Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଲେସିଆରେ ଶ୍ରମିକ ଫସିବା ଘଟଣାରେ, ୩ ଗିରଫ

by ସଞ୍ଜୟ ସ୍ୱାଇଁ
November 23, 2019
in Crime, Nayagarh, State
19
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡରୁ ମାଲେସିଆ ଯାଇ ୫ଜଣ ଶ୍ରମିକ ଫସିବା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଲଡ଼ୁକେଶରପ୍ରସାଦ ଲକ୍ଷ୍ମୀଧର ପ୍ରଧାନ, ଅରୁଣ ପ୍ରଧାନ, କୁଶ ବେହେରା, ଆଲୋକ ବେହେରା ଓ ଡମ୍ବୁରଧର ସ୍ୱାଇଁ ଦଲାଲ ମାଧ୍ୟମରେ ଗତମାସ ମାଲେସିଆ ଯାଇଥିଲେ । ମାଲେସିଆଲର କ୍ୱାଲାଲାମ୍ପୁରରେ ରହିଥିବା ଏକ ମଲ୍ରେ କାମ କରିବା ପାଇଁ ଶରଣକୂଳ ଥାନା ହରିହରପୁର ଗ୍ରାମର ରବିନ୍ଦ୍ର ପାଢ଼ୀ ଶ୍ରମିକମାନଙ୍କୁ ପ୍ରଲୋଭିତ କରିଥିଲେ । ଯିବା ପାଇଁ ଭିସା ଏବଂ ପାସପୋର୍ଟ ବାବଦକୁ ରବିନ୍ଦ୍ର ପ୍ରତ୍ୟେକ ଲୋକଙ୍କଠାରୁ ୬୦ ହଜାର ଟଙ୍କା ଲେଖାଁଏ ଅଗ୍ରୀମ ନେଇଥିଲେ । ଏହି ଘଟଣାରେ ପରିବାରର ଅଭିଯୋଗ କ୍ରମେ ରଣପୁର ପୁଲିସ ଏକ ମାମଲା ରୁଜୁ କରିବା ସହ ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ର ପାଢ଼ୀଙ୍କ ତିନିଜଣ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଓଡ଼ଗାଁ ଥାନା କୋମଣ୍ଡ ଗ୍ରାମର ଶତ୍ରୃଘ୍ନ ବେହେରା, ଗୈାଡ଼ପୁଟ ଗ୍ରାମର ପ୍ରଫୁଲ ପ୍ରଧାନ, ଶରଣକୂଳ ଥାନା କରଡ଼ା ଶାସନ ଗ୍ରାମର ଦୀନବନ୍ଧୁ ପ୍ରଧାନ । ଏଥିସହିତ ପୁଲିସ ରବିନ୍ଦ୍ର ପାଢ଼ୀ ଏବଂ ତାଙ୍କ ସ୍ତ୍ରୀ ସୂରଧୂନୀ ପଣ୍ଡାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି । ଏଠାରେ ପ୍ରକାଶ ଥାଉ କି, ନୟାଗଡ଼ ଜିଲ୍ଲାରେ ଯୁବକ ଯୁବତୀ ମାନଙ୍କୁ ପ୍ରଲୋଭିତ କରି ଠକେଇ କରିବା ପାଇଁ ଏକ ବଡ଼ ର‌୍ୟାକେଟ କାମ କରୁଛି ।

Leave a Reply Cancel reply

Your email address will not be published. Required fields are marked *

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!