଆର୍ଥିକ ସାକ୍ଷରତା ତାଲିମ ଯୋଗାଇ ଦିଆଯାଇଥିଲା । ଏହା ଦ୍ୱାରା ସମାଜରେ ଲୋକମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ସଙ୍ଗେ ସଙ୍ଗେ ଆର୍ଥିକ ପରିଚାଳନାରେ ସୁଧାର ଆସିପାରିବ । ଗ୍ରାମାଞ୍ଚଳରେ ରହୁଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତି, ଅନୁନ୍ନତ ଦୁର୍ବଳ ଶ୍ରୈଣୀ ବ୍ୟକ୍ତି ବିଶେଷ ଏବଂ ମହିଳା ସ୍ୱୟଂ ସହାୟକ ଦଳର ସଭ୍ୟାମନଙ୍କୁ ଆର୍ଥିକ ସଚେତନତା ବାର୍ତା ମାଧ୍ୟମରେ ସରକାର ଓ ବ୍ୟାଙ୍କର ବିଭିନ୍ନ ଯୋଜନାଗୁଡ଼ିକୁ ସଠିକ୍ ଭାବରେ ପରିଚାଳନା କଲେ ପ୍ରତ୍ୟେକ ପରିବାରର ଆର୍ଥିକ ସମ୍ବଳରେ ଉନ୍ନତି ଅଣାଯାଇପାରିବ । ଯାହାଦ୍ୱାରା ଦେଶର ଆର୍ଥିକ ସ୍ଥିତିରେ ପରିବର୍ତନ ଦ୍ୱାରା ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ । ତାଲିମ କାର୍ଯ୍ୟକ୍ରମ ଶେଷ ଦିବସରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଉପସ୍ଥିତ ରହି ତାଲିମାର୍ଥିମାନଙ୍କ ମନୋବଳକୁ ଦୃଢ଼ କରିବା ନିମନ୍ତେ ଉପଦେଶ ମାଧ୍ୟମରେ ମହିଳାମାନେ ଆର୍ଥିକ ସାକ୍ଷରତା ହେବା ଦ୍ୱାରା ସମାଜର ଅଗ୍ରଗତି ସମ୍ଭବ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ମନୋଜ କୁମାର ସ୍ୱାଇଁ, ସଂଜୟ କୁମାର ମହାପାତ୍ର, ସମିଧା ପାଢ଼ୀ, ବିଶ୍ୱଜିତ ଦାସ ଗୋପାଳ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!