Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମାନ୍ୟ ବଚସାରୁ ଭୁଲିଗଲେ ବନ୍ଧୁତ୍ୱ, ଛୁରୀ ଭୁସି ନେଲେ ସାଙ୍ଗର ଜୀବନ

by ସଞ୍ଜୟ ସ୍ୱାଇଁ
October 20, 2021
in Crime, State
ସାମାନ୍ୟ ବଚସାରୁ  ଭୁଲିଗଲେ ବନ୍ଧୁତ୍ୱ, ଛୁରୀ ଭୁସି ନେଲେ ସାଙ୍ଗର ଜୀବନ
129
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ସାମାନ୍ୟ ବଚସାରୁ ଭୁଲିଗଲେ ବନ୍ଧୁତ୍ବ, ନେଲେ ସାଙ୍ଗର ଜୀବନ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ବାଇପାସ ଅଞ୍ଚଳରେ। ଖୋର୍ଦ୍ଧା ସ୍ପିନିଙ୍ଗ ମିଲ ଲେବର କଲୋନୀର ରଶ୍ମିରଞ୍ଜନ ପାଟଯୋଶୀଙ୍କୁ ତାଙ୍କ ସାଙ୍ଗ ମୁନା ଭୋଇ ଛୁରୀ ଭୁସି ହତ୍ୟା କରିଛି। ଆଦର୍ଶ ଥାନା ପୋଲିସ ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁନା ଭୋଇଙ୍କୁ ଅଟକ ରଖି ତଦନ୍ତ ଜାରି କରିଛି। ଖୋର୍ଦ୍ଧା ସ୍ପିନିଙ୍ଗ ମିଲ ଲେବର କଲୋନୀରେ ରଶ୍ମିରଞ୍ଜନ ପାଟ୍ଟଯୋଶୀ ରୁହନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏକ କମ୍ପାନୀରେ ଡ୍ରାଇଭର ରୁପେ ଚାକିରି କରି ରଶ୍ମିରଞ୍ଜନ ପରିବାର ଭରଣପୋଷଣ କରୁଥିଲେ। ଗତକାଲି ସନ୍ଧ୍ୟା ସମୟରେ ରଶ୍ମିରଞ୍ଜନଙ୍କ ସାଙ୍ଗ ଚାଚେରାସବର ସାହିର ମୁନା ଭୋଇ ଭୁବନେଶ୍ବର ଯିବା ନେଇ ତାଙ୍କୁ ଘରୁ ଡାକି ନେଇଥିଲେ। ପରେ ରାତିରେ କୌଣସି କାରଣରୁ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମୁନା ଉତ୍ତ୍ୟକ୍ତ ହୋଇ ରଶ୍ମିରଞ୍ଜନଙ୍କୁ ଛୁରି ଭୁସି ଦେଇଥିଲେ। ଖବର ପାଇଁ ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରଶ୍ମିରଞ୍ଜନଙ୍କ ହତ୍ୟା କରିବା ପରେ ଅଭିଯୁକ୍ତ ମୁନା ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ମୁନାକୁ ଧରିବା ନେଇ ଆଦର୍ଶ ଥାନା ପୋଲିସ ଦୁଇଟି ଟିମ ଗଠନ କରିଥିଲା । ପରେ ଗତକାଲି ବିଳମ୍ବିତ ରାତିରେ ଯାଆଁଳା ନିକଟରୁ ପୋଲିସ ମୁନା ଭୋଇକୁ କାବୁ କରିଛି। ଅଭିଯୁକ୍ତ ମୁନାକୁ ଅଟକ ରଖି ପୋଲିସ ତଦନ୍ତ କରୁଛି। ସେପଟେ ମୃତ ରଶ୍ମିରଞ୍ଜନଙ୍କ ସମ୍ପର୍କୀୟ ଉପଯୁକ୍ତ ନ୍ୟାୟ ପାଇଁ ଦାବି କରିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!