Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକ ଏକରରୁ ଅଧିକ ଗଞ୍ଜେଇ ଗଛ ପୋଡାଗଲା,ସରକାରୀ ଜମିରେ ହୋଇଥିଲା ଗଞ୍ଜେଇ ଚାଷ

by ସଞ୍ଜୟ ସ୍ୱାଇଁ
November 18, 2019
in Crime, Nayagarh, State
33
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) :ଗଣିଆ ବ୍ଲକ ବଡସିଲିଙ୍ଗ ପଞ୍ଚାୟତର ବୁରିଆ ପାଜୁ,ସେନେପେରୀ ଓ ଇଡେଇ ଗ୍ରାମରେ ଏକ ଏକର ଜାଗାରେ ଚାଷ ହୋଇଥିଲା ଗଞ୍ଜେଇ ଗଛ । ସରକାରୀ ଜାଗାରେ କେହି ଏହାକୁ ଚାଷ କରିଥିବା ବିଶେଷ ସୁତ୍ରରୁ ଖବର ପାଇଥିଲେ ନୟାଗଡ ପୋଲିସ । ତେବେ ସୋମବାର ଗଣିଆ ପୋଲିସ, ଗଣିଆ ତହସିଲଦାର,ନୟାଗଡ ଅବକାରୀ ବିଭାଗ ଓ ଡିଭିଏଫ୍ ଷ୍ଟାଫ୍ ଓ ସଶସ୍ତ୍ର ପୋଲିସ ବାହିନୀଙ୍କ ମିଳିତ ଚଢାଉ ଫଳରେ ବଡସିଲିଙ୍ଗାର ଘଞ୍ଚ ଜଙ୍ଗଲରେ ଥିବା ଏକ ଏକର ଗଞ୍ଜେଇ ଗଛକୁ ପୂରା ନଷ୍ଟ କରାଯାଇଛି । ଗଛ ଗୁଡିକୁ ଓପାଡି ଏକାଠି କରି ଜାଳି ଦିଆ ଯାଇଛି । ପ୍ରାୟ ଏକ ଏକର ଜାଗାରେ ହୋଇଥିବା ଗଛ ଗୁଡିକୁ ଓପାଡି ନଷ୍ଟ କରିବାକୁ କର୍ମଚାରୀ ମାନଙ୍କୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା । ଏହି ଚଢାଉରେ ଖଣ୍ଡପଡା ଏସଡିପିଓ ଶ୍ରୀନିବାସ ମହାନ୍ତି,ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ,ତହସିଲଦାର ତଥା ମାଜିଷ୍ଟ୍ରେଟ ମିତାଲି ପାତ୍ର ଉପସ୍ଥିତ ଥିଲେ । ତେବେ ବନବିଭାଗର କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ବେଳେ ଏତେ ସଂଖ୍ୟାକ ଜାଗାରେ ଗଞ୍ଜେଇ ଚାଷ କରାଯାଇଥିଲେ ମଧ୍ୟ ବନବିଭାଗ ଏହାର ପତ୍ତା କିପରି ପାଇ ନଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଏହି ଗଞ୍ଜେଇ ଚାଷ ସେଠାରେ କିଏ କରିଥିଲା ସେ ନେଇ ମଧ୍ୟ କାହା ପାଖରେ କିପରି କିଛି ଖବର ନାହିଁ । ବଡସିଲିଙ୍ଗା ଭଳି ଜଙ୍ଗଲ ତଥା ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଭିତରେ ପ୍ରବେଶ କରି ଏଭଳି ଭାବେ ପ୍ରଶାସନର ଆଖିରେ ଧୂଳି ଦେଇ ଗଞ୍ଜେଇ ଚାଷ ହୋଇଥିଲେ ମଧ୍ୟ ବନବିଭାଗ ଜାଣି ପାରିଲା ନାହିଁ କିପରି ।

 

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!