Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ଶହରୁ ଉର୍ଦ୍ଧ କିସମର ଧାନ ବିହନ ପ୍ରଦର୍ଶିତ

by ସଞ୍ଜୟ ସ୍ୱାଇଁ
December 22, 2019
in Nayagarh
୨ଶହରୁ ଉର୍ଦ୍ଧ କିସମର ଧାନ ବିହନ ପ୍ରଦର୍ଶିତ
73
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ରବିବାର ଦିନ ଦଶପଲ୍ଲା ବ୍ଲକ୍ ନଛିପୁର ଗ୍ରାମପଞ୍ଚାୟତ ଗମ୍ଭାରୀଖୋଲ ଗ୍ରାମଠାରେ କରାଯାଇଥିବା ଏକ ଦେଶୀ ବିହନ ସଂରକ୍ଷଣ ମେଳାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ର ଘୁଗୁଡିପଡ଼ା, ନଛିପୁର, ସରିଗଣ୍ଡା ଗ୍ରାମପଞ୍ଚାୟତର ଶତାଧିକ ଚାଷୀ, ମହିଳା ଏକତ୍ରିତ ହୋଇ ଆଜି ଏହା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ନୂତନ ଚାଷ ପଦ୍ଧତିରେ ଅଧିକ ଅମଳକ୍ଷମ ଧାନ କୁହାଯାଉଥିବା ବିହନ ସମୟ ସମୟରେ ଗଜା ନହେବା, ଅଧିକ ସାର-ପିଡିଆ, କୀଟନାଶକ ଆବଶ୍ୟକ ହେଉଥିବା ଏବଂ ସର୍ବୋପରି ବିହନ ପୁରୁଣା ହେଲେ ଦ୍ୱିତୀୟ କିମ୍ବା ତୃତୀୟ ବର୍ଷରେ ତାହାର ଗଜା ପରିମାଣ କମିଯିବା ସମ୍ପର୍କରେ ବହୁ ପୁରାତନ, ବୟସ୍କ ଚାଷୀ ନିଜ ନିଜର ମତ ରଖିଥିଲେ । ଏହି ମେଳାରେ ପ୍ରାୟ ୨ଶହରୁ ଅଧିକ କିସମର ଧାନ ବିହନ ପ୍ରଦର୍ଶିତ କରାଯାଇଥିଲା । ଏହି ମେଳାରେ କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ବଲାଙ୍ଗିର, ବଉଦ ପ୍ରଭୃତି ଜିଲ୍ଲାର ଅନେକ ବୟସ୍କ ଚାଷୀ ଯୋଗଦେଇ ସେମାନଙ୍କ ନିକଟରେ ଥିବା ପୁରୁଣା କିସମ ଧାନ, ମୁଗ, ବିରି, ମାଣ୍ଡିଆ, ଅଳସୀ, ବାଉଁଶଧାନ, ବାଜରା, ମକା, ଟମାଟୋ, ଲଙ୍କା, କନ୍ଦମୂଳ ଆଦି ପ୍ରଦର୍ଶିତ କରିବା ସହ ତାର ସହନଶୀଳତା, ଜଳ ଧାରଣ କ୍ଷମତା, ଅମଳ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!