Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷୟତ୍ରୀଙ୍କୁ ୬ମାସ ଜେଲଦଣ୍ଡ

by ସଞ୍ଜୟ ସ୍ୱାଇଁ
November 14, 2019
in Crime, Nayagarh, State
27
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା) : ଏକ ଚେକ୍ ବାଉନ୍ସ ମାମଲାରେ ଶିକ୍ଷୟତ୍ରୀଙ୍କୁ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି ନୟାଗଡ଼ ଏସ.ଡିଜେ.ଏମ୍ ସଦ୍ୟସ୍ନାତା ପତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ନନ୍ଦିଘର ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ଉର୍ମୀଳା ପରିଡ଼ାଙ୍କର ଭୀମଭୋଇ ଗ୍ରାମ୍ୟ ଉନ୍ନୟନ ସଂସଦ ନାମରେ ଏକ ଏନଜିଓ ରହିଛି । ଏହି ଏନଜିଓ ପାଇଁ ସେ ତାଙ୍କ ପିଉସା ବୈାରାଗୀ ପେଣ୍ଠୋଇଙ୍କୁ ୨୦୧୬ ମସିହା ଅଗଷ୍ଟ ମାସ ୧୦ ତାରିଖରେ ୨୫ ଲକ୍ଷ ଟଙ୍କା ଧାର ମାଗିଥିଲେ । ଏକ ମାସ ମଧ୍ୟରେ ସବୁ ଟଙ୍କା ଏନଜିଓ ଅନୁଦାନ ମିଳିବା ପରେ ଫେରାଇବେ ବୋଲି ପ୍ରତିଶୃତି ଦେଇଥିଲେ । ଉକ୍ତ କଥାକୁ ବିଶ୍ୱାସକୁ ନେଇ ଶ୍ରୀଯୁକ୍ତ ପେଣ୍ଠୋଇ ୧୦ ଦିନ ପରେ ୨୨ ଲକ୍ଷ ୪୦ ହଜାର ଟଙ୍କା ଯୋଗାଡ଼ କରି କିଛି ଲୋକଙ୍କ ଉପସ୍ଥିତିରେ ତାଙ୍କୁ ଦେଇଥିଲେ । ଏକମାସ ପରେ ଟଙ୍କା ଫେରସ୍ତ ମାଗିବାରୁ ସେ ୧୩ ଲକ୍ଷ ୬୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ଏହି ଘଟଣାର କିଛିଦିନ ପରେ ଅବଶିଷ୍ଟ ୮ ଲକ୍ଷ ୮୦ ହଜାର ଟଙ୍କାର ଆଉ ଏକ ଚେକ୍ ପ୍ରଦାନ କରିଥିଲେ । ମାତ୍ର ଶ୍ରୀଯୁକ୍ତ ପେଣ୍ଠୋଇ ବ୍ୟାଙ୍କରେ ଏହା ଜମା କରିବା ପରେ ଆକାଉଣ୍ଟରେ ଟଙ୍କା ନଥିବା କାରଣରୁ ଚେକ ବାଉନ୍ସ ହୋଇଯାଇଥିଲା । ଉକ୍ତ ଘଟଣାକୁ ନେଇ ଶ୍ରୀଯୁକ୍ତ ପେଣ୍ଟୋଇଙ୍କ ଅଭିଯୋଗ କ୍ରମରେ ନୟାଗଡ଼ ଏସଡିଜଏଏମଗ କୋର୍ଟରେ ଏକ କେସ୍ ରୁଜୁ ହୋଇ ଏହାର ବିଚାର ଚାଲିଥିଲା । ସମସ୍ତ ସାକ୍ଷ୍ୟ, ପ୍ରମାଣକୁ ବିଚାର କରି କୋର୍ଟ ଶିକ୍ଷୟତ୍ରୀ ଉର୍ମୀଳା ପରିଡ଼ାଙ୍କୁ ୬ ମାସ ହେଲ ଦଣ୍ଡାଦେଶ ସହ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଭରଣା କରିବାକୁ ଆଦେଶ ହୋଇଥିବା ବୈାରଗୀ ପେଣ୍ଠୋଇଙ୍କ ଓକିଲ ବଳଭଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!