ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାରଙ୍କ ମୋ ସରକାର ଓ ୫ଟି ପ୍ରଭାବ ନୟାଗଡ଼ ଜିଲ୍ଲାରେ ବେଶ ପ୍ରଭାବ ପକାଇଛି । ଜିଲ୍ଲାରେ ପ୍ରଥମେ କିଛି ପୁଲିସ କର୍ମଚାରୀ ପରେ କୃଷି ବିଭାଗର ସହକାରୀ ମୃତ୍ତିକା ସରଂକ୍ଷଣ ଅଧିକାରୀ ଏବେ ଏବେ ଜିଲ୍ଲା ଯୋଗାଣ ବିଭାଗର ଯୋଗାଣ ଅଧିକାରୀଙ୍କ ସମେତ ୬ ଜଣ କର୍ମଚାରୀ ନିଲମ୍ବନ ହୋଇଥିବା ବେଳେ ନଗଦକୁ ସରକାର ଆଉ ଏକ ମୁଣ୍ଡ ଗଡ଼ାଇଛନ୍ତି । ଏବେ ପାଳି ପଡ଼ିଛି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟଳୟ ଉପରେ । ଏହି ବିଭାଗର ପୋଗ୍ରାମ ଅଫିସର ତଥା ଓଡ଼ଗାଁ ବ୍ଲକ ସିଡିପିଓ ଦାୟିତ୍ୱରେ ଥିବା ଚୁଡ଼ାମଣୀ ମୁର୍ମୁଁଙ୍କୁ ବିଭାଗୀୟ ପ୍ରମୂଖ ସଚିବ ଚାକିରିରୁ ସଂମ୍ପର୍ଣ୍ଣ ବହିଃଷ୍କୃତ କରିଛନ୍ତି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ଦୁର୍ନିତୀ ପ୍ରେମୀ ଅଫିସରମାନଙ୍କ ମଧ୍ୟରେ ଛନକା ପଶିଛି ।





