Monday, August 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ବୋଇତ ବନ୍ଦାଣ, ୪୦ ହଜାର ଦର୍ଶକ ସାମିଲି

by ସଞ୍ଜୟ ସ୍ୱାଇଁ
November 12, 2019
in Breaking, Nayagarh, State
46
VIEWS
Share on FacebookShare on Twitter

ଶାନ୍ତିର ବାର୍ତ୍ତା ଦେଲେ ମନ୍ତ୍ରୀ 

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ ପୁରୁଣା ସହରଠାରେ ଅନୁଷ୍ଠିତ ୧୬ତମ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କର କୃଷି ଓ କୃଷକ ଶସକ୍ତିକରଣ, ମତ୍ସ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଡ. ପୋମା ଟୁଡୁ ଯୋଗଦେଇଥିଲେ । ଏଥିସହିତ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ଏସ.ପି ଶଶୀଭୂଷଣ ଶତପଥି, ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ଯୋଗଦେଇଥିଲେ । ଅନୁଷ୍ଠିତ ସଭାରେ ନୟାଗଡ଼ ଜିଲ୍ଲାପାଳ ଡ.ଟୁଡୁ ହଜାର ହଜାର ଦର୍ଶକଙ୍କୁ ଦେଖି ବିମୋହିତ ହେବ ସହିତ ନୟାଗଡ଼ ଜିଲ୍ଲାର ଐତିହ୍ୟ, କଳା, ପରମ୍ପରାକୁ ଉଜ୍ଜିବିତ ରଖିଥିବା ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ । ଦୀର୍ଘ ୧୬ ବର୍ଷ ଧରି ଏହି ପରମ୍ପରା ଚାଲୁଥିବାରୁ ସମସ୍ତଙ୍କୁ ପ୍ରଶଂସା କରିବା ସହିତ ପବିତ୍ର କାର୍ତ୍ତକ ପୂର୍ଣ୍ଣମା ଅବସରରେ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ଅଭିଭାଷଣରେ, ପାଂଚ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ବୋଇତ ବନ୍ଦାଣ ଉତ୍ସବ ସାରା ରାଜ୍ୟ ପାଇଁ ଏକ ବାର୍ତ୍ତା ଦେଇଛି ବୋଲି କହିବା ସହ ନୟାଗଡ଼ ବାସୀଙ୍କର ଶାନ୍ତି, ମୈତ୍ରୀ ଓ ସଂହତିର ମନୋଭାବକୁ ପଦର୍ଶିତ କରିଛି । ଯେଉଁଥିପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରୁଥିଲେ ମଧ୍ୟ କୈାଣସି ବିଶୃଙ୍ଖଳା ହେଉ ନାହିଁ । ଏହା ହେଉଛି ଆମ ପାଇଁ ଆମ ନୟାଗଡ଼ ବୋଲି ଡ. ସାହୁ କହିଥିଲେ । ନୟାଗଡ଼ ବାସୀଙ୍କର ଅକୁଣ୍ଠ ସହଯୋଗ ଲାଗି ଆଜି ଏ ଅନୁଷ୍ଠାନ ଛୋଟରୁ ବଡ଼ ହୋଇପାରିଛି  । ଏଠାରେ ସ୍ଥାୟୀ ମଣ୍ଡପ କରାଯାଇଛି, ଜିମ୍ନାସିୟମ କରାଯାଇଛି, ମଣ୍ଡାବାଗନ ପଡ଼ିଆର ଉନ୍ନତୀ କରଣ କରାଯାଇଛି, ସାଗର ପୋଖରୀକୁ ନବୀକରଣ କରାଯାଇଛି ଏହାର ଶ୍ରେୟ କେବଳ ନୟାଗଡ଼ ବାସୀଙ୍କର ବୋଲି ମନ୍ତ୍ରୀ କହିଥିଲେ । ଏହି ଅବସରରେ ଅତିଥିମାନେ ସାଗର ପୋଖରୀରେ ବୋଇତ ବନ୍ଦାଣ କରିବା ସହ ଭ୍ରମଣ କରିଥିଲେ । ଆଜିର ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଚଳଚ୍ଚିତ୍ର ଅଭିନେତ୍ରୀ ଏଲିନା ସାମନ୍ତରାୟ । ଏଲିନାଙ୍କ ଅଭିନୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ନାଚ ଗୀତର ତାଳେ ହଜାର ହଜାର ଦର୍ଶଙ୍କ ସହ ଏଲିନା ନାଚିଥିଲେ । ଏଥିସହିତ ଏନଏସି ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ତଅପୋଇ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଏଥିରେ ୪୦ ହଜାରରୁ ଉର୍ଦ୍ଧ ଜନସାଧାରଭଣ ସାମିଲି ହୋଇଥିଲେ । ଅନୁଷ୍ଠାନର ସଭାପତି କିସାନ୍ ଦାଶଙ୍କ ପରିଚାଳନାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପୁରୁଣା ସହରର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ ।

http://baghuabarta.com/backup/wp-content/uploads/2019/11/Bhai-Boita-Bandan.mp4

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!