Friday, October 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-୨୦ ବିଶ୍ୱକପ୍:ଭାରତ ପାଇଁ ଶେଷ ସୁଯୋଗ, ଭାରତ ବନାମ ଆଫଗାନିସ୍ତାନ

by ସଞ୍ଜୟ ସ୍ୱାଇଁ
November 3, 2021
in Breaking, Sports
ଟି-୨୦ ବିଶ୍ୱକପ୍:ଭାରତ ପାଇଁ ଶେଷ ସୁଯୋଗ, ଭାରତ ବନାମ ଆଫଗାନିସ୍ତାନ
156
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା):  ଆବୁଧାବି ଚାଲିଛି ଟି-୨୦ ବିଶ୍ୱକପ୍-୨୦୨୧ । ଆଜି ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ । ଭାରତ ୨ଟି ମ୍ୟାଚ୍ ପୂର୍ବରୁ ପରାଜୟ ହୋଇଥିଲେ ମଧ୍ୟ ଆଜି ମ୍ୟାଚ୍ କର ବା ମର ପରିସ୍ଥିତି ଦେଖା ଦେଇ । ଭାରତ ପାଇଁ ରହିଛି ଶେଷ ସୁଯୋଗ । ଆଜିର ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଯଦି ଭାରତ ଆଫଗାନିସ୍ତାନ ଠାରୁ ପରାସ୍ତ ହୁଏ ତେବେ ବିଶ୍ୱକପ୍ ରେ ସେମିଫାଇନାଲକୁ ଯିବା ଆଶା ମଉଳି ଯିବ । ଖାଲି ସେତିକି ନୁହେଁ, ବଡ଼ ବ୍ୟବଧାନରେ ମଧ୍ୟ ଆଫଗାନିସ୍ତାନକୁ ହରାଇବାକୁ ପଡ଼ିବ । ଏହାପରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ୭ ତାରିଖରେ ହେବାକୁ ଥିବା ମ୍ୟାଚ୍ ଫଳାଫଳକୁ ଅପେକ୍ଷା କରିବାକୁ ହେବ । ପାକିସ୍ତାନ ବିପକ୍ଷରେ ଲଢୁଆ ଖେଳ ପ୍ରଦର୍ଶନ କରିବା ପରେ ଆଫଗାନିସ୍ତାନ ଆଜି ଭାରତକୁ ମଧ୍ୟ କଡ଼ା ଟକ୍କର ଦେବ। ଦଳର ବୋଲିଂ ବିଭାଗ ଉନ୍ନତ ଓ ସନ୍ତୁଳିତ । ବିଶେଷ କରି ଦୁଇ ସ୍ପିନର ରସିଦ ଖାନ ଓ ମୁଜିବ ଉର ରେହମାନ ଯେକୌଣସି ଦଳ ପାଇଁ ବିପଦ ସାଜିପାରନ୍ତି । ଏମାନଙ୍କ ସହ ମହମ୍ମଦ ନବି ଆଇପିଏଲ୍ ଖେଳୁଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଶକ୍ତି ଓ ଦୁର୍ବଳତା ସହ ଭଲ ଭାବେ ପରିଚିତ । ବ୍ୟାଟିଂ ବିଭାଗକୁ ଅଟକାଇବାର କ୍ଷମତା ଭାରତ ନିକଟରେ ରହିଛି । ତଥାପି ବୋଲରମାନଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡ଼ିବ । ସେହିପରି ମନୋବଳ ହରାଇ ସାରିଥିବା ଭାରତୀୟ ଦଳ ସଂଗଠିତ ହେବା ଜରୁରୀ । ତେବେ ବିଶ୍ୱକପ୍ରେ ଭାରତ ଓ ଆଫଗାନିସ୍ତାନ ପରସ୍ପରକୁ ୨ଥର ଭେଟିଛନ୍ତି ।
ସମ୍ଭାବ୍ୟ ଦଳ-
ଭାରତ: ରୋହିତ ଶର୍ମା, ଇଶାନ କିଷନ, ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର, ମହମ୍ମଦ ସାମି/ରବି ଚନ୍ଦ୍ରନ ଅଶ୍ୱିନ, ବରୁଣ ଚକ୍ରବର୍ତ୍ତୀ, ଜଶପ୍ରୀତ ବୁମରା ।
ଆଫଗାନିସ୍ତାନ: ହଜରତୁଲ୍ଲା ଜାଜାଇ, ମହମ୍ମଦ ସାହଜାଦ, ରହମତୁଲ୍ଲା ଗୁରବାଜ, ହସମତୁଲ୍ଲା ସାହିଦି, ମହମ୍ମଦ ନବି, ନଜିବୁଲ୍ଲା ଜାଡ୍ରାନ, ଗୁଲବଦିନ ନାଏବ, ରସିଦ ଖାନ, ମୁଜିବ ଉର ରେହମାନ, ନବୀନ ଉଲ-ହକ, ହମିଦ ହାସାନ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!