Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମମିତା ମର୍ଡର ମାମଲା: କିଏ ଏହି ଗୋବିନ୍ଦ

by ସଞ୍ଜୟ ସ୍ୱାଇଁ
October 20, 2021
in Crime, State
ମମିତା ମର୍ଡର ମାମଲା: କିଏ ଏହି ଗୋବିନ୍ଦ
401
VIEWS
Share on FacebookShare on Twitter

କଳାହାଣ୍ଡି/ ବଲାଙ୍ଗୀର, (ବାଘୁଆବାର୍ତ୍ତା): ଗୋବିନ୍ଦ ହେଉ ଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ମହାଲିଙ୍ଗ ଗ୍ରାମର ବାସିନ୍ଦା । ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରୁ ବିଏ ପଢ଼ିବା ପରେ ଆଇନ ଡିଗ୍ରୀ ହାସଲ କରିଥିଲେ । ପରେପରେ ୧୯୯୦-୯୧ ମସିହାରୁ ଗୋଲାମୁଣ୍ଡା ବ୍ଲକ୍‌ରେ ଠିକା କାମ ଆରମ୍ଭ କରିଥିଲେ । ଠିକା କାମ କରିବା ସମୟରେ ବ୍ଲକ୍‌ର ଜଣେ ସହକାରୀ ଯନ୍ତ୍ରୀଙ୍କ ସହିତ ତାଙ୍କର ସମ୍ପର୍କ ସୁଦୃଢ଼ ହୋଇଥିଲା । ଗୋବିନ୍ଦଙ୍କ ନାମରେ ଠିକା ମଞ୍ଜୁର ହେବାପରେ ସେ କାମ କରୁଥିଲେ ଏବଂ ତହିଁରେ ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଅର୍ଥ ଲଗାଉଥିଲେ । ପରେପରେ ସମ୍ପୃକ୍ତ ଯନ୍ତ୍ରୀ ମହାଲିଙ୍ଗ ଅଞ୍ଚଳରେ ପ୍ରାୟ ୪୦ ଏକର ଜମି କିଣିଥିଲେ । କିନ୍ତୁ ସରକାରୀ ଚାକିରିଆ ହୋଇଥିବାରୁ ଏବଂ ଗୋବିନ୍ଦଙ୍କ ସହିତ ହିସାବ ବରାବର ଥିବାରୁ ନିଜେ କିଣିଥିବା ଜମିତକ ସେ ଗୋବିନ୍ଦଙ୍କ ନାମରେ କରାଇଥିଲେ । ସେହି ସମୟରେ ଉଭୟେ ମିଶି ଗୋଲାମୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷ ପାଇଁ ଜଣେ ବ୍ୟକ୍ତିଙ୍କୁ ସମର୍ଥନ ଦେଇଥିଲେ ଏବଂ ତାଙ୍କୁ ବିଜୟୀ ମଧ୍ୟ କରାଇଥିଲେ । ରାଜନୀତି ଗୋଟି ଚାଳନାରେ ସଫଳ ହେବାପରେ ଗୋବିନ୍ଦଙ୍କ ପତିଆରା ବଢ଼ିବାରେ ଲାଗିଥିଲା । ପରବର୍ତ୍ତି ସମୟରେ ସମ୍ପୃକ୍ତ ଯନ୍ତ୍ରୀ ରୋଗାକ୍ରାନ୍ତ ହୋଇ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା । ତାହା ପରଠୁ ଗୋବିନ୍ଦ ସବୁତକ ଜମିର ମାଲିକ ପାଲଟିଯାଇଥିଲେ । ଗତ ୨୦୧୦ ମସିହାରେ ସେ ଯୁକ୍ତ ଦୁଇ ବିଜ୍ଞାନ କଲେଜ ଆରମ୍ଭ କରିଥିଲେ । ଆଶ୍ଚର୍ୟ୍ୟର ବିଷୟ ହେଉଛି ଏକ ଘରୋଇ ମହାବିଦ୍ୟାଳୟ ୧୦ ବର୍ଷ ମଧ୍ୟରେ ବ୍ଲକ୍‌ ଗ୍ରାଣ୍ଟପ୍ରାପ୍ତ କଲେଜରେ ପରିଣତ ହୋଇଥିଲା । ଏପରିକି ସେଠାରେ ବିଧାୟକ ପାଙଋି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଙଋି ଓ ଅନ୍ୟାନ୍ୟ ଯୋଜନାର ଅନୁଦାନ ସମେତ ବହୁ ସରକାରୀ ଅର୍ଥ ବିନିଯୋଗ ହୋଇଛି । ପରେପରେ ସେଠାରେ ଗୋବିନ୍ଦ ଯୁକ୍ତ ତିନି ମହାବିଦ୍ୟାଳୟ ମଧ୍ୟ ଖୋଲିଥିଲେ । ଗତ ପ୍ରାୟ ୫ ବର୍ଷତଳେ ଉକ୍ତ କ୍ୟାମ୍ପସ ଭିତରେ ସେ ଆରମ୍ଭ କରିଥିଲେ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ । ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦ ଆରମ୍ଭରୁ ହିଁ ଜଣେ ବିବାଦୀୟ ଚରିତ୍ରର ବ୍ୟକ୍ତି ଅଟନ୍ତି । ୨୦୦୩ ମସିହାରେ ଗାଁରେ ଏକ ପୋଡ଼ାଜଳା ମାମଲାରେ ସେ ସମ୍ପୃକ୍ତ ହୋଇ ତାଙ୍କ ନାମରେ ମାମଲା ରଜୁ ହୋଇଥିଲା । ସେହିଭଳି କଲେଜ ଖୋଲିବା ପରଠୁ କ୍ରମାଗତ ଭାବରେ ଗୋବିନ୍ଦଙ୍କ ନାମରେ ଯୌନ ବ୍ୟଭିଚାର ଅଭିଯୋଗ ଆସିଛି । ତାଙ୍କ ଶିକ୍ଷାନୁଷ୍ଠାନର କେତେକ ଶିକ୍ଷକ ବାରମ୍ବାର ଏ ନେଇ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଗୋବିନ୍ଦ ନିଜ ରାଜନୈତିକ ପତିଆରା ବଳରେ ସେ ସବୁକୁ ପ୍ରଶମିତ କରିବାରେ ସଫଳ ହୋଇଆସୁଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!