Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଶପଲ୍ଲାରେ ସୁନନ୍ଦା, ଗଣିଆରେ ଝୁନା, ନୂଆଗାଁରେ ଲକ୍ଷ୍ମୀପ୍ରିୟା, ଖଣ୍ଡପଡ଼ାରେ ଉପମା

by ସଞ୍ଜୟ ସ୍ୱାଇଁ
March 12, 2022
in Feature News
ପଞ୍ଚାୟତ ନିର୍ବାଚନର ଭୋଟ ଗଣତିର ୩ୟ ଦିନରେ ବିଜେଡି  ୭୬୦ ଆସନରେ ଆଗୁଆ
408
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ପୁଣିଥରେ ବାଜି ମାରିଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ । ଦଶପଲ୍ଲା ବ୍ଲକରେ ୨୦ ପଞ୍ଚାୟ ମଧ୍ୟରୁ ସୁନନ୍ଦାଙ୍କ ସପକ୍ଷରେ ତାଙ୍କ ଭୋଟକୁ ମିଶାଇ ୧୦ ଜଣ ସମିତିସଭ୍ୟଙ୍କ ସମର୍ଥନ ରହିଥିଲା । ତୁମାଣ୍ଡି ସମିତିସଭ୍ୟା ଅନୁପମା ମଳିକଙ୍କ ସପକ୍ଷରେ ରହିଥିବା ୧୦ ଜଣଙ୍କ ମଧ୍ୟରୁ ଜଣେ ମତଦାନରୁ ନିଜକୁ ଦୂରେଇ ରଖିଥିଲେ । ଫଳରେ ଅନୁପମା ନିଜ ଭୋଟ ସହ ୯ ଜଣଙ୍କ ସମର୍ଥନ ପାଇଥିଲେ । ନିର୍ବାଚନ ଅଧିକାରୀ ସୁନନ୍ଦାଙ୍କୁ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ୮ଟି ପଞ୍ଚାୟ ସମିତିସଭ୍ୟଙ୍କ ମଧ୍ୟରୁ ଆଡ଼କଟା ଗ୍ରାମ ପଞ୍ଚାୟତ ସମିତିସଭ୍ୟା ଝୁନା ଜେନା ଆଜି ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଝୁନା ଏବଂ ରାସଙ୍ଗ ସମିତିସଭ୍ୟା କବିତା ସାହୁ ନିଜ ନିଜର ସମର୍ଥକଙ୍କ ସହ ନିର୍ବାଚନ ପ୍ରକୋଷ୍ଠକୁ ପ୍ରବେଶ କରି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନିର୍ବାଚନ ବେଳେ ଝୁନାଙ୍କ ୫ ଜଣଙ୍କ ଭୋଟ ମିଳିଥିବା ବେଳେ କବିତାଙ୍କୁ ୩ ଟି ଭୋଟ ମିଳିଥିଲା । ନିର୍ବାଚନ ଅଧିକାରୀ ଝୁନାଙ୍କୁ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ୨୨ ଟି ପଞ୍ଚାୟତ ମଧ୍ୟରୁ ୧୯ ଜଣଙ୍କ ସମର୍ଥନରେ ଅପ୍ରତିଦ୍ୱନ୍ଦୀ ଭାବେ ପାରାଢିପି ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ବେହେରା ନିର୍ବାଚିତ ହୋଇଥିବା ଜଣାଯାଇଛି । ଖଣ୍ଡପଡ଼ା ବ୍ଲକରେ ୨୨ ପଞ୍ଚାୟତ ମଧ୍ୟରୁ ୨୦ ସମିତିସଭ୍ୟାଙ୍କ ସମର୍ଥନରେ ବିଜେଡି ପ୍ରାର୍ଥୀ ଉପମା ବେହେରା ଆଜି ବ୍ଲକ ଅଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!