ପଦ୍ମପୁର, (ବାଘୁଆବାର୍ତ୍ତା): ବରଗଡ଼ ଜିଲ୍ଲା ପଦ୍ମପୁର ନିକଟ ମହୁଲପାଲି ଗାଁର ଯୁବ କଳାକାର ଜଗନ୍ନାଥ ସେଟ ପୁଣି ଏକ ପାହାଚକୁ ଉଠିଛନ୍ତି । ନିଜ ଆଗ୍ରହ ଯାଗୁଁ ନିପଟ ମଫସଲରୁ ମୁମ୍ବାଇରେ ପାଦ ଥାପିଛନ୍ତି । ସେ ଅନେକ ତେଲଗୁ, ହିନ୍ଦୀ ଫିଲ୍ମରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି । ନୂତନ ଭାବରେ ହିନ୍ଦୀ ଓ ଓଡିଆ ଭାଷାର ଫିଲ୍ମରେ ଅଭିନୟ କରିଥିବା ଦାମିନୀ ଦ ୱିଚ ମୁକ୍ତି ଲାଭ ଅପେକ୍ଷାରେ ରହିଛି । କରୋନା କାଳରେ କେତେକ ଆଦିବାସୀ ଅଧ୍ୟୁଷିତ ଅଂଚଳରେ କରୋନାକୁ ପିଶାଚିନୀ, ଦେବୀ ଆଦି ଭିନ୍ନ ରୂପ ଦେଇ ପୂଜାର୍ଚ୍ଚନା, ମନ୍ତ୍ରଯନ୍ତ୍ରତନ୍ତ୍ରକୁ ଆପଣେଇ ଥିଲେ । ଏଥିରେ ଅନେକ ଧନଜୀବନ ନଷ୍ଟ ହୋଇଥିଲା । ଅନ୍ଧବିଶ୍ୱାସ ଦୂର କରି ଏକ ସୁସ୍ଥ ସମାଜ ଗଠନ କରିବାକୁ ସିନେମା ଦାମିନୀ ଉଦାହରଣ ହେବ ବୋଲି ପ୍ରଯୋଜକ ଆଶା କରିଛନ୍ତି । ଏଥିରେ ଜଗନ୍ନାଥ ସେଟ ନିଖୁଣ ଅଭିନୟ କରି ପ୍ରଶଂସା ସାଉଟିଛନ୍ତି । ସେ ସକାରାତ୍ମକ ଅଭିନୟ କରିଛନ୍ତି । ଓଡ଼ିଶାର ମୟୁରଭଞ୍ଜ ଓ ଛତିଶଗଡର ଆଦିବାସୀ ଇଲାକାରେ ଫିଲ୍ମର ସୁଟିଂ ହାଇଛି । ଜେଡି ଚକ୍ରବର୍ତ୍ତି, ତନିଷ୍କା ଚଟର୍ଜୀ, ବବ୍ରୁଲ ଇସଲମ ସହ ଜଗନ୍ନାଥ ଅଭିନୟ କରୁଛନ୍ତି । ସାମାଜିକ କୁସଂସ୍କାର ଲୋକଙ୍କ ମନରୁ ହଟାଇବା ପାଇଁ ପ୍ରୟାସ କରାଯାଇଛି ।






