Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିମ୍‌ସାରରେ କରୋନା ଆତଙ୍କ: ୨ ଜଣଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ

by ସଞ୍ଜୟ ସ୍ୱାଇଁ
December 7, 2021
in Health, State
ଭିମ୍‌ସାରରେ କରୋନା ଆତଙ୍କ: ୨ ଜଣଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
131
VIEWS
Share on FacebookShare on Twitter

ବୁର୍ଲା, (ବାଘୁଆବାର୍ତ୍ତା): ବୁର୍ଲା ଭିମସାର ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ଘଟଣାର ଜେନମ୍‌ ସିକୁଆନ୍‌ସି ରିପୋର୍ଟ ଆସିଛି । ଏମାନଙ୍କ ମଧ୍ୟରେ ୧୧ଟି ନମୁନାରୁ ୨ଟି ନମୂନା ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବାକି ୧୧ଟି ନମୁନା ଡେଲ୍ଟାର ଅନ୍ୟାନ୍ୟ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଭିମସାର ଅଧ୍ୟକ୍ଷ ଡା. ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି । ଡେଲ୍ଟା ପୁରୁଣା ଭାରିଆଣ୍ଟ ହୋଇଥିବାରୁ ଏହାକୁ ନେଇ ଭୟଭୀତ ହେବାର କିଛି ନାହିଁ ବୋଲି ଡା. ଦୋରା ପ୍ରକାଶ କରିଛନ୍ତି । ପ୍ରଥମ ପର୍ୟ୍ୟାୟରେ ୨୧ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରୁ ୧୧ଟି ପରୀକ୍ଷା କରାଯାଇଥିବା ଜଣାପଡିଛି । ଏହି ୧୧ଟି ନମୂନାରୁ ୨ ଜଣ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭେରିଆଣ୍ଟ ଓ ବାକି ୯ ଜଣ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟାର ଅନ୍ୟାନ୍ୟା ଭେରିଆଣ୍ଟ ଚିହ୍ନଟ ହୋଇଛି । ଡେଲ୍ଟା ପୁରୁଣା ଭାରିଆଣ୍ଟ ହୋଇଥିବା ବେଳେ ସଂକ୍ରମିତ ଛାତ୍ରଛାତ୍ରୀ ଠାରେ ନୂଆଁ ଭାରିଆଣ୍ଟ ଚିହ୍ନଟ ହୋଇନଥିବାରୁ କିଛି ଡରିବାର ନାହିଁ ବୋଲି ଅଧକ୍ଷା ଡା. ଦୋରା କହିବା ପରେ ଡାକ୍ତର, ଛାତ୍ରଛାତ୍ରୀ, କର୍ମଚାରୀ ଓ ବୁର୍ଲାର ଜନସାଧାରଣଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ସତର୍କତା ଏବଂ କଟକଣା ମାନି ରହିବା ନିହାତି ଜରୁରୀ ବୋଲି କହିଛନ୍ତି ଡା.ଜୟଶ୍ରୀ ଦୋରା । କିଛିଦିନ ପୂର୍ବରୁ ଭିମସାରରେ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ କିଛି ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରବର୍ତ୍ତି ସମୟରେ ଏହି ସଂଖ୍ୟା ବଢି ଶତକ ପାଖାପାଖି ଛୁଇଁଥିଲା । ଏଥିରେ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀ,ହାଉସ୍‌ ସର୍ଜନ ଡାକ୍ତର, ମେଡିକାଲର କିଛି କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏକା ସାଙ୍ଗରେ ସଂକ୍ରମଣ ଏତେ ସଂଖ୍ୟାରେ ବଢିବାରୁ ଚିନ୍ତାରେ ପଡିଥିଲେ ମେଡିକାଲ କର୍ତ୍ତୃପକ୍ଷ । ଗତ ୨୯ ତାରିଖ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କ ସ୍ୱାବ ନମୂନା ଜେନମ୍‌ ସିକୁଏନ୍‌ସି ପାଇଁ ଭୁବନେଶ୍ୱର ସ୍ଥିତ ଆଇଏଲ୍‌ଏସ୍‌କୁ ପଠାଯାଇଥିଲା । ତେବେ ଦ୍ୱିତୀୟ ପର୍ୟ୍ୟାୟରେ ପୁଣି ପଠାଯାଇଥିବା ୧୬ ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ବିଷୟରେ କୌଣସି ସୂଚନା ମଳିପାରିନାହିଁ । ବର୍ତ୍ତମାନ ମଧ୍ୟ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ କୋଭିଡ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ମେଡିକାଲରୁ ସୁସ୍ଥ ହୋଇ ହଷ୍ଟେଲ ଫେରିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!