Thursday, July 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁମାରୀଙ୍କ ନିଆରା ପର୍ବ କୁଆଁର ପୁନେଇଁ

by ସଞ୍ଜୟ ସ୍ୱାଇଁ
October 19, 2021
in State
କୁମାରୀଙ୍କ ନିଆରା ପର୍ବ କୁଆଁର ପୁନେଇଁ
102
VIEWS
Share on FacebookShare on Twitter

ଭଦ୍ରକସିଟି, (ବାଘୁଆବାର୍ତ୍ତା): ରାତି ପାହିଲେ କୁଆଁର ପୂର୍ଣ୍ଣିମା। କୁମାରୀମାନେ ମନଲାଖି ବର ପାଇବା ପାଇଁ ତୁଳସୀ ଚଉରା ମୂଳେ ପୂଜା କରିବା ସହ ବ୍ରତ ରଖିଥା’ନ୍ତି । ମହାମାରୀ କରୋନା ପାଇଁ ଗତ ବର୍ଷ ଏହି ପର୍ବ ଫିକା ପଡ଼ିଥିଲା । ଏଥର କିନ୍ତୁ ଏହାକୁ ହାତଛଡ଼ା କରିବାକୁ ଚାହିଁନାହାନ୍ତି କୁମାରୀମାନେ । ନିଜ ନିଜ ଘରେ ପାଳନ ପାଇଁ ପ୍ରସ୍ତୁତ ଅଛନ୍ତି । ସାହି, ଗାଁ ଝିଅମାନେ ମିଶି ଏହି ପର୍ବ ପାଳନ କରିବେ । ଓଡ଼ିଶାରେ ବାର ମାସରେ ତେର ପର୍ବ । ତନ୍ମଧ୍ୟରୁ ଜହ୍ନିଓଷା ଏକ ନିଆରା ପର୍ବ ।ମା‌ସେ ଧରି କୁମାରୀ ମାନେ ବ୍ରତ ପାଳନ କରିବା ସହ ଉଝାଇଥାନ୍ତି।ତେବେ କାଲି ଆନନ୍ଦ ଉଲ୍ଲାସର ସହ ବିଭିନ୍ନ ଢଙ୍ଗରେ କୁମାରୀ ପାଳିବେ କୁମାରୋତ୍ସବ । କୁମାରୀମାନେ ପ୍ରତ୍ୟୁଷରୁ ଉଠି ସୂର୍ୟ୍ୟଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିଥା’ନ୍ତି । ତା’ପରେ ନୂଆ ବସ୍ତ୍ର ପରିଧାନ ପୂର୍ବକ ସଜବାଜ ହୋଇ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଥା’ନ୍ତି । ତତ୍‌ସହିତ ତୁଳସୀ ଚଉରା ମୂଳେ ମଧ୍ୟ ପୂଜାର୍ଚ୍ଚନା କରିଥା’ନ୍ତି । କୁମାରୀମାନେ ଭାଦ୍ରବ ମାସ ପୂର୍ଣ୍ଣିମା ଠାରୁ ବ୍ରତ ରଖିଥା’ନ୍ତି । ଏହାକୁ ଜହ୍ନି ଓଷା ବୋଲି ମଧ୍ୟ କୁହାଯାଇଥାଏ । ଏହି ଓଷା କୁମାର ପୂର୍ଣ୍ଣିମାରେ ଶେଷ ହୋଇଥାଏ । କଅଁଳ ଚାନ୍ଦ ଦର୍ଶନ: କୁମାର ପୂର୍ଣ୍ଣିମା ସନ୍ଧ୍ୟାରେ ପ୍ରଥମେ ବୟସ୍କ ମହିଳାମାନେ କୁମାରୀମାନଙ୍କୁ ବନ୍ଦାପନା କରିଥା’ନ୍ତି । ପରେ କୁମାରୀମାନେ ଚାନ୍ଦକୁ ବନ୍ଦାଣ କରିଥା’ନ୍ତି । ଦୀର୍ଘ ଏକ ମାସ ଧରି ବ୍ରତ ପାଳି ଆସୁଥିବା କୁମାରୀମାନେ ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ କଅଁଳ ଚାନ୍ଦ ଦର୍ଶନ କରିଥା’ନ୍ତି । ଏପରିକି ସନ୍ଧ୍ୟାରେ ସାଥୀ ଝିଅଙ୍କ ମଧ୍ୟରୁ ଜଣଙ୍କ ସହିତ ମିତ ବସାଇଥା’ନ୍ତି । ଏହାପରେ ସେହି ସାଥୀଟିର ନାଁ ନ ଧରି ଚାନ୍ଦ ନାମରେ ହିଁ ସମ୍ବୋଧନ କରିଥାଏ । ଏହି ଦିନରେ କୁଆଁରୀ ଝିଅଟିଏ ଆଖିରେ ଆଖିଏ ସ୍ୱପ୍ନ ଦେଖିଥାଏ । ମନଲାଖି ଘର, ମନଲାଖି ବର ସହିତ ନିଜର ଭବିଷ୍ୟତ ଜୀବନ ସୁଖରେ କଟିବା ପାଇଁ କାମନା କରିଥା’ନ୍ତି । ସୂର୍ୟ୍ୟଙ୍କ ଭଳି ଶକ୍ତିଶାଳୀ, ତେଜସ୍ୱୀ ହେବା ସହ ଚନ୍ଦ୍ରଙ୍କ ଭଳି କମନୀୟ, ଶାନ୍ତ, ନିର୍ମଳ ସ୍ୱଭାବର ଜୀବନ ସାଥୀ ପାଇବା ଆଶା ରଖି ଏହି ବ୍ରତ ପାଳନ କରନ୍ତି ବୋଲି ଲୋକକଥା ରହିଛି । ଖଈ, ତାଳସଜ ଓ ମଣ୍ଡାପିଠା ଭୋଗ: ତୁଳସୀ ଚଉରା ମୂଳେ ପୂଜା ପାଇଁ ମୁଖ୍ୟତଃ ଖଈ, ମଣ୍ଡାପିଠା ଓ ତାଳସଜ ଭୋଗ ଖୋଜା ପଡ଼େ । ସନ୍ଧ୍ୟାରେ ଏକ କୁଲାରେ ଏ ସମସ୍ତ ଭୋଗ ରଖି ପୂଜାର୍ଚ୍ଚନା କରାଯାଇଥାଏ । କଇଁଫୁଲ ବିନା ପୂଜା ଅଧୁରା: କଇଁ ଫୁଲ ବିନା କୁମାର ପୂର୍ଣ୍ଣିମା ଅଧୁରା । ସେଥିପାଇଁ ଏହି ଦିନ କଇଁ ଫୁଲର ଚାହିଦା କାହିଁରେ କ’ଣ । ଜହ୍ନ, କଇଁ ମଣିଷର ପ୍ରିୟ ଏବଂ ଏହି ଦୁହିଁଙ୍କ ମଧ୍ୟରେ ପ୍ରୀତି ବେଶ ନିବିଡ଼ । ଆକାଶରେ ଜହ୍ନ ଉଇଁଲେ ପୁଷ୍କରିଣୀରେ କଇଁ ଆନନ୍ଦରେ ପାଖୁଡ଼ା ମେଲାଏ । ଜହ୍ନ ଏବଂ କଇଁ ଫୁଲ ମାଧ୍ୟମରେ ଓଡ଼ିଶାର ଯୁବତୀମାନେ ମନର ମଣିଷ ମାଗିବା ବୋଧହୁଏ ଜହ୍ନି ଓଷା ବା କୁମାର ପୂର୍ଣ୍ଣିମା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!