Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ସହରରୁ ନାବାଳକ ନିଖୋଜ

by ସଞ୍ଜୟ ସ୍ୱାଇଁ
December 5, 2019
in Accident, Crime, Nayagarh, State
ନୟାଗଡ଼ ସହରରୁ ନାବାଳକ ନିଖୋଜ
37
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ପଂଚରିଡ଼ା ଗ୍ରାମର ଜଣେ ନାବାଳକ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି । ନିଖୋଜ ନାବାଳକ ଜଣଙ୍କ ହେଲେ ପଂଚରିଡ଼ା ଗ୍ରାମର ବାବୁ ବାରିକଙ୍କ ପୁଅ ନିଳାଂଚଳ ବାରିକ ଓରଫ ମଣ୍ଟୁ (୧୫) । ସୂଚନାନୁସାରେ, ରବିବାର ମଣ୍ଟୁଙ୍କ ମାଆ ରଶ୍ମିତା ବାରିକ ଏବଂ ମାମୁଁ ଦିଲ୍ଲୀପ କୁମାର ବସନ୍ତିଆ ନୟାଗଡ଼ ଆଂଚଳିକ ପରିବହନ କାର୍ଯ୍ୟାଳୟକୁ କୈାଣସି ଆସିଥିବା ବେଳେ ଘରେ ମଣ୍ଟୁଙ୍କୁ ଛାଡ଼ି ଆସିଥିଲେ । ମାତ୍ର ମଣ୍ଟୁ ନିଜ ସାଇକେଲ ଧରି ତାଙ୍କ ପଛେ ପଛେ ଆସି ଆଂଚଳିକ ପରିବହନ କାର୍ଯ୍ୟାଳୟରେ ମାଆ ଓ ମାମୁଁଙ୍କୁ ଭେଟିଥିଲେ । କାମ ସରିବା ପରେ ମଣ୍ଟୁ ସାଇକେଲରେ ଗାଁକୁ ଫେରିବାକୁ ବାହାରିଥିବା ବେଳେ ମାଆ ଓ ମାମୁଁ ବାଇକ ଯୋଗେ ଘରକୁ ଫେରିଥିଲେ । ଦୀର୍ଘ ସମୟ ଧରି ମଣ୍ଟୁ ଘରେ ନପହଂଚିବାରୁ ପରିବାର ଲୋକେ ପୁଣି ଥରେ ନୟାଗଡ଼ ଟାଉନକୁ ଆସି ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଧରି ଖୋଜିବା ପରେ ଖଣ୍ଡପଡ଼ା ରୋଡ଼ ଲକ୍ଷ୍ମଣ ନଗର ସାମନାରେ ଥିବା ଏକ ହୋଟେଲ ନିକଟରେ ମଣ୍ଟୁଙ୍କ ସାଇକେଲ ଥୁଆ ହୋଇଥିବା ଦେଖିଥିଲେ । ଏନେଇ ଆଜି ମଣ୍ଟୁଙ୍କ ମାଆ ରଶ୍ମିତା ନୟାଗଡ଼ ଟାଉନ୍ଥାନାରେ ଅଭିଯୋଗ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026
ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!