Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାଗରିକ ସଂଶୋଧନ ବିଲକୁ ସିପିଆଇଏମ୍ ବିରୋଧ

by ସଞ୍ଜୟ ସ୍ୱାଇଁ
December 19, 2019
in Nayagarh, Politics, Society, State
ନାଗରିକ ସଂଶୋଧନ ବିଲକୁ ସିପିଆଇଏମ୍ ବିରୋଧ
22
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସିପିଆଇଏମ୍ ତରଫରୁ ନାଗରିକ ସଂଶୋଧନ ବିଲକୁ ବିରୋଧ କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାର କରାଯାଇଛି । ସୂଚନାନୁସାରେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ନାଗରିକତ୍ୱ ସଂଶୋଧନ ଆଇନର ସମ୍ବିଧାନ ବିରୋଧି ଆଭିମୁଖ୍ୟ ବିରୁଦ୍ଧରେ ଏବଂ ଏହାର ପ୍ରତ୍ୟାହାର ଦାବି ନେଇ ସିପିଆଇଏମ୍ ଏବଂ ଜନ ଅଧିକାର ସୁରକ୍ଷା ମଂଚ ମିଳିତ ଭାବେ ବିକ୍ଷୋଭ ପଦର୍ଶନ କରିଥିଲେ । ସିନ୍ଦୁରିଆଠାରୁ ବ୍ୟାନର ଓ ପ୍ଲାକାଡ଼ ଧରି ସଂଗଠନର ସଦସ୍ୟମାନେ ରାଜରାସ୍ତାରେ ମୋଦି ସରକାର ସାଂପ୍ରଦାୟିକ ଧୃବି କରଣ ନୀତିର ବିରୁଦ୍ଧରେ ସ୍ଲୋଗାନ ଦେଇ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଛନ୍ତି । ସିଏଏ ପ୍ରତ୍ୟାହାର ଦାବିରେ ବିକ୍ଷୋଭକାରୀମାନେ ସିପିଆଇଏମ୍ ନେତା ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନା ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ସଭା କରିବା ସହ ଧାରଣାରେ ବସିଥିଲେ । ଏକ ପ୍ରତିନିଧି ଦଳ ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କୁ ଏହି କାନୁନ୍ ପ୍ରତ୍ୟାହାର ଦାବି ପୂର୍ବକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ସିପିଆଇଏମ୍ ନେତା ଶରତ ଚନ୍ଦ୍ର ବେହେରା, ଗଙ୍ଗାଧର ପଣ୍ଡା, ସୁରେଶ ସ୍ୱାଇଁ, ବୁଦ୍ଧି ନାୟକ, ଏସଏ କରିମ୍, ସୁରକ୍ଷା ମଂଚର ନେତା ଏସ୍ଏ ଆହାତ୍, ଗୋଲଖ ବିହାରୀ ମୁଦୁଲୀ ପ୍ରମୂଖ ଉଦ୍ବୋଧନ ଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!