Thursday, July 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ଟି କଲରାପତରିଆ ଛାଲ ଜବତ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
October 19, 2021
in Crime, State
୨ଟି କଲରାପତରିଆ ଛାଲ ଜବତ, ଜଣେ ଗିରଫ
43
VIEWS
Share on FacebookShare on Twitter

ମନମୁଣ୍ଡା, (ବାଘୁଆବାର୍ତ୍ତା): ଭୁବନେଶ୍ୱର ଏସ୍‌ଟିଏଫ୍‌ ଟିମ୍‌ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରା ଛକ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତିଜଣକ ହେଲେ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଡୁନ୍ଦ୍ରା ଗ୍ରାମର ଗଣରାମ ଭୋଇଙ୍କ ପୁଅ ଜୀବର୍ଦ୍ଧନ (୨୫) । ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳରେ ବାଘଛାଲ କାରବାର ହେଉଥିବା ଖବର ପାଇ ଏସ୍‌ଟିଏଫ୍‌ର ଏକ ଟିମ୍‌ ସୋନପୁରରେ କ୍ୟାମ୍ପ କରିଥିଲେ । ସୋମବାର ମଧ୍ୟାହ୍ନରେ କପାସିରା ଛକଠାରେ ବାଘଛାଲ ଚୋରାଚାଲାଣ ହେଉଥିବା ଉକ୍ତ ଟିମ୍‌ ଖବର ପାଇ ବିଭାଗୀୟ ଏସ୍‌ପିଙ୍କୁ ଜଣାଇଥିଲେ । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଟିଏଫ ଟିମ୍‌ କପାସିରା ଛକରେ ପାଟ୍ରୋଲିଂ କରିଥିଲେ । ସେହି ସମୟରେ ଉକ୍ତ ଛକରେ ଏକ ବସ୍ତା ଧରି ଛିଡ଼ା ହୋଇଥିବା ଜୀବର୍ଦ୍ଧନ ପାଖରେ ଅଟକି ଥିଲେ । ପରେ ଜୀବର୍ଦ୍ଧନ ଧରିଥିବା ବସ୍ତାକୁ ଉକ୍ତ ଟିମ୍‌ ଯାଞ୍ଚକରିବାରୁ ସେଥିରୁ ଦୁଇଟି କଲରାପତରିଆ ବାଘଛାଲ ଜବତ ହୋଇଥିଲା । ଘଟଣାରେ ଜୀବର୍ଦ୍ଧନକୁ ଉକ୍ତ ଟିମ୍‌ ଗିରଫ କରି ବୌଦ୍ଧ ଡିଏଫ୍‌ଓଙ୍କୁ ହସ୍ତାନ୍ତର କରିଥିଲା । ଏନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!