ଶାନ୍ତିର ବାର୍ତ୍ତା ଦେଲେ ମନ୍ତ୍ରୀ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ ପୁରୁଣା ସହରଠାରେ ଅନୁଷ୍ଠିତ ୧୬ତମ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କର କୃଷି ଓ କୃଷକ ଶସକ୍ତିକରଣ, ମତ୍ସ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଡ. ପୋମା ଟୁଡୁ ଯୋଗଦେଇଥିଲେ । ଏଥିସହିତ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ଏସ.ପି ଶଶୀଭୂଷଣ ଶତପଥି, ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ଯୋଗଦେଇଥିଲେ । ଅନୁଷ୍ଠିତ ସଭାରେ ନୟାଗଡ଼ ଜିଲ୍ଲାପାଳ ଡ.ଟୁଡୁ ହଜାର ହଜାର ଦର୍ଶକଙ୍କୁ ଦେଖି ବିମୋହିତ ହେବ ସହିତ ନୟାଗଡ଼ ଜିଲ୍ଲାର ଐତିହ୍ୟ, କଳା, ପରମ୍ପରାକୁ ଉଜ୍ଜିବିତ ରଖିଥିବା ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ । ଦୀର୍ଘ ୧୬ ବର୍ଷ ଧରି ଏହି ପରମ୍ପରା ଚାଲୁଥିବାରୁ ସମସ୍ତଙ୍କୁ ପ୍ରଶଂସା କରିବା ସହିତ ପବିତ୍ର କାର୍ତ୍ତକ ପୂର୍ଣ୍ଣମା ଅବସରରେ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ଅଭିଭାଷଣରେ, ପାଂଚ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ବୋଇତ ବନ୍ଦାଣ ଉତ୍ସବ ସାରା ରାଜ୍ୟ ପାଇଁ ଏକ ବାର୍ତ୍ତା ଦେଇଛି ବୋଲି କହିବା ସହ ନୟାଗଡ଼ ବାସୀଙ୍କର ଶାନ୍ତି, ମୈତ୍ରୀ ଓ ସଂହତିର ମନୋଭାବକୁ ପଦର୍ଶିତ କରିଛି । ଯେଉଁଥିପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରୁଥିଲେ ମଧ୍ୟ କୈାଣସି ବିଶୃଙ୍ଖଳା ହେଉ ନାହିଁ । ଏହା ହେଉଛି ଆମ ପାଇଁ ଆମ ନୟାଗଡ଼ ବୋଲି ଡ. ସାହୁ କହିଥିଲେ । ନୟାଗଡ଼ ବାସୀଙ୍କର ଅକୁଣ୍ଠ ସହଯୋଗ ଲାଗି ଆଜି ଏ ଅନୁଷ୍ଠାନ ଛୋଟରୁ ବଡ଼ ହୋଇପାରିଛି । ଏଠାରେ ସ୍ଥାୟୀ ମଣ୍ଡପ କରାଯାଇଛି, ଜିମ୍ନାସିୟମ କରାଯାଇଛି, ମଣ୍ଡାବାଗନ ପଡ଼ିଆର ଉନ୍ନତୀ କରଣ କରାଯାଇଛି, ସାଗର ପୋଖରୀକୁ ନବୀକରଣ କରାଯାଇଛି ଏହାର ଶ୍ରେୟ କେବଳ ନୟାଗଡ଼ ବାସୀଙ୍କର ବୋଲି ମନ୍ତ୍ରୀ କହିଥିଲେ । ଏହି ଅବସରରେ ଅତିଥିମାନେ ସାଗର ପୋଖରୀରେ ବୋଇତ ବନ୍ଦାଣ କରିବା ସହ ଭ୍ରମଣ କରିଥିଲେ । ଆଜିର ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଚଳଚ୍ଚିତ୍ର ଅଭିନେତ୍ରୀ ଏଲିନା ସାମନ୍ତରାୟ । ଏଲିନାଙ୍କ ଅଭିନୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ନାଚ ଗୀତର ତାଳେ ହଜାର ହଜାର ଦର୍ଶଙ୍କ ସହ ଏଲିନା ନାଚିଥିଲେ । ଏଥିସହିତ ଏନଏସି ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ତଅପୋଇ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଏଥିରେ ୪୦ ହଜାରରୁ ଉର୍ଦ୍ଧ ଜନସାଧାରଭଣ ସାମିଲି ହୋଇଥିଲେ । ଅନୁଷ୍ଠାନର ସଭାପତି କିସାନ୍ ଦାଶଙ୍କ ପରିଚାଳନାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପୁରୁଣା ସହରର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ ।





