Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଡିଓଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ବ୍ଲକ ଉପାଧ୍ୟକ୍ଷ

by ସଞ୍ଜୟ ସ୍ୱାଇଁ
December 6, 2019
in Nayagarh, Politics, Sports
ବିଡିଓଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ବ୍ଲକ ଉପାଧ୍ୟକ୍ଷ
37
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଅଚଳବସ୍ଥା ଏବଂ ବିଡିଓଙ୍କ ମନମାନୀ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ପଂଚାୟତି ସମିତି ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷଙ୍କ ଅଭିଯୋଗ ଅନୁସାରେ, ରଣପୁର ପଂଚାୟତ ସମିତି ବୈଠକ ସଠିକ ଭାବରେ ହେଉ ନାହିଁ । ସମିତି ବୈଠକର ରିଜୋଲେସନ୍ କପି ସଭ୍ୟ ସଭ୍ୟାଙ୍କୁ ଦିଆଯାଉ ନାହିଁ । ଏତଦ୍ ବ୍ୟତିତ ପାଇଖାନା ଦୃର୍ନିତୀ କେବଳ କନ୍ଧ ନୟାଗଡ଼ ନୁହେଁ ସମସ୍ତ ପଂଚାୟତରେ ହୋଇଛି । ଏଥିପାଇଁ ବିଡିଓ ନିଜେ ୩ ଶହ ଟଙ୍କା ଲେଖାଏଁ ସେ ଅଭିଯୋଗ କରିଛନ୍ତି । ସରକାରୀ ଗାଡ଼ିକୁ ବ୍ୟବହାର ନକରି ବେସରକାରୀ ଏସି ଗାଡ଼ି ଧରି ବୁଲୁଛନ୍ତି । ବ୍ଲକରେ ୨୦ରୁ ୨୫ ପିସି କାରବାର ହେଉଥିବା ନେଇ ଉପାଧ୍ୟକ୍ଷ କହିଛନ୍ତି । ପ୍ରଧାନମନ୍ତ୍ରୀ ଆବସ ଯୋଜନା ହେଉ କିମ୍ବା ବିଜୁ ପକ୍କା ଘର ଯୋଜନାରେ ୨୦ରୁ ୨୫ ହଜାର ଟଙ୍କା ଲାଂଚ ନିଆଯାଉଥିବା ନେଇ ଖୁଲାସା କରାଯାଇଛି । ପଂଚାୟତ ସମିତିରେ ବିଭିନ୍ନ ଉନ୍ନୟନ ମୂଳକ କମିଟି ଗଠନ କରିବା ପାଇଁ ବିଡିଓ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି କମିଟି ଗଠନ କରି ନାହାନ୍ତି । ବ୍ଲକ ଅଧ୍ୟକ୍ଷା କିଛି ଜାଣୁ ନଥିବା ବେଳେ ତାଙ୍କୁ ହାତ ବାରିଶ କରି ଅନ୍ୟ ଜଣେ ନେତା କ୍ଷମତାକୁ ଉପଭୋଗ କରୁଛନ୍ତି । ଏହି ଘଟଣାର ଭିଜିଲାନ୍ସ ତଦନ୍ତ କରିବା ସହ ବିଡିଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ରାଜ୍ୟ ସରକାର ୫ଟି ପ୍ରଣୟନ କରିଥିବା ବେଳେ ରଣପୁର ବ୍ଲକରେ ସଠିକଭାବେ କାର୍ଯ୍ୟକାରୀ ହେଉନାହିଁ ବୋଲି ଉପାଧ୍ୟକ୍ଷ କହିଛନ୍ତି । ଅନ୍ୟପକ୍ଷେ ଏହି ଅଭିଯେଗ ସଂମ୍ପର୍କରେ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!