Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁଳିମାଡ଼ ଘଟଣା, ଆସାମୀ ଗିରଫ

by ସଞ୍ଜୟ ସ୍ୱାଇଁ
November 21, 2019
in Crime, Nayagarh, Politics, State
15
VIEWS
Share on FacebookShare on Twitter

ଦଶପଲ୍ଲା (ବାଘୁଆବାରର୍ତ୍ତା): : ଦୁର୍ଦ୍ଦାନ୍ତ ଅପରାଧି ବିକାଶ ବେହେରାକୁ ପୁଲିସ ଗିରଫ କରିଛି । ଦଶପଲ୍ଲା ବ୍ଲକ୍ ମଧ୍ୟଖଣ୍ଡ ଫାଣ୍ଡି ମହାନ୍ତିପଲ୍ଲୀ ଗାଁରେ ଗତ ୩୦ ଅଗଷ୍ଟ ୨୦୧୯ରିଖରେ ମଧ୍ୟଖଣ୍ଡ ପଞ୍ଚାୟତ ନିର୍ବାହୀ ଅଧିକାରୀ ମୂରଲରଧର ବାରିକୀ ଗାଁରେ ପଲ୍ଲିସଭା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିକାଶ ସାମାନ୍ୟ କଥା କଟାକଟିକୁ କେନ୍ଦ୍ରକରି ମୂରଲୀଧରଙ୍କ ଗୋଡକୁ ଗୁଳିମାରି ଫେରାର୍ ହୋଇଯାଇଥିଲା । ଏ ସମ୍ପର୍କରେ ଦଶପଲ୍ଲା ଥାନାରେ ଏକ ମୋକଦ୍ଦମା ରୁଜୁ ହୋଇଥିଲା । ଅପରାଧୀ ବିକାଶକୁ ଖୋର୍ଦ୍ଧା ପୁଲିସ ହଳଦିଆ ନିକଟସ୍ଥ କୁଆପୁର ଗାଁରୁ ଗିରଫ କରିବା ପରେ ଦଶପଲ୍ଲା ପୋଲିସ ଖୋର୍ଦ୍ଧାରେ ପହଞ୍ଚି ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ୱଜିତ୍ ରାଉତ୍ତରାୟ ପ୍ରକାଶ କରିଛନ୍ତି । ବିକାଶର ଅପରାଧୀକ ପୃଷ୍ଠଭୂମି ଖୁବ୍ ଲମ୍ବା । ସେ ପୂର୍ବରୁ ତମାଣ୍ଡୋ, ଜଙ୍କିଆ, ଖୋର୍ଦ୍ଧା ଥାନା ଅଞ୍ଚଳରେ ମଧ୍ୟ ବହୁ ଅପରାଧ ଘଟାଇ ଫେରାର୍ ଥିଲା । ଗତ ଦୁଇମାସ ପୂର୍ବେ ପୁଲିସ୍କୁ ଚକ୍ମା ଦେଖାଇ ହଳଦିଆ ନିକଟରୁ ଚମ୍ପଟ ମରିବାରେ ସକ୍ଷମ ହୋଇଥିଲା । ତାର ଜଣେ ସହଯୋଗୀକୁ ପୋଲିସ ଗିରଫ କରିଥିଲା । ଗତ ଅକ୍ଟୋବର ୨୪ ତାରିଖ ଦିନ ବିକାଶ ଗୋଟିଏ ବାଇକ୍ ଯୋଗେ କନ୍ଧମାଳରୁ ଆସୁଥିବା ସମୟରେ ଖଜୁରିପଡା ନିକଟରେ ଦୁର୍ଘଟଣା ଘଟି ବିକାଶ ଆହତ ହୋଇଥିଲା । ଏହାପରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଥିଲା । ପୋଲିସ ପିଛା କରୁଥିବା ଖବର ପାଇ ଅର୍ଦ୍ଧଚିକିତ୍ସା ଅବସ୍ଥାରେ ନିଜ ମାମୁଁ ଶ୍ୱଶୁର ଗାଁ କୁଆପୁରରେ ଆସି ଜଡିବୁଟି, ଚେରମୂଳି ଦେଶୀ ଚିକିତ୍ସା ହେଉଥିଲା । ସୂଚନାଯୋଗ୍ୟ ଯେ, ଅପରାଧୀ ବିକାଶକୁ ଗିରଫ କରିବା ନିମନ୍ତେ ଦଶପଲ୍ଲା ବ୍ଲକ୍ ସମେତ ନୟାଗଡ଼ ଜିଲ୍ଲାର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଏକ ସପ୍ତାହ ଧରି ଅନଶନ, ଧାରଣା ଜାରି ରଖିଥିଲେ । ପୁଲିସ୍ ଖୁବ୍ ଶୀଘ୍ର ଅପରାଧୀକୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ବର୍ତ୍ତମାନ ତାହା ଅନ୍ତ ଘଟିଛି ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!