Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁଟିଂ ଫ୍ଲୋରରେ ତୋ ନା ର ମାନେ ହଁ ଫିଲ୍ମ

by ସଞ୍ଜୟ ସ୍ୱାଇଁ
November 29, 2021
in Entertainment, State
ସୁଟିଂ ଫ୍ଲୋରରେ ତୋ ନା ର ମାନେ ହଁ ଫିଲ୍ମ
150
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): କୋଭିଡ୍ କଟକଣା ଭିତରେ ଓଲିଉଡ ଭିଡ ଜମିବାରେ ଲାଗିଛି । ସେହି ଭିତରେ ଓଡ଼ିଆର କେତେକ ଫିଲ୍ମ ରିଲିଜ୍ ଅପେକ୍ଷା ଥିବାବେଳେ ଆଉ କିଛି ପାଇପ୍ ଲାଇନ୍ ରହିଛି । ଆଗକୁ ଆସୁଥିବା ଓଡ଼ିଆ ଫିଲ୍ମରେ ସାମିଲ ହୋଇଛି ତୋ ନା ର ମାନେ ହଁ । ଏହି ନିକଟରେ ଉକ୍ତ ଫିଲ୍ମର ଶୁଭ ମହୁରତ ସରିଥିବା ବେଳେ ଆସନ୍ତା ବର୍ଷ ତୋ ନା ର ମାନେ ହଁ ଫିଲ୍ମ ରିଲିଜ୍ ହେବାର ସମ୍ଭାବନା ରହିଛି । ଜୋକର ପ୍ଲସ୍ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ସମ୍ବିତ ଆଚାର୍ୟ୍ୟ ଓ ରିୟା ଦେଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମରେ ଚର୍ଚ୍ଚିତ ଅଭିନେତ୍ରୀ କାବ୍ୟ କିରନଙ୍କୁ ମଧ୍ୟ ସପୋର୍ଟିଂ ରୋଲରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଭାର ସୁଧାଂଶୁ ମୋହନ ସାହୁ ସମ୍ଭାଳିଥିବାବେଳେ ଅମୂଲ୍ୟ କୁମାର ଦାସ ଓ ବୃନ୍ଦାବନ ଗୁରୁ ପ୍ରଯୋଜନା ଦାୟିତ୍ୱ ତୁଲାଇବେ । ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମରେ ବେଶ କିଛି ମନଛୁଆଁ ଗୀତ ସ୍ଥାନ ପାଇଛି । ତେବେ ଲିଡ୍ ପେୟାର ଓ ଦମଦାର ଗୀତଗୁଡିକୁ ବାଦ୍ ଦେଲେ ଫିଲ୍ମର ଷ୍ଟାରକାଷ୍ଟ କେମିଷ୍ଟ୍ରୀ ମଧ୍ୟ ଚର୍ଚ୍ଚାରେ ରହିଛି । ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ଅସିତ ପତି, ମହେଶ୍ୱତା ରାୟ, ସୋମା ଭୌମିକ ଓ ଶୀଲା ତ୍ରିପାଠୀଙ୍କ ଭଳି ଅଭିନେତ୍ରୀଙ୍କୁ ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଜଣେ ନାୟକ, ଦୁଇଜଣ ନାୟିକା । ଟ୍ରାଏଙ୍ଗଲ ଲଭଷ୍ଟୋରୀ ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି । ତେବେ ସବୁଠୁ ମଜାଦାର କଥା ହେଉଛି ଆସନ୍ତା ବର୍ଷ ପ୍ରେମୀ ଯୁଗଳଙ୍କ ଦିନ ଅର୍ଥାତ ଫେବ୍ରୁଆରୀ ୧୪’ ଭ୍ୟାଲେଣ୍ଟାଇନ୍ ଡେ’ ଦିନ ଫିଲ୍ମଟି ରିଲିଜ୍ ହେବାର ସମ୍ଭାବନା ରହିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!