Thursday, June 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡ୍ରାବିଡ-ରୋହିତ ଯୋଡ଼ିରେ ଆରମ୍ଭ କଲେ ପ୍ରଥା

by ସଞ୍ଜୟ ସ୍ୱାଇଁ
November 20, 2021
in Sports
ଡ୍ରାବିଡ-ରୋହିତ ଯୋଡ଼ିରେ ଆରମ୍ଭ କଲେ ପ୍ରଥା
100
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଟିମ ଇଣ୍ଡିଆ ରାଞ୍ଚି ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ୍ ସହ ନୂଆ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲ ଡ୍ରାବିଡଙ୍କ ଯୋଡ଼ି ଭାରତ ପାଇଁ ଟି-୨୦ ସିରିଜ୍ ଜିତିଛନ୍ତି । ଏବେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ଭାରତ ଆଗୁଆ ୨-୦ରେ କବଜା କରି ନେଇଛି । ଆସନ୍ତାକାଲି କୋଲକାତାରେ ୩ୟ ଟି-୨୦ ଖେଳାଯିବ। ତେବେ ରାଞ୍ଚି ଟି-୨୦ରେ ସମସ୍ତଙ୍କ ନଜରକୁ ଆସିଥିଲେ ଡେବ୍ୟୁଟାଣ୍ଟ ହର୍ଷଲ ପଟେଲ । ସେ ଆଇପିଏଲ ୨୦୨୧ରେ ସର୍ବାଧିକ ୱିକେଟ ଦଖଲକାରୀ ବୋଲର ମାନ୍ୟତା ପାଇଥିଲେ । ମ୍ୟାଚ୍ ପୂର୍ବରୁ ତାଙ୍କୁ ଭେଟରାନ ଦ୍ରୁତ ବୋଲର ଅଜିତ ଅଗରକର ଭାରତୀୟ କ୍ୟାପ୍ ପ୍ରଦାନ କରିଥିଲେ । ମ୍ୟାଚରେ ହର୍ଷଲ ୪ ଓଭରରେ ୨୫ ରନ୍ ବ୍ୟୟ କରି ୨ଟି ୱିକେଟ ଦଖଲ କରିଥିଲେ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ମଧ୍ୟ ମିଳିଥିଲା । ତେବେ ଅଗରକର ମ୍ୟାଚ ପୂର୍ବରୁ ହର୍ଷଲଙ୍କୁ ଭାରତୀୟ କ୍ୟାପ୍ ଦେବାକୁ ଘଟଣାକୁ ନେଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ବଡ଼ ବୟାନ ଦେଇଛନ୍ତି । ମ୍ୟାଚ୍ରେ କମେଣ୍ଟ୍ରୀ କରୁଥିବା ବେଳେ ସୁନୀଲ ଗାଭାସ୍କର କହିଛନ୍ତି, “ରାହୁଲ ଡ୍ରାବିଡ ପୁରୁଣା ପ୍ରଥା ପୁଣି ଆରମ୍ଭ କରିଛନ୍ତି । ପୁରୁଣା ପ୍ରଥା ଅନୁଯାୟୀ ପୂର୍ବତନ କ୍ରିକେଟର ଭାରତ ପାଇଁ ଡେବ୍ୟୁ କରୁଥିବା ଯୁବ ଖେଳାଳିଙ୍କୁ କ୍ୟାପ ଦେଉଥିଲେ । ଅଜିତ ଅଗରକରଙ୍କ ଠାରୁ ହର୍ଷଲ ପଟେଲ ଭାରତୀୟ କ୍ୟାପ ଗ୍ରହଣ କରିଛନ୍ତି । ଏହା ନିଶ୍ଚିତ ଗୋଟିଏ ଭଲ ପରମ୍ପରା । ଅନୀଲ କୁମ୍ବଲେ ଏହି ପ୍ରଥା ଆରମ୍ଭ କରିଥିଲେ । ମ୍ୟାଚ୍ ଦିନ ଯେଉଁ ପୁରୁଣା ଖେଳାଳି ପଡ଼ିଆରେ ଉପସ୍ଥିତ ରହୁଥିଲେ, ତାଙ୍କ ଦ୍ୱାରା ନୂଆ ଖେଳାଳିଙ୍କୁ ଭାରତୀୟ କ୍ୟାପ ଦିଆଯାଉଥିଲା । ରବି ଶାସ୍ତ୍ରୀ-ବିରାଟ କୋହଲିଙ୍କ ସମୟରେ ଏହି ପ୍ରଥା ବନ୍ଦ ହୋଇଯାଇଥିଲା । ରାହୁଲ ଡ୍ରାବିଡ ଓ ରୋହିତ ପୁଣି ଏହି ପ୍ରଥା ଆରମ୍ଭ କରିଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!